Odisha Elections 2024

ଏନ୍‌ଜିଟିକୁ ଗଲା ମେଗା ଜଳ ପ୍ରକଳ୍ପ ବିବାଦ

କେନ୍ଦ୍ରାପଡ଼ା ଅଫିସ,୧୧।୯: ଗତ ୨ ବର୍ଷ ଧରି ଖରସ୍ରୋତାର ପାଣି ବିବାଦ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛି। କେନ୍ଦ୍ରାପଡ଼ା ସହରର ସାମାଜିକ କର୍ମୀ କ୍ଷିତୀଶ କୁମାର ସିଂହ ଏନେଇ ଶୁକ୍ରବାର ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛନ୍ତି। ଖରସ୍ରୋତା ନଦୀରୁ ଭଦ୍ରକର ମେଗା ପାନୀୟ ଜଳ ପ୍ରକଳ୍ପକୁ ପାଣି ଦିଆଗଲେ ଜାତୀୟ ଉଦ୍ୟାନ ଭିତରକନିକା ପରିବେଶ ନଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଦର୍ଶାଇଛନ୍ତି। ୪୨୯ ପୃଷ୍ଠାର ଏହି ଦଲିଲରେ ଭିତରକନିକା ଇକୋ ସେନ୍ସିଟିଭ ଜୋନ ଅଞ୍ଚଳରେ ପ୍ରକଳ୍ପ ସ୍ଥାନ ଭଦ୍ରକର ନୂଆହାଟ ଓ ପାଣି ଉଠା ସ୍ଥାନ କେନ୍ଦ୍ରାପଡ଼ାର ବରୁଣାଡିହା ରହିଛି। ପ୍ରକଳ୍ପ ପରେ ପରିବେଶ ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରା ନ ଯିବା, ଖରସ୍ରୋତାର ଜଳ ପ୍ରବାହ, ପ୍ରକଳ୍ପର ପ୍ରକୃତ ହିତାଧିକାରୀ ଓ ଜଳ ଉଠାଣ ପରିମାଣ, ଭିତରକନିକାର ଜୈବ ବିବିଧତା, ପର୍ଯ୍ୟଟନ ଶିଳ୍ପ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରଭାବକୁ ସେ ଗୁରୁତ୍ୱ ଦେଇଛନ୍ତି। ଏଥିସହିତ ଯାଜପୁର ଜିଲା ଜୋକଡ଼ିଆରେ ଦ୍ୱିତୀୟ ଆନିକଟ ନିର୍ମାଣ ହେଲେ ଖରସ୍ରୋତାର ଜଳ ସଙ୍କଟ ଅଧିକ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏ ସମ୍ପର୍କରେ କ୍ଷିତୀଶ କହିଛନ୍ତି, ଖରସ୍ରୋତାର ନିଜସ୍ବ ଜଳ ଉତ୍ସ ନାହିଁ। ସେ ବ୍ରାହ୍ମଣୀରୁ ଜଳ ଗ୍ରହଣ କରୁଛି। ଏହି ଜଳ ସ୍ଥାନୀୟ ଅଞ୍ଚଳର ଜୀବନରେଖା ପାଲଟିଛି। ଜୀବନ ଓ ଜୀବିକାକୁ ପ୍ରଭାବିତ କରୁଥିବା ଏହି ନଦୀ ଜଳ ଭିତରକନିକା ଜୈବ ବିବିଧତାକୁ ପରିପୁଷ୍ଟ କରୁଛି। ତେବେ ଏହି ନଦୀ ଜଳର ପରିଚାଳନା ନାମରେ ଶୁଷ୍କ କରିଦେବାକୁ ଯୋଜନା ଚାଲିଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଯୋକଡିଆରେ ଏକ ଆନିକଟ ୧୩୦ ବର୍ଷ ଧରି ଅଛି। ସେଠାରେ ଦ୍ୱିତୀୟ ଆନିକଟ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ଅନୁଦାନ ନାବାର୍ଡରୁ ମିଳିଛି। ଏହି ଆନିକଟ ଦ୍ୱାରା ଯାଜପୁର ଜିଲାର ରସୁଲପୁର, ଧର୍ମଶାଳା ଓ କୋରେଇ ବ୍ଲକ ଅଞ୍ଚଳର କୃଷି କ୍ଷେତ୍ରରେ ଜଳସେଚନ ହେବ ବୋଲି ଯୋଜନା ରହିଛି। ସେହିପରି ଜୋକଡିଆଠାରୁ ପ୍ରକଳ୍ପ ସ୍ଥାନ ବରୁଣାଡିହା ମଧ୍ୟରେ ୧୩ଟି ମେଗା ଜଳ ପ୍ରକଳ୍ପ ସହ କ୍ଷୁଦ୍ର ପ୍ରକଳ୍ପ ଚାଲୁ ରହିଛି। ଫଳରେ ଖରସ୍ରୋତାର ସ୍ରୋତ ଖରାଦିନେ କ୍ଷୀଣ ହେଉଛି। ପର୍ଯ୍ୟାପ୍ତ ପରିମାଣରେ ମଧୁର ଜଳ ମିଳୁ ନ ଥିବାରୁ ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇଛି। ଏପରିକି ମଧୁର ଜଳ ସନ୍ଧାନରେ ସରୀସୃପ, ବାରହା, ହରିଣ ଆଦି ବନ୍ୟ ପ୍ରାଣୀ ଗଁା ମୁହଁା ହୋଇଥିବା ବେଳେ ଭିତରକନିକାକୁ ଛାଡି କୁମ୍ଭୀର, କଇଁଛ, ଶିଶୁମାର ଆଦି କେନ୍ଦ୍ରାପଡ଼ା ଜିଲାକୁ ପଶି ଆସୁଛନ୍ତି। ଏହାବ୍ୟତୀତ ଜାତୀୟ ଉଦ୍ୟାନର ସୁରକ୍ଷା ପାଇଁ ଭିତରକନିକା ଇକୋ ସେନ୍ସିଟିଭ ଜୋନ ଅଛି। ଖରସ୍ରୋତା ନଦୀରୁ ଦୈନିକ ୧୪୨ ମିଲିୟନ ଲିଟର ଜଳ ଉଠାଇବା ପରେ ଭିତରକନିକାର ଜୈବ ବିବିଧତା ପ୍ରଭାବ ସମ୍ପର୍କରେ କୌଣସି ଅନୁଧ୍ୟାନ ହୋଇନାହିଁ। ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରବାଦର ପରିବେଶ ଓ ସାମାଜିକ ପ୍ରଭାବ ସମ୍ପର୍କରେ ରିପୋର୍ଟ ବ୍ୟବହାର କରାଯାଇଛି। ତେବେ ରିପୋର୍ଟ ପ୍ରସ୍ତୁତକର୍ତ୍ତା ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଡ. ଶଶୀଧର ଭିତରକନିକା ଜୈବ ବିବିଧତାକୁ ନେଇ ଅନୁଧ୍ୟାନ କରି ନ ଥିବା ଦର୍ଶାଇଛନ୍ତି। ସେହିପରି ଖରସ୍ରୋତା ନଦୀକୁ ଜଣେ ଲୋକ କିଣିବା, ସେହି ସ୍ଥାନରେ ସରକାରୀ ପ୍ରକଳ୍ପ ପାଇଁ ଅର୍ଥ ବିନିଯୋଗ କରିବା ଆଦି ତଥ୍ୟ ଦଲିଲରେ ଉପସ୍ଥାପିତ କରାଯାଇଛି। ସେହିପରି ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟାରେ ବହୁ ଅମେଳ ରହିଛି। ଆବଶ୍ୟକ ପାଣିଠାରୁ ବହୁ ଅଧିକ ପାଣି ଉଠାଇବା, ଜଳ ସଙ୍କଟ ଜିଲାରୁ ପାଣି ଉଠାଇବା ଆଦି ଦର୍ଶାଇ ଏନ୍‌ଜିଟିରେ ସେ ଦ୍ୱାରସ୍ଥ ହୋଇଥିବା କ୍ଷିତୀଶ ସୂଚନା ଦେଇଛନ୍ତି। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ୨ ବର୍ଷ ଧରି ଜନ ଆନ୍ଦୋଳନ ଚାଲିଛି। ଅପରପକ୍ଷେ ପାଣି ଉଠା ସ୍ଥାନ ବରୁଣାଡିହା ସମେତ ୩ ପଞ୍ଚାୟତରେ ସିଆରପିସି ଧାରା ୧୪୪ ଜାରି କରି ଜିଲା ପ୍ରଶାସନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ରାଜନୀତିରେ ହଟଚମଟ: ଆସନ ହାତେଇବା ପାଇଁ ୮ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ନିମାପଡ଼ା,୨୬।୫: ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶ ଭାଜପାକୁ ଯିବା ପରେ ଦଳ...

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୬ା୫(ପ୍ରଭାତ ପାଣିଗ୍ରାହୀ): ମତଦାନ କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। କୌଣସି ମତଦାତା ଯେପରି ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ...

ଆସିପାରିଲାନି ଆମ୍ବୁଲାନ୍ସ: ଆଖିବୁଜିଲେ ପ୍ରସୂତି, ନବଜାତ ଗୁରୁତର

ଦଶପଲ୍ଲା,୨୬ା୫: ନୟାଗଡ଼ ଜିଲା ଦଶପଲ୍ଲାର ବାଣୀଗୋଚ୍ଛା ଥାନା କଣପାଜୁ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଆମ୍ବୁଲାନ୍ସ ଆସି ନ ପାରିବାରୁ ମହିଳା ଜଣକ ଘରେ...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ମାର୍କେଟ କମ୍ପ୍ଲେକ୍ସ, ଶୌଚାଳୟରେ ଝୁଲୁଛି ତାଲା

ପାରଳାଖେମୁଣ୍ଡି, ୨୫ା୫ (ଗିରିଧାରୀ ପରିଛା): ସରକାର କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ଓ କିଛି ମୁଷ୍ଟିମେୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri