ମହିଳା ବିରୋଧୀ ହିଂସା: ଓଡ଼ିଶା ୨ୟ

ଭୁବନେଶ୍ୱର (ବ୍ୟୁରୋ) /ନୂଆଦିଲ୍ଲୀ,୧୬ା୯: ବଳାତ୍କାର, ଏସିଡ୍‌ ଆକ୍ରମଣ, ହତ୍ୟା, ଯୌତୁକ ନିର୍ଯାତନା, ଚାଲାଣ, ଯୌନ ନିର୍ଯାତନା, ଅସଦାଚରଣ ଆଦି ମହିଳା ବିରୋଧୀ ହିଂସା ଓଡ଼ିଶାରେ ପ୍ରତିବର୍ଷ ବଢ଼ିଚାଲିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦ରେ ସାରା ଦେଶରେ ପୂର୍ବ ବର୍ଷ ତୁଳନାରେ ୮.୩% ମହିଳା ବିରୋଧୀ ଅପରାଧ ହ୍ରାସ ପାଇଛି। ଏ କ୍ଷେତ୍ରରେ ୨୦୧୯ରେ ମୋଟ ୪ ଲକ୍ଷ ୫ ହଜାର ୩୨୬ଟି ମାମଲା ରୁଜୁ ହୋଇଥିଲା। ତାହା ୨୦୨୦ରେ ୩ ଲକ୍ଷ ୭୧ ହଜାର ୫୦୩କୁ ହ୍ରାସ ପାଇଛି। କିନ୍ତୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଯଥାକ୍ରମେ ୧୮% ଓ ୯% ବୃଦ୍ଧି ପାଇଛି। ଅର୍ଥାତ୍‌ ଓଡ଼ିଶାରେ ୨୦୧୯ରେ ୨୩,୧୮୩ଟି ମହିଳା ବିରୋଧୀ ହିଂସା ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୨୫,୪୮୯ଟି ମାମଲା ରୁଜୁ ହୋଇଛି। ସେହିପରି ପଶ୍ଚିମବଙ୍ଗରେ ଯଥାକ୍ରମେ ୨୯,୮୫୯ ଏବଂ ୩୬,୪୩୯ଟି ମାମଲା ରୁଜୁ କରାଯାଇଛି। ସ୍ବାମୀ କିମ୍ବା ସମ୍ପର୍କୀୟ ଦ୍ୱାରା କ୍ରୂରତା (୩୦%) ଅଭିଯୋଗରେ ଅଧିକାଂଶ ମାମଲା ରୁଜୁ ହୋଇଛି। ସେହିପରି ମହିଳାଙ୍କୁ ଦବାଇ ରଖିବା ଉଦ୍ଦେଶ୍ୟରେ ଆକ୍ରମଣ (୨୩%), ଅପହରଣ (୧୬.୮%) ଏବଂ ବଳାତ୍କାର (୭.୫%) ଆଦି ପ୍ରମୁଖ ମାମଲା ରହିଛି।

ଓଡ଼ିଶାରେ ମହିଳା ହିଂସା ବୃଦ୍ଧି ପାଇଥିବା ନେଇ ଖୋଦ୍‌ ରାଜ୍ୟ ସରକାର ବିଧାନସଭାରେ ସ୍ବୀକାରମହିଳା ବିରୋଧୀ ହିଂସା କରିଛନ୍ତି। ଗତ ୬ ତାରିଖରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟରେ ଯୌତୁକଜନିତ ହତ୍ୟା, ବଳାତ୍କାର ଓ ଅନ୍ୟାନ୍ୟ ମହିଳା ହିଂସା ବଢ଼ିଥିବା ଦର୍ଶାଇଥିଲେ। ଅନ୍ୟପକ୍ଷରେ ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଥାନା, ଫାଣ୍ଡି ସ୍ଥାପନ ଏବଂ ପୋଲିସ ପଦବୀ ପୂରଣ ହୋଇ ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଦର୍ଶାଇ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। କେବଳ ମହିଳା ବିରୋଧୀ ହିଂସା ନୁହେଁ, ଓଡ଼ିଶାରେ ଅନ୍ୟାନ୍ୟ ଅପରାଧ ୨୦୧୯ ତୁଳନାରେ ୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ଏବଂ ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୩୦ଟି ଅପରାଧ ମାମଲା ରୁଜୁ ହୋଇଛି। ଏ କ୍ଷେତ୍ରରେ ଦେଶରେ ୨୮% ମାମଲା ବଢ଼ିଛି। ୨୦୨୦ରେ ମୋଟ ୨୯,୧୯୩ ଜଣଙ୍କୁ ହତ୍ୟା କରାଯାଇଛି, ଅର୍ଥାତ୍‌ ଦୈନିକ ହାରାହାରି ୮୦ଟି ହତ୍ୟାକାଣ୍ଡ ଘଟିଛି। ଏଥିରେ ଉତ୍ତରପ୍ରଦେଶ ସର୍ବାଗ୍ରେ ରହିଥିବା ଏନ୍‌ସିଆର୍‌ବି ରିପୋର୍ଟରେ କୁହାଯାଇଛି। ୟୁପିରେ ୩୭୭୯ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ବିହାରରେ ୩,୧୫୦, ମହାରାଷ୍ଟ୍ରରେ ୨,୧୬୩, ମଧ୍ୟପ୍ରଦେଶରେ ୨,୧୦୧, ପଶ୍ଚିମବଙ୍ଗରେ ୧,୯୪୮ ଓ ଦିଲ୍ଲୀରେ ୪୭୨ ହତ୍ୟା ମାମଲା ରୁଜୁ ହୋଇଛି। ପୂର୍ବବର୍ଷ ତୁଳନାରେ ଏହା ୧ ପ୍ରତିଶତ ଅଧିକ। ୨୦୧୯ରେ ମୋଟ ୨୮,୯୧୫ ଜଣଙ୍କୁ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ ୨୦୨୦ରେ ଅପହରଣ ସଂଖ୍ୟା ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୧୯ରେ ୧,୦୫,୦୩୬ ଅପହରଣ ଘଟିଥିବାବେଳେ ୨୦୨୦ରେ ୮୪,୮୦୫ ଅପହରଣ ମାମଲା ରୁଜୁ ହୋଇଛି।
କୋଭିଡ୍‌-୧୯ ନିୟମ ଉଲ୍ଲଂଘନକୁ ନେଇ ବହୁସଂଖ୍ୟାରେ ଅପରାଧ ମାମଲା ରୁଜୁ ହୋଇଛି। ଅନ୍ୟାନ୍ୟ ଅପରାଧ ମାମଲା ସଂଖ୍ୟା ୨୦୧୯ ତୁଳନାରେ ହ୍ରାସ ପାଇଛି। ଗତବର୍ଷ ଦେଶରେ ମୋଟ ୬୬,୦୧,୨୮୫ ଅପରାଧ ମାମଲା ରୁଜୁ ହୋଇଛି ଯେଉଁଥିରୁ ୪୨,୫୪,୩୫୬ଟି ଆଇପିସି ଉଲ୍ଲଂଘନ ଏବଂ ୨୩,୪୬,୯୨୯ଟି ସ୍ବତନ୍ତ୍ର ତଥା ସ୍ଥାନୀୟ ଆଇନ ଅନୁଯାୟୀ ଅପରାଧ। ୨୦୧୯ରେ ମୋଟ ୫୧,୫୬,୧୫୮ ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ଅଧିକ ୧୪,୪୫,୧୨୭ ମାମଲା (୨୮%) ରୁଜୁ ହୋଇଛି। ପ୍ରତି ଲକ୍ଷେ ଲୋକରେ ଅପରାଧ ମାମଲା ସଂଖ୍ୟା ୨୦୧୯ରେ ୩୮୫.୫ ଥିବାବେଳେ ୨୦୨୦ରେ ୪୮୭.୮କୁ ବୃଦ୍ଧି ପାଇଛି। ଆଇପିସିର ଦଫା ୧୮୮(ପ୍ରଶାସନିକ ନିର୍ଦ୍ଦେଶର ଅବମାନନା)ରେ ସର୍ବାଧିକ ୬,୧୨,୧୭୯ ମାମଲା ରୁଜୁ ହୋଇଛି, ଯାହା କି ପୂର୍ବବର୍ଷ ୨୯,୪୬୯ ଥିଲା। ଅନ୍ୟାନ୍ୟ ଆଇପିସି ଦଫାରେ ୧୦,୬୨,୩୯୯ ମାମଲା ରୁଜୁ ହୋଇଛି, ଯାହା ୨୦୧୯ରେ ୨,୫୨,୨୬୮ ଥିଲା। ମହାମାରୀ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଓ କୋଭିଡ୍‌ ଗାଇଡ୍‌ଲାଇନର ଉଲ୍ଲଂଘନ ଯୋଗୁ ଅଧିକାଂଶ ମାମଲା ଆଇପିସିର ଧାରା ୧୮୮ ଏବଂ ବିପର୍ଯ୍ୟୟ ପରିଚାଳନା ଆଇନରେ ରୁଜୁ ହୋଇଥିବା ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri