ନୂଆ ଲୋଗୋରେ ପକ୍ଷୀ, ନାଲି କଙ୍କଡ଼ା ଉଭାନ୍‌

କେନ୍ଦ୍ରାପଡ଼ା ଅଫିସ,୨୧ା୯:କେନ୍ଦ୍ରାପଡ଼ା ବନ ବିଭାଗ ପକ୍ଷରୁ ଜାତୀୟ ଉଦ୍ୟାନ ଭିତରକନିକାର ଦୁଇଟି ନୂଆ ଲୋଗୋ ଉନ୍ମୋଚିତ ହୋଇଛି। ପ୍ରଥମ ଲୋଗୋରେ ବିରଳ ଅଲିଭ ରିଡ୍‌ଲେ କଇଁଛ ସ୍ଥାନ ପାଇ ନ ଥିବାରୁ ବିବାଦ ଆରମ୍ଭ ହୋଇଥିଲା। ସୋମବାର ଦ୍ୱିତୀୟ ଲୋଗୋ ଉନ୍ମୋଚିତ ହୋଇଛି। ଏଥିରେ ବି ତ୍ରୁଟି ରହିଛି। ଗହୀରମଥା ସାମୁଦ୍ରିକ ବନ୍ୟପ୍ରାଣୀ ସଂରକ୍ଷଣ ଅଞ୍ଚଳ ପାଇଁ ପ୍ରସ୍ତୁତ ଲୋଗୋରେ ପକ୍ଷୀ, ନାଲି କଙ୍କଡାଙ୍କ ଛବି ନାହିଁ; ଯାହା କି ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ପ୍ରଥମ ଲୋଗୋରେ ଥିବା କଞ୍ଜରଭେଶନ ଇଜ୍‌ ଆୱାର କନସର୍ନକୁ ୨ୟରେ ଉଠାଇ ଦିଆଯାଇଛି। ଜାତୀୟ ଉଦ୍ୟାନର ଅସ୍ମିତା ପାଇଁ ସମଗ୍ର ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇ ଗୋଟିଏ ଲୋଗୋ କରିବାକୁ ଜିଲାପାଳଙ୍କୁ ସୋମବାର ଦାବିପତ୍ର ଦିଆଯାଇଛି। ଏଥିସହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ, ପିସିସିଏଫ୍‌, ଆରସିସିଏଫ୍‌ଙ୍କୁ ଡାକ ଯୋଗେ ଲୋଗୋ ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ଅପରପକ୍ଷେ ଲୋଗୋ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠିଛି।

ଗୋଟିଏ ଲୋଗୋ ପ୍ରସ୍ତୁତ କରାଯାଉ
ଭିତରକନିକା ସଂରକ୍ଷିତ ଅଞ୍ଚଳ ୨୧୦, ୭୦୦ ହେକ୍ଟର। ଏଥିରେ ଭିତରକନିକା ଜାତୀୟ ଉଦ୍ୟାନ ୧୪, ୫୦୦ ହେକ୍ଟର ହୋଇଥିବା ବେଳେ ବନ୍ୟପ୍ରାଣୀ ସଂରକ୍ଷିତ ଅଞ୍ଚଳ ୫୨, ୭୦୦ ହେକ୍ଟର। ଗହୀରମଥା ସାମୁଦ୍ରିକ ପ୍ରାଣୀ ସଂରକ୍ଷିତ ଅଞ୍ଚଳର ଆୟତନ ୧୪୩, ୫୦୦ ହେକ୍ଟର। ଏହା ବ୍ୟତୀତ ଭିତରକନିକା ବନାଞ୍ଚଳର ସୁରକ୍ଷା ପାଇଁ ୪୪, ୬୪୦ ହେକ୍ଟର ଅଞ୍ଚଳକୁ ବଫର ଜୋନ୍‌ ବା ଇକୋ ସେନ୍ସିଟିଭ ଜୋନ୍‌ ଭାବେ ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ୨ ଲୋଗୋ ପରିବର୍ତ୍ତେ ଗୋଟିଏ କିମ୍ବା ୪ ଲୋଗୋ ପ୍ରସ୍ତୁତ ହେଉ। ଫଳରେ ଭିତରକନିକାକୁ ଭାଗ କରି ଲୋକଙ୍କୁ ଚିହ୍ନଟ କରାଇବା ଅଥବା ଅବିଭକ୍ତ ଭିତରକନିକାର ଅସ୍ମିତାର ପ୍ରଚାର ପ୍ରସାର ହୋଇପାରିବ।
ପ୍ରଭୁପ୍ରସାଦ ମହାପାତ୍ର,
ପରିବେଶବିତ୍‌, ମହାକାଳପଡ଼ା

ଜିଲାବ୍ୟାପୀ ଆନ୍ଦୋଳନ ହେବ
ଭିତରକନିକାର ଲୋଗୋ ବଦଳିଯାଇଛି। ଏହି ବଦଳାବଦଳିରେ ଭିତରକନିକାର ଅସ୍ମିତାକୁ ନଷ୍ଟ କରାଯାଇଛି। ପ୍ରଥମ ଲୋଗୋରେ ଅଲିଭ ରିଡ୍‌ଲେକୁ ସ୍ଥାନ ମିଳିନାହିଁ। ସେହିପରି ଦ୍ୱିତୀୟ ଲୋଗୋରେ ପକ୍ଷୀ, ନାଲି କଙ୍କଡା ଆଦି ନାହାନ୍ତି। ପ୍ରଥମ ଓ ଦ୍ୱିତୀୟ ଲୋଗୋରେ ଡଲଫିନ୍‌ ସ୍ଥାନ ପାଇଛି। ବନବିଭାଗ ଲୋଗୋ ପ୍ରସ୍ତୁତିରେ ଅସମାନତା ପ୍ରଦର୍ଶନ କରିଛନ୍ତି। ଏ ନେଇ ଜିଲାପାଳଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି। ଲୋଗୋ ନ ବଦଳିଲେ ଜିଲାବ୍ୟାପୀ ଆନ୍ଦୋଳନ ହେବ।
ପ୍ରଦୀପ କୁମାର ଦାଶ,
ରାଜ୍ୟ ସଭାପତି, ଜନଶକ୍ତି ପାର୍ଟି

ଲୋଗୋର ରେଜିଷ୍ଟ୍ରେଶନ ଜରୁରୀ
ପରିବେଶ ସୁରକ୍ଷା ଆଇନ ୧୯୮୬ ଅଧୀନରେ ଲୋଗୋର ଗୁରୁତ୍ୱ ଅଧିକ। ଏହି ଲୋଗୋ ସ୍ଥାନୀୟ ପରିବେଶ ସୁରକ୍ଷା ସହିତ ସଂରକ୍ଷଣ ସମ୍ପର୍କରେ ସୂଚନା ଦେଇଥାଏ। ଆଧୁନିକ ଯୁଗରେ ପରିବେଶ ସଚେତନତା ପାଇଁ ଲୋଗୋ ଜରୁରୀ ହୋଇପଡିଛି। ଏହାଦ୍ୱାରା ପରିବେଶ ସମ୍ପର୍କରେ ସଙ୍କେତାତ୍ମକ ହେଲେ ମଧ୍ୟ ବୃହତ୍‌ ଉଦ୍ଦେଶ୍ୟ ସାଧନ ହୋଇଥାଏ। ଲୋଗୋର ରେଜିଷ୍ଟ୍ରେଶନ ନ ହେଲେ ଏହାର ସୁଯୋଗ ବ୍ୟବସାୟୀ ଉଠାଇବେ। ଭିତରକନିକାର ଆକର୍ଷଣ ସାରା ବିଶ୍ୱରେ ଅଛି। ଏହି ଲୋଗୋକୁ ବ୍ୟବହାର କରି କେତେଜଣ ବ୍ୟବସାୟୀ ଟୁରିଷ୍ଟଙ୍କୁ ଠକି ପାରନ୍ତି। ସେହିପରି ଭିତରକନିକା ଗୋଟିଏ ବର୍ଷରେ ୪୮୦ କୁଇଣ୍ଟାଲ ମହୁ ଉପତ୍ାଦର କ୍ଷମତା ରଖିଛି। ମହୁ ଭିତରକନିକାର ଲୋଗୋରେ ବିକ୍ରି ହୋଇପାରିବ। ତେବେ ଲୋଗୋ ରେଜିଷ୍ଟ୍ରେଶନ ହୋଇ ନ ଥିଲେ ବ୍ୟବସାୟୀ ସୁଯୋଗ ନେବେ।
ଆଇନଜୀବୀ ସରୋଜରାଜ ସିଂହ, କେନ୍ଦ୍ରାପଡ଼ା

ପ୍ରଶାସନ ଲୋଗୋ ବିବାଦ ସୃଷ୍ଟି କରିଛି
ଲୋଗୋ ଆଢ଼ୁଆଳରେ ଅର୍ଥ ହଡପ ଯୋଜନା ଥିବା ଅସମ୍ଭବ ନୁହେଁ। ଇତିମଧ୍ୟରେ ନୂତନ ଲୋଗୋରେ ଟୋପି, ମଗ, ଟି-ଶାର୍ଟ ଆଦି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ପୁରୁଣା ଲୋଗୋରେ ଥିବା ସାମଗ୍ରୀ କେତେ ପରିମାଣରେ ଗଚ୍ଛିତ ଅଛି ଓ ନୂତନ ଲୋଗୋ ପ୍ରସ୍ତୁତି ସହ ନୂଆ ସାମଗ୍ରୀ କିଣା ସମ୍ପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯିବ। ଏହାବ୍ୟତୀତ ପୁରୁଣା ଲୋଗୋରେ ଭିତରକନିକାକୁ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ କଞ୍ଜରଭେଶନ ଇଜ ଆୱାର କନସର୍ନ ଟ୍ୟାଗ ଲାଇନ ଥିଲା; ଯାହା ନୂତନ ଲୋଗୋରେ ଦେଖିବାକୁ ମିଳୁନାହିଁ। ଖରସ୍ରୋତା ପାଣି ଉଠା ବିବାଦକୁ ସମ୍ଭାଳି ପାରୁ ନ ଥିବା ଜିଲା ପ୍ରଶାସନ ପୁଣି ଏକ ନୂଆ ଲୋଗୋ ବିବାଦ ସୃଷ୍ଟି କରିଛି। ଜିଲାବାସୀ ପ୍ରଶାସନର ଏପରି ମନୋଭାବକୁ କେବେ ବି ବରଦାସ୍ତ କରିବେ ନାହିଁ
ପ୍ରତାପ କୁମାର ପାଢ଼ୀ,
ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri