ସୁରକ୍ଷା ଖୋଜୁଛନ୍ତି ଗେଣ୍ଡାଳିଆ

ବେତନଟୀ,୧।୧୦(ସ୍ବ.ପ୍ର.)-ଅନେକ ସଚେତନା ପରେ ବି କିଛି ଲୋକ ସୁଧୁରୁ ନାହାନ୍ତି। ବିଲୁପ୍ତ ପ୍ରଜାତିର ପକ୍ଷୀମାନଙ୍କୁ ସେମାନେ ଶିକାର କରୁଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଶିକାରୀମାନେ ଦିନକୁ ଦିନ ନିଜର ପଞ୍ଝା ମେଲାଇ ଚାଲିଛନ୍ତି। ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଅଁଳା ପଞ୍ଚାୟତରେ ଏପରି ଶିକାରୀମାନେ ସଂରକ୍ଷିତ ପ୍ରଜାତିର ଗେଣ୍ଡାଳିଆ, ବଗ ଏବଂ ପାଣିକୁଆ ସବୁକୁ ଅବାଧରେ ଶିକାର କରୁଛନ୍ତି।
ମୁଖ୍ୟତଃ ଗେଣ୍ଡାଳିଆ (ଏସିଆନ ଓପେନ ବିଲ୍‌ ଷ୍ଟର୍କ ) ଏକ ବଗ ପ୍ରଜାତିର ପକ୍ଷୀ ଅଟେ। ଯାହାର ଲମ୍ବା ଗୋଡ଼ ଓ ଥଣ୍ଟ ଥାଏ। ମୌସୁମୀ ବର୍ଷା ପୂର୍ବରୁ ଗେଣ୍ଡାଳିଆ କାଠିକୁଟା, ନଡ଼ାପାଳ ଏବଂ ବିଭିନ୍ନ ପ୍ରକାର ପତ୍ର ବ୍ୟବହାର କରି ନିଜର ବସା ସୁଦୃଢ କରି ବାନ୍ଧିଥାନ୍ତି। ସୂଚନା ଅନୁଯାୟୀ, ବର୍ଷାର ଆଗମନ ତଥା ଖରିଫ ଚାଷ ଆରମ୍ଭରେ ଅଁଳା ପଞ୍ଚାୟତ ତେନ୍ତୁଳିଗାଁ ଗ୍ରାମ ନିକଟରେ ଥିବା ବଡ଼ ତେନ୍ତୁଳି ବୃକ୍ଷ ଓ ଆମ୍ବଗଛଗୁଡ଼ିକରେ ଗ୍ରାମ ପାଖାପାଖି ଜଙ୍ଗଲରୁ ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ଓ ବଗ ଆସି ବସା ବାନ୍ଧି ବାସ କରନ୍ତି। ଗତ ୫ବର୍ଷ ହେଲା ଏମାନେ ପ୍ରାୟତଃ ଜୁନ୍‌ ମାସରେ ଆସିଥାନ୍ତି ଓ ପୁଣି ନଭେମ୍ବର ମାସରେ ଶୀତ ଋତୁ ଆରମ୍ଭ ହେଲେ ନିଜନିଜ ଅଞ୍ଚଳକୁ ଫେରିଯାଇଥାନ୍ତି। ହେଲେ ଏହାର ସୁଯୋଗ ନେଇ ପ୍ରାୟତଃ ସା ସମୟରେ କେତେକ ଅମାନିଆ ଶିକାରୀ ବାଟୁଳି ସାହାଯ୍ୟରେ ପକ୍ଷୀ ଶିକାର କରୁଥିବା ଦେଖିବାକୁ ମିଳୁଛି।
ଶିକାରୀମାନେ ଏହି ପକ୍ଷୀଗୁଡ଼ିିକୁ ମାରି ଗାଁ ଗହଳିରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏନେଇ ଉକ୍ତ ଗ୍ରାମର ବାସିନ୍ଦା ବଳଭଦ୍ର ଦଳାଇ, ହେମନ୍ତ ପଣ୍ଡା, ଅଶୋକ କୁମାର ଦଳାଇ ପ୍ରମୁଖ ଶତାଧିକ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦିନ ଦ୍ବିପ୍ରହରରେ ପକ୍ଷୀ ଶିକାର ହେଉଥିଲେ ମଧ୍ୟ ବନ ବିଭାଗ କୋଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପରିବେଶ ସନ୍ତୁଳନରେ ଏହି ପକ୍ଷୀଗୁଡ଼ିକର ଭୂମିକା ରହିଛି। ଅବାଧ ଶିକାର ଯୋଗୁ ଏମାନଙ୍କ ବଂଶ କ୍ରମଶଃ ଲୋପ ପାଇବାକୁ ବସିଲାଣି। ବନବିଭାଗ ଧରପଗଡ଼ କରି ଶିକାର ବନ୍ଦ କରିବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri