‘ଆମ ଘର ଆମ ହାଣ୍ଡିଶାଳ ସିଜନ୍‌-୨’ ଲୋକାର୍ପିତ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଟିଡିସି ପକ୍ଷରୁ ବୁଧବାର ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିବା ସହ ପ୍ରତିଯୋଗିତାରେ କରାଯାଇଥିବା କିଛି ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ।

୨୦୨୦ କରୋନା ମହାମାରୀ କଟକଣା ମଧ୍ୟରେ ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା। ଏହା ଆଦୃତ ହେବା ପରେ ଏବେ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଛି। ଶ୍ରୀମୟୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ଆନନ୍ଦ ବଜାର ବିଶ୍ୱର ସବୁଠାରୁ ବଡ଼ ହାଣ୍ଡିଶାଳ। ଆମର ମହାନ ଉତ୍କଳୀୟ ସଂସ୍କୃତିରେ ୧୨ ମାସରେ ୧୩ ପର୍ବ ଏବଂ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ବତନ୍ତ୍ର ଖାଦ୍ୟର ସମ୍ଭାର ରହିଛି। ଏସବୁକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲାଗି ଏହି ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା। ଏଥର ପ୍ରତିଯୋଗିତାରେ କିଛି ପରିବର୍ତ୍ତନ କରାଯାଇଛି। ବିଚାରକଙ୍କ ଦ୍ୱାରା ଚୟନ ହୋଇଥିବା ଶ୍ରେଷ୍ଠ ୪୦ ପ୍ରତିଯୋଗୀଙ୍କୁ ଏଥର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନିଆଯାଇ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ଶୈଳୀର ଭିଡିଓ ଶୁଟିଂ କରାଯିବ। ଏହାର ସିଧା ପ୍ରସାରଣ ଟିଭି ପରଦାରେ ଦର୍ଶକ ଦେଖିପାରିବେ। ନିଜ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ମହିଳାମାନେ ଅନ୍‌ଲାଇନ୍‌ରେ ଆବେଦନ ମଧ୍ୟ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା, ୯ରେ ଆସିବେ ଗଡ଼କରୀ

ଭୁବନେଶ୍ୱର, ୭।୫: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାଜପାର ୨ ବରିଷ୍ଠ ନେତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଗସ୍ତରେ ଆସି ରାଜନାଥ ସିଂ ଭବାନୀପାଟଣା,...

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗର୍ଲ

ଭୁବନେଶ୍ୱର,୭।୫: ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ଡ୍ରିମ୍‌ଗର୍ଲ ତଥା ମଥୁରା ଭାଜପା ଏମ୍‌ପି ପ୍ରାର୍ଥୀ ହେମାମାଳିନୀ ସାମିଲ ହୋଇଛନ୍ତି। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ...

ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି...

ଟ୍ବିନ୍‌ ସିଟିରେ ମେଘୁଆ ପାଗ ସହ ହାଲୁକା ବର୍ଷା, ୬ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର, ୭।୫: ରାଜ୍ୟରେ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆଜି ସକାଳେ ଟ୍ବିନ୍‌ ସିଟିରେ ଆକାଶ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି। ରାଜ୍ୟରେ...

ଅଧଘଣ୍ଟାରେ ଅଧା ରାଜଧାନୀ ପ୍ରଭାବିତ

ଭୁବନେଶ୍ୱର, ୭।୫ (ବନ୍ଦନା ସେଠୀ):ରାଜଧାନୀ ଭୁବନେଶ୍ୱରରେ ସୋମବାର କାଳବୈଶାଖୀ ତାଣ୍ଡବ ରଚିଛି। ଅଧଘଣ୍ଟାର ଝଡ଼ତୋଫାନ ସହ ବର୍ଷାରେ ଅଧା ରାଜଧାନୀ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ...

ଭାଜପା ବିରୋଧରେ ପ୍ରଚାର କରିବେ ଉଜ୍ଜଳା ଦିଦି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା):ରାଜ୍ୟର ଉଜ୍ଜଳା ଦିଦିମାନେ ବିଭିନ୍ନ ଦାବି ନେଇ ସୋମବାର ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଥିଲେ। ସେମାନଙ୍କ ଦୀର୍ଘଦିନର ଦାବିକୁ କେନ୍ଦ୍ର ସରକାର ଅଣଦେଖା...

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ:୧୫ରେ ଯାଞ୍ଚ, ଜୁନ୍‌ ୧ରେ ଭୋଟ

ଭୁବନେଶ୍ୱର,୭।୫(ଅନିଲ ଦାସ):ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁର ଲୋକ ସଭା ଏବଂ ୪୨...

୪୮ ପ୍ରାର୍ଥୀଙ୍କ ନାମରେ ଜଘନ୍ୟ ଆପରାଧିକ ମାମଲା

ଭୁବନେଶ୍ୱର,୭ା୫(ଅନିଲଦାସ):ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୩ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri