Posted inଖେଳ

ଭାରତର ଲୋକେ ମୋତେ ମାରିଦେବେ, କାହିଁକି ଏମିତି କହିଲେ ଜେମିମା

ଲଣ୍ଡନ,୧୧।୮: ଇଂଲଣ୍ଡରେ ଦି ହଣ୍ଡ୍ରେଡ ମହିଳା ପ୍ରତିଯୋଗିତା ୨୦୨୧ରେ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତର ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗୁସ। ଜେମିମା ରୋଡ୍ରିଗୁସ ନର୍ଥ ସୁପରଚାର୍ଜ ଦଳ ପାଇଁ ଖେଳୁଥିବାବେଳେ ୫ଟି ମ୍ୟାଚରେ ୨୪୧ ରନ ସଂଗ୍ରହ କରିଛନ୍ତି ଏବଂ ଟୁର୍ନାମେଣ୍ଟର ଶ୍ରେଷ୍ଠ ସ୍କୋରର ଅଟନ୍ତି। ଜେମିମା ନିକଟରେ ଏକ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛନ୍ତି। ସେ ଅରିଜିନାଲ୍‌ ଏବଂ ସ୍ପିରିଟ୍‌ ଦଳ ମଧ୍ୟରେ ହୋଇଥିବା ମ୍ୟାଚରେ ତାଙ୍କୁ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଜେମିମାଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚରାଯାଇଥିଲା। ଜେମିମାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ ତାଙ୍କର ପ୍ରିୟ ଉଇକେଟ କିପର କିଏ? ଏହା ଉପରେ ଜେମିମା ଅଷ୍ଟ୍ରେଲିଆର ପୂର୍ବତନ ଉଇକେଟ କିପର ଆଦାମ ଗିଲକ୍ରିଷ୍ଟଙ୍କ ନାମ ନେଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଜେମିମା ମଧ୍ୟ ଏମଏସ ଧୋନୀଙ୍କ ନାମ ନେଇଥିଲେ। ଜେମିମା କହିଛନ୍ତି, ମୋର ପ୍ରିୟ ଉଇକେଟ କିପର ହେଉଛନ୍ତି ଆଦାମ ଗିଲକ୍ରିଷ୍ଟ। ମୋତେ ଏମଏସ ଧୋନୀ ମଧ୍ୟ କ୍ଷମା କରନ୍ତୁ। ନହେଲେ ମୋତେ ଭାରତରେ ଲୋକମାନେ ମାରିଦେବେ।
ଜେମିମା ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ଦି ହଣ୍ଡ୍ରେଡ ଟୁର୍ନାମେଣ୍ଟରେ ୨୦୦ରୁ ଅଧିକ ରନ ସ୍କୋର କରିଛନ୍ତି। ତାଙ୍କର ବ୍ୟାଟିଂ ହାରାହାରି ୬୦ରୁ ଅଧିକ ଏବଂ ସେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ଜେମିମାଙ୍କ ବ୍ୟତୀତ ଶେଫାଳି ବର୍ମା ବର୍ମିଂହାମ ଫିନିକ୍ସ ପାଇଁ ମଧ୍ୟ ଖେଳୁଛନ୍ତି ଏବଂ ଏହି ବିସ୍ଫୋରକ ଡାହାଣହାତୀ ବ୍ୟାଟ୍ସମ୍ୟାନ ହାରାହାରି ୨୯.୪୦ରେ ୬ ଇନିଂସରେ ୧୪୭ ରନ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri