Posted inଫୁରସତ

ସୂର୍ଯ୍ୟ ଅସ୍ତ ହେଉ ନ ଥିବା ସ୍ଥାନ

ସୌରମଣ୍ଡଳ ଏବେ ସୁଦ୍ଧା ମଣିଷ ସମାଜ ପାଇଁ ଏକ ଅସରନ୍ତି ରହସ୍ୟମୟ ।
ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବା ସହିତ ନିଜ ଚାରିପଟେ ମଧ୍ୟ ବୁଲୁଥାଏ, ଯେଉଁଥିପାଇଁ ଦିନରାତି ହୋଇଥାଏ। ତେବେ ବିଭିନ୍ନ ସ୍ଥାନରେ ଦିନରାତିର ସମୟସୀମା ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ ଏମିତି ବି କିଛି ବିସ୍ମୟ ସ୍ଥାନ ରହିଛି; ଯେଉଁଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ…

ନରଓ୍ବେ : ନରଓ୍ବେର ହାମରଫେଷ୍ଟ ନାମକ ଏକ ସ୍ଥାନରେ ଆର୍କଟିକ୍‌ ସର୍କଲ ଥିବାରୁ ଏଠାରେ ଖୁବ୍‌ କମ୍‌ ସମୟ ପାଇଁ ସୂର୍ଯ୍ୟାସ୍ତ ହେଉଥିବା ସୂଚନା ରହିଛି। ମୁଖ୍ୟତଃ ମେ’ରୁ ଜୁଲାଇ ମାସ ଭିତରେ ଏଠାରେ ସୂର୍ଯ୍ୟାସ୍ତ ଆଦୌ ହୁଏ ନାହିଁ , ଆଉ ଯଦି ବି ହୁଏ ତାହା ମଧ୍ୟ ରାତ୍ରିରେ ହୋଇ ମାତ୍ର ୪୦ ରୁ ୪୫ ମିନିଟ୍‌ର ବ୍ୟବଧାନ ପରେ ପୁଣିଥରେ ସୂର୍ଯ୍ୟୋଦୟ ହୋଇଯାଏ।
ଫିନ୍‌ଲ୍ୟାଣ୍ଡ : ଏକାଧିକ ଝରଣା ଓ ଦ୍ୱୀପର ଆକର୍ଷଣରେ ଆକର୍ଷିତ ଫିନ୍‌ଲ୍ୟାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ସତରେ ବେଶ୍‌ ନିଆରା ଲାଗେ। ତା’ଠୁ ଆହୁରି ନିଆରା ଲାଗେ ଏଠାରେ ସୂର୍ଯ୍ୟାସ୍ତ ହେଉ ନଥିବା ଘଟଣା ସମ୍ପର୍କରେ ଜାଣିଲେ। ଅର୍ଥାତ୍‌ ଖରାଦିନେ ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅହରହ ନିଜର କିରଣ ବିଚ୍ଛୁରିତ କରିଥାନ୍ତି। କିନ୍ତୁ ଏହାର ଠିକ୍‌ ଓଲଟା ହୋଇଥାଏ ଶୀତଦିନେ। ଶୀତଦିନେ ଏଠାରେ ପ୍ରାୟତଃ ଅନ୍ଧାର ଘୋଟିକି ରହିଥାଏ। ସେଥିପାଇଁ ସ୍ଥାନୀୟ ଲୋକେ ଖରାଦିନେ କମ୍‌ ଓ ଶୀତଦିନେ ଅଧିକ ସମୟ ଶୋଉଥିବାର ଦେଖାଯାଏ। ତେବେ ଏହି ବିରଳ ଦୃଶ୍ୟ ଫିନ୍‌ଲ୍ୟାଣ୍ଡର ସେହି ସ୍ଥାନରେ ଦେଖାଯାଏ, ଯେଉଁଠାରେ କେବଳ ଆର୍କଟିକ୍‌ ସର୍କଲ ରହିଛି।
ସ୍ବିଡେନ୍‌ : କିରୁନା ସ୍ବିଡେନସ୍ଥିତ ଏମିତି ଏକ ସହର, ଯେଉଁଠାରେ ମେ’ରୁ ଅଗଷ୍ଟ ମାସ ମଧ୍ୟରେ ପ୍ରାୟତଃ ଖୁବ୍‌ କମ୍‌ ସମୟ ପାଇଁ ସୂର୍ଯ୍ୟାସ୍ତ ହେଉଥିବା ଦେଖିବାକୁ ମିଳିଥାଏ। ସୂଚନାନୁଯାୟୀ, ଏଠାରେ ସୂର୍ଯ୍ୟ ମଧ୍ୟରାତ୍ରିରେ ଅସ୍ତ ହୋଇ ପୁଣି ଭୋର୍‌ ୪ଟା ବେଳକୁ ଉଦୟ ହୋଇଥାନ୍ତି। ଏଭଳି ବିରଳ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମୁଥିବା ମଧ୍ୟ ଦେଖିବାକୁ ମିଳେ।
ଆଲାସ୍କା : ମେ’ ମାସ ଶେଷରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଆଲାସ୍କାର ବାରୋ (ଯାହା ଉଟକିୟାଗଓ୍ବିକ୍‌ ନାମରେ ମଧ୍ୟ ପରିଚିତ )ନାମକ ସହରରେ ସୂର୍ଯ୍ୟାସ୍ତ ହେଉ ନଥିବା ସୂଚନା ମଧ୍ୟ ରହିଛି। କିନ୍ତୁ ଏହାର କିଛିଦିନ ପରେ ଅର୍ଥାତ୍‌ ଶୀତଦିନେ ଠିକ୍‌ ଏହାର ଓଲଟା ଦେଖିବାକୁ ମିଳିଥାଏ। ଶୀତ ପଡିବା ମାତ୍ରେ ଏଠାରେ ପାଖାପାଖି ୩୦ ଦିନ ପର୍ଯ୍ୟନ୍ତ ଅନ୍ଧକାର ଘୋଟି ରୁହେ, ଯାହାକୁ ସାଧାରଣତଃ ପୋଲାର୍‌ ନାଇଟ୍‌ ବୋଲି କୁହାଯାଇଥାଏ।
ଆଇସ୍‌ଲ୍ୟାଣ୍ଡ : ଗ୍ରେଟ୍‌ ବ୍ରିଟେନ୍‌ ପରେ ଏହା ୟୁରୋପର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ଭାବେ ଜଣାଶୁଣା। ତା’ଛଡ଼ା ଏହା ଏମିତି ଏକ ଦେଶ ଯେଉଁଠାରେ ମଶା ଖୁବ୍‌ କମ୍‌ ଦେଖାଯାଇଥାନ୍ତି ବୋଲି ସୂଚନା ମଧ୍ୟ ରହିଛି। କୁହାଯାଏ, ମୁଖ୍ୟତଃ ଜୁନ୍‌ ମାସରେ କୁଆଡେ ଆଇସ୍‌ଲ୍ୟାଣ୍ଡର କେତେକ ଅଞ୍ଚଳରେ ସୂର୍ଯ୍ୟ ଆଦୌ ଅସ୍ତ ହୁଅନ୍ତି ନାହିଁ। ରାତିରେ ବି ଏଠାରେ ସୂର୍ଯ୍ୟାଲୋକ ଏମିତି ଦେଖାଯାଏ, ଲାଗେ ସତେ ଯେମିତି ଦିନ ହୋଇଗଲାଣି। ଏଭଳି ବିରଳ ଦୃଶ୍ୟ ଦେଖିବାକୁ ହେଲେ ପର୍ଯ୍ୟଟକଙ୍କୁ ଏଠାକାର ଆର୍କଟିକ୍‌ ସର୍କଲରେ ଥିବା ଆକୁରେୟରୀ ସହର ଏବଂ ଗ୍ରୀମ୍‌ସୀ ଦ୍ୱୀପକୁ ବୁଲିଯିବାକୁ ହେବ।
କାନାଡ଼ା: ନୁନାବୁତ କାନାଡ଼ାର ଉତ୍ତରପଶ୍ଚିମ ପ୍ରଦେଶରେ ଥିବା ଆର୍କଟିକ୍‌ ସର୍କଲରୁ ମାତ୍ର ଦୁଇ ଡିଗ୍ରୀ ଉଚ୍ଚତାରେ ଥିବା ଏକ ସ୍ଥାନ, ଯେଉଁଠାରେ ପ୍ରାୟ ତିନି ହଜାର ଲୋକ ବସବାସ କରୁଥିବା ସୂଚନା ରହିଛି। ତଥ୍ୟ ଅନୁଯାୟୀ, ଏଠାରେ ଶୀତଦିନେ କୁଆଡ଼େ ପାଖାପାଖି ୩୦ ଦିନ ପର୍ଯ୍ୟନ୍ତ ଘନ ଅନ୍ଧକାର ଘୋଟିଯାଏ। ଅନ୍ୟପକ୍ଷେ ଗ୍ରୀଷ୍ମଋତୁରେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏଠାରେ ୨୪ ଘଣ୍ଟା ସୂର୍ଯ୍ୟାଲୋକ ଦେଖାଯିବାର ବିରଳ ଦୃଶ୍ୟ ଅନୁଭବ କରିହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri