ବାଣିଜି୍ୟକ ସମ୍ପର୍କରେ ତାଲିବାନୀ ଅଙ୍କୁଶ: ପାର୍ବଣରେ ‘ଡ୍ରାଏ ଫୁଡ୍‌’ ମହଙ୍ଗା

କାବୁଲ/ନୂଆଦିଲ୍ଲୀ: ଆଫ୍‌ଗାନିସ୍ତାନକୁ କବ୍‌ଜା କରିବା ପରେ ନିଜର ପ୍ରକୃତ ଚେହେରା ଦେଖାଇବା ଆରମ୍ଭ କରିଛି ତାଲିବାନ। ଭାରତ ସହିତ ସମସ୍ତ ଆମଦାନୀ ଏବଂ ରପ୍ତାନି ଉପରେ ରୋକ୍‌ ଲଗାଇ ଦେଇଛି ଏହି ଆତଙ୍କବାଦୀ ସଙ୍ଗଠନ। ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟ ଅର୍ଗାନାଇଜେଶନ (ଏଫ୍‌ଆଇଇଓ) ମହାନିର୍ଦ୍ଦେଶକ ଡ. ଅଜୟ ସହାଇ ଏ ନେଇ ସୂଚନା ଦେଇଛନ୍ତି। ପାକିସ୍ତାନର ଟ୍ରାଞ୍ଜିଟ୍‌ ରୁଟ୍‌ ଦେଇ ହେଉଥିବା ସମସ୍ତ କାର୍ଗୋ ଗତିବିଧି ଉପରେ ତାଲିବାନ ଅଙ୍କୁଶ ଲଗାଇଛି। ଫଳରେ ଆଫଗାନିସ୍ତାନ-ଭାରତ ମଧ୍ୟରେ ଶତାଧିକ ବର୍ଷ ଧରି ଚାଲିଆସିଥିବା ବାଣିଜି୍ୟକ କାରବାର ପ୍ରଭାବିତ ହୋଇଛି। ଏଥିଯୋଗୁ ଆଗାମୀ ପାର୍ବଣରେ ଡ୍ରାଏ ଫୁଡ୍‌’ ଦର ଆକାଶଛୁଅଁା ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏଫ୍‌ଆଇଇଓ ମହାନିର୍ଦ୍ଦେଶକ କହିଛନ୍ତି, ଆଫଗାନିସ୍ତାନ ସହିତ ଭାରତର ସମ୍ପର୍କ ବହୁ ପୁରୁଣା। ସେଠାକାର ଭିତ୍ତିଭୂମିର ବିକାଶ ଲାଗି ଭାରତ ସରକାର ବିପୁଳ ଅର୍ଥନିବେଶ କରିଛନ୍ତି। ହେଲେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନର ରାଜନୈତିକ ସ୍ଥିରତା ଉପରେ ସବୁକିଛି ନିର୍ଭର କରୁଛି। କିଛିଦିନ ଭିତରେ ବାଣିଜି୍ୟକ ସମ୍ପର୍କ ସ୍ବାଭାବିକ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଦକ୍ଷିଣ ଏସିଆରେ ଆଫ୍‌ଗାନିସ୍ତାନର ସବୁଠାରୁ ବଡ଼ ବଜାର ହେଉଛି ଭାରତ। ମୁଖ୍ୟତଃ କିସ୍‌ମିସ୍‌, ଅଖରୋଟ, ବାଦାମ, ପାସ୍ତା ଭଳି ସୌଖୀନ ଖାଦ୍ୟ ସାମଗ୍ରୀ ସେଠାରୁ ଆମଦାନୀ କରାଯାଇଥାଏ। ଏହାକୁ ବାଦ୍‌ଦେଲେ ଡାଳିମ୍ବ, ସେଓ, ଚେରି, ଖଜୁରି, ଖରଭୁଜ, ତରଭୁଜ, ମସଲା ଜାତୀୟ ପଦାର୍ଥ ହିଙ୍ଗୁ, ଜୀରା, ଔଷଧୀୟ ଜଡ଼ିବୁଟି ସମେତ ପିଆଜ ମଧ୍ୟ ଆସିଥାଏ। ସେହିପରି ଭାରତରୁ ଚା, ଚିନି, କଫି, କପା ବସ୍ତ୍ର, ଗୋଲମରିଚ ରପ୍ତାନି କରାଯାଇଥାଏ। ୨୦୨୧ରେ ଭାରତ ଆଫଗାନିସ୍ତାନକୁ ୮୩୫ ମିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିବାବେଳେ ୫୧୦ ମିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା। ହେଲେ ତାଲିବାନୀ ଗୋଷ୍ଠୀର ଏଭଳି ଭାରତ ବିରୋଧୀ ମନୋଭାବ ପରେ ଆଫ୍‌ଗାନିସ୍ତାନ ସହ ରହି ଆସିଥିବା ଦୀର୍ଘ ଶତାବ୍ଦୀର ବାଣିଜି୍ୟକ ସମ୍ପର୍କ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ‘ଡ୍ରାଏ ଫୁଡ୍‌’ ଦର ଉପରେ ଏହାର ପ୍ରଭାବ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆଫଗାନିସ୍ତାନରୁ ଓ୍ବାଘା-ଅଟାରୀ ବୋର୍ଡର ଦେଇ ଡ୍ରାଏ ଫୁଡ୍‌ ଆମଦାନୀ କରାଯାଇଥାଏ। ହେଲେ ବାଣିଜି୍ୟକ ଅଙ୍କୁଶ ପରେ ଏହା ବନ୍ଦ ହୋଇଯିବା ଆଶଙ୍କା ବଢ଼ିଛି।
ପଞ୍ଜାବର ବ୍ୟବସାୟୀଙ୍କ ସୂଚନା ଅନୁଯାୟୀ, ଆଫ୍‌ଗାନିସ୍ତାନ ‘ଡ୍ରାଏ ଫୁଡ୍‌’ର ସବୁଠାରୁ ବଡ଼ ବଜାର ହେଉଛି ଭାରତ। ବାର୍ଷିକ ୨୯୦୦ କୋଟି ଟଙ୍କାର ଡ୍ରାଏ ଫୁଡ୍‌ ଆମଦାନୀ ହୋଇଥାଏ। ହିଂସାଗ୍ରସ୍ତ ଆଫ୍‌ଗାନିସ୍ତାନରୁ ଏସବୁ ସାମଗ୍ରୀ ସ୍ବାଭାବିକ ଭାବେ ଆମଦାନୀ ହୋଇପାରୁ ନ ଥିବାରୁ ଡ୍ରାଏ ଫୁଡ୍‌ ଦର ୨୫ରୁ ୩୦% ଯାଏ ବୃଦ୍ଧି ଘଟିଛି। କେଜି ପିଛା ୬୦୦ ଟଙ୍କାରେ ବିକ୍ରି ହେଉଥିବା ପାସ୍ତା ବାଦାମ ମୂଲ୍ୟ ୧୦୦୦ ଟଙ୍କାରେ ପହଞ୍ଚତ୍ଛି। ପୂର୍ବରୁ ଦୈନିକ ୮ରୁ ୧୦ ଟ୍ରକ୍‌ ‘ଡ୍ରାଏ ଫୁଡ୍‌’ ଆସୁଥିବାବେଳେ ତାଲିବାନର ନିର୍ଦ୍ଦେଶ ପରେ ଏବେ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କେବଳ ଏତିକି ନୁହେଁ, ଭୟଭୀତ ଆଫଗାନ ବ୍ୟବସାୟୀ ଭାରତୀୟ ବଜାରରୁ ବକେୟା ଅର୍ଥ ସଂଗ୍ରହ କରିବାକୁ ମଧ୍ୟ ଇଚ୍ଛୁକ ହେଉନାହାନ୍ତି। ସ୍ଥିତି ସୁଧୁରିଲେ ସେମାନେ ଏହି ଅର୍ଥ ନେବେ ବୋଲି କହୁଛନ୍ତି। ଆଗକୁ ଭାରତରେ ପାର୍ବଣ ଋତୁ ଆରମ୍ଭ ହେବାକୁ ଥିବାବେଳେ ‘ଡ୍ରାଏ ଫୁଡ୍‌’ ବଜାର ମହଙ୍ଗା ହେବ ବୋଲି ଅଧିକାଂଶ ବ୍ୟବସାୟୀ କହିଛନ୍ତି। ସେହିପରି ଲୁଧିଆନାର ହୋସିଏରି ଉଦ୍ୟୋଗୀ ବାର୍ଷିକ ୫୦ କୋଟି ଏବଂ ଟୁଲ୍‌ ଉଦ୍ୟୋଗୀ ୨୦ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରୁଥିଲେ। ଏବେ ଏସବୁ ବ୍ୟବସାୟିକ କାରବାର ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବା ଜଳଜଳ ହୋଇ ଦିଶିଲାଣି।
ଅନ୍ୟପକ୍ଷେ ୨୦୧୧ରୁ ଭାରତ ଆଫ୍‌ଗାନିସ୍ତାନର ଭିତ୍ତିଭୂମି ବିକାଶରେ ବିପୁଳ ଅର୍ଥ ବିନିଯୋଗ କରିଛି। ସଡ଼କ, ନଦୀବନ୍ଧ, ହସ୍ପିଟାଲ, ବିମାନବନ୍ଦର ଭଳି ଯୋଜନାରେ ୨୨ ହଜାର ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନିବେଶ କରାଯାଇଛି। ଦୀର୍ଘ ୨ ଦଶନ୍ଧି ପରେ ଆଫ୍‌ଗାନିସ୍ତାନର ଶାସନ କ୍ଷମତା ପୁନର୍ବାର ତାଲିବାନ ହାତକୁ ଚାଲିଯିବା ପରେ ଏସବୁ ପ୍ରକଳ୍ପର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri