ପେଟ ପାଇଁ ଜୀବନ ବିପଦମୁହାଁ

ମହାକାଳପଡ଼ା, ୧୮ା୧୦ (ଡି.ଏନ୍‌.ଏ.): ପାରାଦୀପ ବନ୍ଦରକୁ ଟ୍ରେନ୍‌ ଯୋଗେ କୋଇଲା ଆସିଥାଏ। ପରେ ଏହି କୋଇଲାକୁ ବିଦେଶକୁ ରପ୍ତାନି ହେଉଥିବା ଜାହାଜରେ ଭର୍ତ୍ତି ସମୟରେ ଗୁଣ୍ଡସବୁ ବର୍ଷା ପାଣିରେ ଗଡି ଗଡି ନିକଟ ନଦୀଜଳରେ ମିଶି ସମୁଦ୍ରକୁ ବୋହି ଯାଇଥାଏ। ପେଟ ପୋଷିବା ପାଇଁ ଜୀବନକୁ ବିପଦମୁହଁକୁ ଠେଲି ଦେଇ ଘନଗଳିଆ ନଦୀକୁ ଆସିଥିବା ଗୁଣ୍ଡ କୋଇଲାକୁ ୫ରୁ ୧୦ ଫୁଟ ଗଭୀର ପାଣିରେ ବୁଡ଼ି ଛାଣିଥାଉ। ଏଭଳି କହିଛନ୍ତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ଅଧୀନ ପିତାପାଟ ଗାଁର ଗରିବ ବଙ୍ଗୀୟ ସମ୍ପ୍ରଦାୟର ଲୋକେ। ସେମାନଙ୍କ ମଧ୍ୟରେ ଠାକୁର ସର୍ଦ୍ଦାର, ପୁଷ୍ପ ସର୍ଦ୍ଦାର, ପବିତ୍ର ସର୍ଦ୍ଦାର ପ୍ରମୁଖଙ୍କ କହିବା କଥା ବର୍ଷା ପାଣି ଅଧିକ ହେଲେ ଗୁଣ୍ଡ କୋଇଲାଗୁଡ଼ିକ ପାରାଦୀପରୁ ବୋହି ଘନଗଳିଆ ନଦୀକୁ ଆସିଥାଏ। ଏହି ଗୁଣ୍ଡ ପାଣିରେ ବୁଡ଼ି ରହିଥାଏ। ଜୁଆର ସମୟରେ କୋଇଲା ଗୁଣ୍ଡ ସମୁଦ୍ରକୁ ଭାସିଯାଏ। ଆମେମାନେ ଡଙ୍ଗା ନେଇ ନଦୀରୁ କୋଇଲାକୁ ସଂଗ୍ରହ କରିଥାଉ। କୋଇଲା ଗୁଣ୍ଡକୁ ପାଣିରେ ବୁଡ଼ି ଆଣିବା ସମୟରେ ପାଟି ଓ ନାକରେ ପଶିଯାଏ। ଏହି କାମ ବିପଦ ସତ୍ତ୍ୱେ ପରିବାର ପ୍ରତିପୋଷଣ ପାଇଁ କରିବାକୁ ପଡିଥାଏ। ଏହି ଅଞ୍ଚଳର ଖରିନାସୀ, ବତିଘର, ଜମ୍ବୁ ଓ ରମନଗର ପଞ୍ଚାୟତର ବହୁ ଗରିବ ପରିବାର ଲୋକଙ୍କ ମଧ୍ୟରେ ନମିତା ମଣ୍ଡଳ, ସରସ୍ବତୀ ମଣ୍ଡଳ, କବିତା ମଣ୍ଡଳ, ବିଶ୍ୱନାଥ ମଣ୍ଡଳ ପ୍ରମୁଖ କୁହନ୍ତି, ଘନଗଳିଆ ନଦୀକୁ ଡଙ୍ଗା ସାହାଯ୍ୟରେ ଯାଉ। ପାଣିରେ ବୁଡି କୋଇଲା ଗୁଣ୍ଡକୁ ଜାଲି ରସ ପାତ୍ରରେ ଛାଣି ଆଣି ଡଙ୍ଗାରେ ଥିବା ଜରି ବସ୍ତାରେ ରଖୁ। ପରେ ପାରାଦୀପରୁ ମହାନଦୀରେ ଡଙ୍ଗାରେ ସଂଗ୍ରହ ହୋଇଥିବା କୋଇଲା ଗୁଣ୍ଡକୁ ମା’ ମନସା ଦେବୀ ଘାଟ ଯାଏ ଆଣିଥାଉ। ସେଠାରୁ ଗୁଣ୍ଡ କୋଇଲାକୁ ଆଣି ଘରେ ରଖି ଗୁଳା ଗୁଳା କରି ଜାଳେଣି ଭାବେ ବ୍ୟବହାର କରୁ। ବଳକା କୋଇଲା ଗୁଳାକୁ ଜଳଖିଆ ଓ ହୋଟେଲରେ ବିକ୍ରି କରି ଯାହା ଟଙ୍କା ମିଳେ ସେଥିରେ ପରିବାର ପ୍ରତିପୋଷଣ କରିଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ

ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri