ବାରଣ୍ଡାରେ ମଧ୍ୟାହ୍ନଭୋଜନ ରୋଷେଇ

ବନ୍ତ, ୬।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକର ଅଧିକାଂଶ ସ୍କୁଲରେ ରୋଷେଇ ଘର ନ ଥିବାବେଳେ ଆଉ କେତେକ ସ୍କୁଲରେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ବାରଣ୍ଡାରେ ହେଉଥିବା ଦେଖାଯାଇଛି। ଏଭଳି ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହାର ସମାଧାନ କରାଯାଉ ବୋଲି ସାଧାରଣରେ ଦାବି କରାଯାଇଛି।
ପ୍ରକାଶ ଯେ, ବନ୍ତ ବ୍ଲକରେ ମୋଟ ୨୩୫ଟି ସ୍କୁଲକୁ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଥିବା ବେଳେ ସେଥିମଧ୍ୟରୁ ୧୭୯ ସ୍କୁଲରେ ରୋଷେଇ ଘର ଅଛି। ୫୬ ସ୍କୁଲରେ ରୋଷେଇ ଘର ନ ଥିବା ତଥ୍ୟ ସାମ୍ନାକୁ ଆସିଛି। ସେଥିମଧ୍ୟରୁ କେତେକ ସ୍କୁଲରେ ଆଦୌ ରୋଷେଇ ଘର ନ ଥିବାବେଳେ ଆଉ କେତେକ ସ୍କୁଲରେ ଗୃହ ନିର୍ମାଣ କରାଯାଇ ଅଧାରେ ଅଟକି ରହିଛି। ପଧାନପଡ଼ା ପଞ୍ଚାୟତ ଆଦିବାସୀ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଘର ନ ଥିବାରୁ ବାରଣ୍ଡାରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି। ୨୦୦୮ ମସିହାରେ ଏଠାରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ପଧାନପଡ଼ା, ଆଦିବାସୀ ସାହି ଓ ନିମପଲ୍ଲୀ ଆଦି ଗ୍ରାମରୁ ଅନୁସୂଚିତ ଜାତି ଏବଂ ଜନଜାତି ସମ୍ପ୍ରଦାୟର ପିଲା ଅଧ୍ୟୟନ କରୁଛନ୍ତି। ଖୋଲାସ୍ଥାନରେ ରୋଷେଇ ହେଉଥିବାରୁ ଝଡ଼ ବର୍ଷା ସମୟରେ ନାନା ଅସୁବିଧା ହେଉଛି। ସେହିପରି ପାଚେରି ନ ଥିବାରୁ ବିଦ୍ୟାଳୟ ଅସୁରକ୍ଷିତ ହୋଇପଡ଼ିଛି। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ରଙ୍କୁ ପଚାରିବାରୁ ଯେଉଁଠି ରୋଷେଇ ଘର ନାହିଁ, ସେସବୁ ସ୍କୁଲର ତାଲିକା ଡିପିସି ଅଫିସ୍‌କୁ ପଠାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌, ଘନ କୁହୁଡି ଯୋଗୁ…

ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍‌। ଫଳରେ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri