୫୬,୦୦୦ ଅଙ୍କ ଟପିଲା ସେନସେକ୍ସ୍‌…

ମୁମ୍ବାଇ,୧୮।୮: ସେନସେକ୍ସ୍‌ ବୁଧବାର ପ୍ରଥମ ଥର ପାଇଁ ୫୬, ୦୦୦ ଅଙ୍କ ଟପିଛି। ସେହିପରି ନିଫ୍ଟି ମଧ୍ୟ ୧୭ ହଜାର ପାଖାପାଖି କାରବାର ଜାରି ରଖିଛି। ପ୍ରାରମ୍ଭିକ କାରବାରରେ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ମୁଖ୍ୟ ୩୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ୨୮୧.୦୪ ପଏଣ୍ଟ ସହିତ ୫୬,୦୭୩.୩୧ ଅଙ୍କ ଛୁଇଁଛି। ଅପରପକ୍ଷରେ, ଏନ୍‌ଏସ୍‌ଇର ମୁଖ୍ୟ ୫୦-ଶେୟାର ବିଶିଷ୍ଟ ଇଣ୍ଡେକ୍ସ ନିଫ୍ଟି ୭୭.୩୫ ପଏଣ୍ଟ ସହିତ ୧୬. ୬୯୧.୯୫ରେ ଖୋଲିଛି।
ମଙ୍ଗଳବାର ବିଏସ୍‌ଇର ୩୦-ଶେୟାର ଇଣ୍ଡେକ୍ସ ସେନସେକ୍ସ (ସେନସେକ୍ସ) ୨୦୯.୬୯ ପଏଣ୍ଟ ବୃଦ୍ଧି ସହିତ ୫୫,୭୯୨.୨୭ରେ ବନ୍ଦ ହୋଇଥିଲା। ସେହିପରି ଏନ୍‌ଏସ୍‌ଇର ୫୦-ଶେୟାର ଇଣ୍ଡେକ୍ସ ନିଫ୍ଟି ୫୧.୫୫ ପଏଣ୍ଟ ବୃଦ୍ଧି ସହିତ ୧୬,୬୧୪.୬୦ରେ ବନ୍ଦ ହୋଇଥିଲା।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ହାଭେଲ୍ସ ଇଣ୍ଡିଆ, ଆଇଚର୍‌ ମୋଟର୍ସ, କ୍ୟାଡିଲା ହେଲଥ୍‌, ଜୁବିଲାଣ୍ଟ ଫୁଡ, ଡ. ଲାଲ ପାଥୋଲାବ, ଇଣ୍ଡିଆବୁଲ୍ସ ହାଉସିଂ, ଭାରତ ଇଲେକ୍ଟ୍ରିକ, ବଜାଜ ଫିନସର୍ଭ, ଦୀପକ ନାଇଟ୍ରେଟ, ଏଚ୍‌ଡିଏଫ୍‌ସି ଏମ୍‌ସି ଏବଂ ପିରାମାଲ ଏଣ୍ଟରପ୍ରାଇଜେସର ଶେୟାର ବୁଧବାର ପ୍ରାରମ୍ଭିକ କାରବାରରେ ଦୃତ ଅଭିବୃଦ୍ଧି ଜାରି ରଖିଛି। ଅପରପକ୍ଷରେ ଭୋଡାଫୋନ ଆଇଡିଆ, ଗ୍ରେନୁଲ୍ସ ଇଣ୍ଡିଆ, ବେଦାନ୍ତ, ଆପୋଲୋ ହସ୍ପିଟାଲ, ଜିନ୍ଦଲ ଷ୍ଟିଲ, ଫେଡେରାଲ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଟାଟା ମୋଟର୍ସ ଏବଂ ଗେଲ୍‌ର ଶେୟାର ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri