ନୋବେଲ ବିଜ୍ଞାନୀ ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌

ଲୁଇସ୍‌ ଓ୍ବାଲ୍ଟର ଆଲ୍‌ଭାରେଜ୍‌ ଜଣେ ଆମେରିକୀୟ ପଦାର୍ଥ ବିଜ୍ଞାନୀ। କେବଳ ସେତିକି ନୁହେଁ, ଜଣେ ଉଦ୍ଭାବକ ଏବଂ ପ୍ରଫେସର ଭାବରେ ତାଙ୍କର ଖ୍ୟାତି ରହିଛି। ୧୯୬୮ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ହାଇଡ୍ରୋଜେନ୍‌ ବବୁଲ୍‌ ଚାମ୍ବରର ବିକାଶ ପାଇଁ ତାଙ୍କୁ ଏପରି ସମ୍ମାନଜନକ ପୁରସ୍କାର ମିଳିଥିଲା। ୧୯୧୧ ଜୁନ୍‌ ୧୩ ତାରିଖରେ ଆମେରିକାର ସାନ୍‌ ଫ୍ରାନ୍ସିସ୍କୋ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସେ ପଦାର୍ଥ ବିଜ୍ଞାନ ଏବଂ ତତ୍‌ ସମ୍ପର୍କିତ ଗବେଷଣା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ୧୯୩୬ ମସିହାରେ ଶିକାଗୋ ୟୁନିଭର୍ସିଟିରୁ ସେ ପଦାର୍ଥ ବିଜ୍ଞାନରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଥିଲେ। ଏହାପରେ ଆମେରିକାର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଏର୍ନେଷ୍ଟ ଲରେନ୍ସଙ୍କ ସହ ମିଶି ଗବେଷଣା ଆରମ୍ଭ କରିଥିଲେ। ଏହି ସମୟରେ ଲୁଇସ୍‌ ସାଇକ୍ଳୋଟ୍ରୋନ୍‌ କଣିକା ବ୍ୟବହାର କରି ଟ୍ରିଟିୟମ୍‌ ପ୍ରସ୍ତୁତ କରିଥିଲେ, ଯାହାକୁ ଆଧାର କରି ସେ ସାଉଁଟିଥିଲେ ଅନେକ ପ୍ରଶଂସା। କେବଳ ସେତିକି ନୁହେଁ, ସେ ନ୍ୟୁଟ୍ରନ୍‌ର ଚୁମ୍ବକୀୟ ତତ୍ତ୍ୱକୁ ମଧ୍ୟ ମାପିଥିଲେ।
ଲୁଇସ୍‌ ଏମ୍‌ଆଇଟି ରେଡିଏଶନ ଲାବରେଟୋରିରେ ଯୋଗ ଦେଇଥିଲେ। ଏହି ଲାବରେଟୋରିରେ ମାଇକ୍ରୋଓ୍ବେଭ୍‌ ଓ ରାଡାର ବିଷୟରେ ଅନୁସନ୍ଧାନ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ରାଡାର ପ୍ରୋଜେକ୍ଟରେ ସେ କାମ କରିଥିଲେ। ଶତ୍ରୁମାନଙ୍କର ବୁଡ଼ାଜାହାଜ ବିଷୟରେ ଜାଣିବାକୁ ‘ଭିକ୍ସେନ୍‌’ ନାମକ ବାୟୁବାହୀ ମାଇକ୍ରୋଓ୍ବେଭ ରାଡାର ପ୍ରସ୍ତୁତ କରି ଚର୍ଚ୍ଚିତ ହୋଇଥିଲେ ଏହି ନୋବେଲ ପୁରସ୍କାରପ୍ରାପ୍ତ ପଦାର୍ଥ ବିଜ୍ଞାନୀ।
ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ସେ ବେଶ୍‌ କେତୋଟି ନୂଆ ତଥ୍ୟ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଥିଲେ। ହେଲେ କ୍ୟାନ୍‌ସର ଦ୍ୱାରା ଆକ୍ରାନ୍ତ ହେବା ଫଳରେ ତାଙ୍କର ଗବେଷଣା ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଜୀବନଯୁଦ୍ଧରେ ହାରିଯାଇ ଥିଲେ ଲୁଇସ୍‌। ୧୯୮୮ ସେପ୍ଟମ୍ବର ୧ରେ ସେ ପରଲୋକ ଗମନ କରିଥିଲେ। ହେଲେ ପଦାର୍ଥ ବିଜ୍ଞାନ ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri