Posted inଜାତୀୟ

ପ୍ରିୟଙ୍କା ଧରିବେ କଂଗ୍ରେସ ପ୍ରଚାର ମଙ୍ଗ

ନୂଆଦିଲ୍ଲୀ,୧୮।୧୦: ଉତ୍ତର ପ୍ରଦେଶରେ ଆସନ୍ତା ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ବିଧାନସଭା ନିର୍ବାଚନ ହେବ। ଏଥିଲାଗି ତାରିଖ ଘୋଷଣାକୁ ଅନେକ ଦିନ ବାକି ଥିବାବେଳେ ସବୁ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ଚାଲିଛି। ଏହିକ୍ରମରେ ନିସ୍ତେଜ ଅବସ୍ଥାରେ ପଡ଼ିରହିଥିବା କଂଗ୍ରେସ ପାଇଁ ଲଖିମପୁର ଖେରି ହିଂସା ବ୍ରହ୍ମାସ୍ତ୍ର ଭାବେ ଉଭା ହୋଇଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଭାଜପାକୁ ଘେରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଟାର୍ଗେଟ କରିଥିଲେ। କାରଣ ଅଜୟଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଧକ୍କାରେ ଆନ୍ଦୋଳନରତ ୪ କୃଷକଙ୍କ ଜୀବନ ଯାଇଥିଲା। ପ୍ରିୟଙ୍କା ହିଁ ଉତ୍ତର ପ୍ରଦେଶରେ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ ବୋଲି ପ୍ରଚାର କମିଟିର ନବନିଯୁକ୍ତ ଅଧ୍ୟକ୍ଷ ପି.ଏଲ୍‌. ପୁନିଆ ସ୍ପଷ୍ଟ କରିଛନ୍ତି।
ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏଆଇସିସି ପକ୍ଷରୁ ରାଜ୍ୟରେ ପ୍ରଚାର କମିଟି ଗଠନ କରାଯାଇଛି। ଏହି ଅବସରରେ ଦଳର ବରିଷ୍ଠ ନେତା ପି.ଏଲ୍‌. ପୁନିଆ କହିଛନ୍ତି, ବର୍ତ୍ତମାନ ୟୁପିରେ ପ୍ରିୟଙ୍କାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାୟତଃ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥାଏ। ୟୁପି ପାଇଁ ମଧ୍ୟ ଆମେ ଘୋଷଣା କରିନାହୁଁ। କାରଣ ଆମ ପାଖରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭଳି ଲୋକପ୍ରିୟ ଚେହେରା ଅଛନ୍ତି, ଯିଏକି ଭାଜପାକୁ ଟକ୍କର ଦେବା ପାଇଁ ସକ୍ଷମ। ସେ ଲୋକଙ୍କ ପାଇଁ ଲଢ଼େଇ କରୁଛନ୍ତି। ଲଖିମପୁର ଖେରି ହିଂସାରେ ସତ କିପରି ପଦାକୁ ଆସିବ ସେଥିଲାଗି ପ୍ରିୟଙ୍କା ସଂଗ୍ରାମ ଜାରି ରଖିଛନ୍ତି। ସେ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସୀତାପୁର ଗେଷ୍ଟହାଉସରେ ଅଟକ ରହିଥିଲେ। ତାଙ୍କ ଲଢ଼େଇ ସଫଳ ହୋଇଛି ବୋଲି ପୁନିଆ କହିଛନ୍ତି।

ଯୋଗୀ ନୁହେଁ, ଯୋଗ୍ୟ ସରକାର ଲୋଡ଼ା

ୟୁପି ବିଧାନସଭା ନିର୍ବାଚନକୁ କେଇମାସ ବାକିଥିବାବେଳେ ଯୋଗୀ ସରକାରଙ୍କ ହାତରୁ କ୍ଷମତା ଛଡ଼ାଇବା ପାଇଁ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଣ୍ଟା ଭିଡ଼ିଛନ୍ତି। ଲକ୍ଷ୍ନୌର ଦଳୀୟ ମୁଖ୍ୟାଳୟରେ ରବିବାର ସେ କହିଛନ୍ତି, ରାଜ୍ୟକୁ ଯୋଗୀ ନୁହେଁ, ବରଂ ଯୋଗ୍ୟ ସରକାର ଲୋଡ଼ା। ନାମ ବଦଳାଇବା ବ୍ୟତୀତ ଭାଜପାର ଅନ୍ୟ କୌଣସି କାମ ନାହିଁ।

ଦଙ୍ଗା ଉସୁକାଉଥିଲେ ପୂର୍ବ ସରକାର

ୟୁପିରେ କ୍ଷମତାସୀନ ପୂର୍ବ ସରକାରଗୁଡ଼ିକ କେବଳ ନିଜ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିଲେ। ଏଥିଯୋଗୁ ରାଜ୍ୟ ପଛରେ ପଡ଼ି ଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସ୍‌ପି ଏବଂ ବିଏସ୍‌ପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କ୍ଷମତାରେ ଥିବାବେଳେ ସମାଜ ଓ ରାଷ୍ଟ୍ର ପାଇଁ ଏହି ଦୁଇ ଦଳର ଚିନ୍ତା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri