ପ୍ରଥମ ଦରମା ଟଙ୍କା ବୋଉ ଓ ନାନୀଙ୍କୁ ଦେଇଥିଲି

ସାହିତି୍ୟକ ସତ୍ୟନାରାୟଣ ଗନ୍ତାୟତ ନିଜ ପ୍ରଥମ ରୋଜଗାର
ସମ୍ପର୍କରେ ଯାହା କୁହନ୍ତି…
ରାୟଗଡ଼ା ହେଉଛି ମୋ ଜନ୍ମସ୍ଥାନ। ସ୍ଥାନୀୟ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୯ରେ ଏକାଦଶ ପାସ୍‌ କରିବା ପରେ ରାୟଗଡ଼ା କଲେଜରେ ସ୍ନାତକ ଯାଏ ପଢ଼ିଥିଲି। ତା’ପରେ ଇଣ୍ଟରଭ୍ୟୁ ଦେଇ ୧୯୮୩ ମସିହା ଅଗଷ୍ଟ ୧୧ ତାରିଖରୁ ଏଲ୍‌ଆଇସିର ଜୟପୁର ବ୍ରାଞ୍ଚରୁ ଆସିଷ୍ଟାଣ୍ଟ ପୋଷ୍ଟରୁ ମୋ ଚାକିରି ଜୀବନ ଆରମ୍ଭ କଲି। ସେତେବେଳେ ୭୦୦ଟଙ୍କା ଦରମା ମିଳୁଥିଲା। ତେବେ ପ୍ରଥମ ମାସର ଦରମା ସହ ପୂଜାଖର୍ଚ୍ଚ ବାବଦରେ ଆଡ୍‌ଭାନ୍ସରେ ଆଉ ୭୦୦ ଟଙ୍କା ମୁଁ ଅଫିସ୍‌ରୁ ଉଠାଇଥିଲି, ଯେଉଁ ଟଙ୍କାକୁ ଦଶ ମାସ ଭିତରେ ଶୁଝିବାର ସୁବିଧା ମୋତେ ଦିଆଯାଇଥିଲା। ମୋଟ ୧୪୦୦ ଟଙ୍କାରୁ ୪୦୦ ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖି ବାକି ହଜାରେ ଟଙ୍କା ନେଇ ବୋଉ ଓ ମୋ ବଡ଼ ନାନୀ ହାତରେ ଦେଇଥିଲି। କାରଣ ମୁଁ ମାଟ୍ରିକ୍‌ ପଢ଼ିଲାବେଳେ ବାପାଙ୍କର ଅକାଳ ବିୟୋଗ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ବୋଉ ସହିତ ମୋଠାରୁ ଦଶ ବର୍ଷ ବଡ଼ ମୋ ନାନୀ ମୋତେ ଆଉ ମୋ ସାନ ଭାଇକୁ ମା’ ପରି ସ୍ନେହମମତା ଦେଇ ବଢ଼ାଇଥିଲେ। ତେଣୁ ଚାକିରିର ପ୍ରଥମ ଦରମା ପାଇବା ପରେ ଟଙ୍କାଟିକୁ ନେଇ ସେମାନଙ୍କ ହାତରେ ଦେବାରେ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳିଥିଲା। ବୋଉ ଓ ନାନୀ ସେଦିନ ମୋ ଉପରେ ବହୁତ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ ବି କରିଥିଲେ। ସେମାନଙ୍କ ଆଶୀର୍ବାଦରୁ ଚାକିରି କ୍ଷେତ୍ରରେ କ୍ରମେ ପ୍ରମୋଶନ ପାଇ ଏବେ ମୁଁ ହାୟର୍‌ ଗ୍ରେଡ୍‌ ଆସିଷ୍ଟାଣ୍ଟ ଭାବେ ରାୟଗଡ଼ା ଏଲ୍‌ଆଇସି କାର୍ଯ୍ୟାଳୟରେ କାର୍ଯ୍ୟରତ। ଆଉ ମାତ୍ର ଅଢ଼େଇ ବର୍ଷ ବାକି ଅଛି ଚାକିରିରୁ ଅବସର ନେବାକୁ। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ, ଦୁର୍ଭାଗ୍ୟବଶତଃ ଆମେ ତିନି ଭାଇ ଭଉଣୀ ଥିଲୁ ବର୍ଦ୍ଧିଷ୍ଣୁ ଚଳତ୍‌ଶକ୍ତିହୀନତାର ଶିକାର। ହେଲେ ଏହି ଶାରୀରିକ ଅକ୍ଷମତା କେବେ ବି ଆମର ପଥ ଅବରୋଧ କରିପାରିନି। ନିଜ ଚେଷ୍ଟiରେ ଆମେ ତିନି ଜଣଯାକ ପାଠରେ ଯେମିତି ଭଲ ଥିଲୁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେମିତି ପାରଦର୍ଶିତା ଦେଖାଉଥିଲୁ। ମୋ ସାନଭାଇ ଶିବପ୍ରସାଦ ଗନ୍ତାୟତ ଜଣେ ଲୋକପ୍ରିୟ ବ୍ୟଙ୍ଗ ଲେଖକ। ବଡ଼ ନାନୀ ନିର୍ମଳା ଗନ୍ତାୟତ ‘ସମ୍ପାଦକ ସମୀପେଷୁ’ଓ ‘ସବୁ ରାତିର ଜହ୍ନ’ ଶୀର୍ଷକ ଦୁଇଟି ବହିର ଲେଖିକା। ହେଲେ ସେମାନେ ଏବେ କେହି ମୋ ପାଖରେ ନାହାନ୍ତି। ବୋଉ, ନାନୀ ଆଉ ସାନ ଭାଇ ସମସ୍ତେ ଆରପାରିକୁ ଚାଲିଗଲେଣି। କେବଳ ଧର୍ମପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ଏବେ ମୋ ପରିବାର। ତେବେ ଚାକିରି କରି ରୋଜଗାର କରିବାର ବହୁ ପୂର୍ବରୁ ଅର୍ଥାତ୍‌ ତୃତୀୟ ଶ୍ରେଣୀରୁ ମୁଁ ବୃତ୍ତି ଆକାରରେ ମଧ୍ୟ କେତେ ଟଙ୍କା ପାଇଛି। ତୃତୀୟରେ ୭ ଟଙ୍କା, ପଞ୍ଚମରେ ୯ ଟଙ୍କା ଆଉ ସପ୍ତମରେ ୨୦ ଟଙ୍କା ଲେଖାଏଁ ମୁଁ ବୃତ୍ତି ପାଇଥିଲି। ଆଉ ସେ ସବୁ ଟଙ୍କାକୁ ନେଇ ମୋ ଜେଜେମା’ଙ୍କ ହାତରେ ଦେଇଥିଲି। ଜେଜେମା’ ସେହି ଟଙ୍କାକୁ ଘର ଖର୍ଚ୍ଚରେ ହିଁ ଲଗାଉଥିଲେ, ଯାହା ମୋ ପାଇଁ ବି ଖୁସିର ବିଷୟ ଥିଲା। ତେବେ କେବଳ ପାଠ ନୁହେଁ, ବତ୍କୃତା ପ୍ରତିଯୋଗିତାରେ ଭାଗ ନେବା ସହ କବିତା ଲେଖିବା ମଧ୍ୟ ମୁଁ ଖୁବ୍‌ କମ୍‌ ବୟସରୁ ଆରମ୍ଭ କରି ଦେଇଥିଲି। ଏପରିକି ଆକାଶବାଣୀର ଯୁବବାଣୀ ବିଭାଗରେ କବିତା ପାଠକରି ମୁଁ ପ୍ରଥମ ଥର ପାଇଁ ୫୦ ଟଙ୍କାର ଏକ ଚେକ୍‌ ପାଇଥିଲି। ଆଉ ଯାହାକୁ ପାଇବା ପରେ ପ୍ରଥମ କରି ମୋ ନାଁରେ ଏକ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିଥିଲି, ଯାହା ଥିଲା ମୋ ପାଇଁ ଏକ ଅଭୁଲା ସ୍ମୃତି। ଏବେ ମୁଁ କବିତା ଓ ସ୍ତମ୍ଭ ରଚନା ସହିତ ନିବନ୍ଧ, ଅଣୁଗଳ୍ପ, ଅନୁବାଦ ଲେଖିବା ସଙ୍ଗେସଙ୍ଗେ ଆଲୋଚନା ତଥା କବିତା ସମୀକ୍ଷା ମଧ୍ୟ କରୁଛି। ସେହିପରି ମୋର ‘ଥୁଣ୍ଟାଗଛ’, ‘ଛବିର ମଣିଷ’ ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ ହୋଇ ବହୁ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ବି ହୋଇସାରିଛି। ତା’ଛଡ଼ା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଭାବେ ଦୁଇଥର ମନୋନୀତ ହୋଇ ଏବଂ ରାୟଗଡ଼ା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଭାବେ ମୁଁ ପାଠକଙ୍କଠାରୁ ଅନେକ ପ୍ରଶଂସା ମଧ୍ୟ ପାଇଛି। ଭଗବାନଙ୍କ ଆଶୀର୍ବାଦ ଥିଲେ ଆଗକୁ ବି ଲେଖାଲେଖିର ଏହିଧାରା ଏମିତି ଜାରି ରହିବ ବୋଲି ମୋର ଆଶା ମଧ୍ୟ ରହିଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

୫୦୦ବର୍ଷ ପରେ ୨୦୨୬ରେ ୩ଥର ନକ୍ଷତ୍ର ପରିବର୍ତ୍ତନ କରିବେ ଶନି, ଜମି-କୋଠାବାଡି କିଣିବେ ଏହି ରାଶି

ପ୍ରତିବର୍ଷ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ଏବଂ ନକ୍ଷତ୍ର ଦେଇ ଗତି କରନ୍ତି, ସିଧାସଳଖ କିମ୍ୱା ପଛକୁ ଯାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ରାଶି ଚକ୍ରରେ ଶୁକ୍ର ଚଳନ: ଆସନ୍ତା ୨୪ ଦିନ ଏହି ୫ ରାଶିର ବଢ଼ିବ ଧନ ଓ ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୁଖ-ସୁବିଧା, ପ୍ରେମ ଏବଂ ଅପାର ଧନର କାରକ ଗ୍ରହ ‘ଶୁକ୍ର’ ଶନିବାର ଅର୍ଥାତ୍ ୨୦ ଡିସେମ୍ବର ସକାଳ ୭ଟା ୩୧ ମିନିଟରେ...

୨୦୨୬ ଏହି ୬ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ, ଫିଟିବ ବିବାହର ଯୋଗ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ କେବଳ ବୟସ କିମ୍ବା ଇଚ୍ଛା ଉପରେ ନୁହେଁ, ବରଂ ଗ୍ରହମାନଙ୍କର ଗୋଚର, ଶୁକ୍ର-ଗୁରୁଙ୍କ ସ୍ଥିତି ଏବଂ ଶନିଙ୍କ ପ୍ରଭାବ ଉପରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri