‘ସ୍ପୋର୍ଟସ୍‌ ହବ୍‌’ ସ୍ବପ୍ନ ଅଧୁରା

ଢେଙ୍କାନାଳ ଅଫିସ, ୫।୮: ତୀରନ୍ଦାଜୀଠାରୁ ଟେନିସ୍‌। କ୍ରିକେଟରୁ ଆରମ୍ଭ କରି ଫୁଟବଲ୍‌। କ୍ରୀଡ଼ାକ୍ଷେତ୍ରକୁ ନେଇ ଢେଙ୍କାନାଳ ଜିଲାରେ ରହିଛି ପର୍ଯ୍ୟାପ୍ତ ସମ୍ଭାବନା। ପ୍ରତିଭା କି ଭିତ୍ତିଭୂମିର ଅଭାବ ନାହିଁ। ଅଜସ୍ର ଟଙ୍କା ମଧ୍ୟ ମଞ୍ଜୁର ହେଉଛି। ହେଲେ ଦୂରଦୃଷ୍ଟି ଏବଂ ସମନ୍ବୟ ଅଭାବରୁ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି ବୃହତ୍‌ କ୍ରୀଡ଼ା ପ୍ରକଳ୍ପ। ଜିଲା କୃଷି କାର୍ଯ୍ୟାଳୟ ପଛପାର୍ଶ୍ୱରେ ନିର୍ମାଣାଧୀନ ‘ସ୍ପୋର୍ଟସ୍‌ ହବ୍‌’ କ୍ଷେତ୍ରରେ ସମାନ ସମସ୍ୟା ଉପୁଜିଛି। ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି ପ୍ରକଳ୍ପ କାର୍ଯ୍ୟ ଶେଷ ହେଉ ନ ଥିବାରୁ ପ୍ରଶିକ୍ଷଣ ବାଧାପ୍ରାପ୍ତ ହେଉଛି, ଯାହାକୁ ନେଇ କ୍ରୀଡ଼ାବିତ୍‌ଙ୍କ ମଧ୍ୟ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଢେଙ୍କାନାଳ ଜିଲାରେ ଟେନିସ୍‌, ସ୍କେଟିଂ ଭଳି ଲୋକପ୍ରିୟ ଖେଳର ପ୍ରସାର କରିବା ଲାଗି ଦୀର୍ଘଦିନ ଧରି ରହିଥିବା ଦାବି ପୂରଣ ହେଲା ୨୦୧୮ରେ। ଜିଲା କୃଷି କାର୍ଯ୍ୟାଳୟ ପଛପାର୍ଶ୍ୱରେ ଦେଢ଼ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ‘ସ୍ପୋର୍ଟସ୍‌ ହବ୍‌’ ନିର୍ମାଣ ଲାଗି ନିଅଁ ପଡ଼ିଲା। ତେବେ ସମୀକ୍ଷା ନ ହେବା, କ୍ରୀଡ଼ା ବିଭାଗ ଏବଂ ଜିଲା ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ପ୍ରକଳ୍ପ ନିର୍ମାଣରେ ଶୀଥିଳତା ଦେଖାଦେଇଛି।


୨୦୧୮ରେ ତତ୍କାଳୀନ ଜିଲାପାଳଙ୍କ ଉଦ୍ୟମରେ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ‘ସ୍ପୋର୍ଟ୍‌ସ ହବ୍‌’ର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ସ୍ପୋର୍ଟସ୍‌ ହବ୍‌ ମଧ୍ୟରେ ଟେନିସ୍‌ କୋଟ୍‌, ସ୍କେଟିଂ ରିଙ୍ଗ୍‌, ଇନ୍‌ଡୋର ବ୍ୟାଡମିଣ୍ଟନ୍‌ ହଲ୍‌ ସହ ଚଲାପଥ ନିର୍ମାଣ କରାଯିବାକୁ ଯୋଜନା ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଟେନିସ୍‌ କୋର୍ଟ ଏବଂ ସ୍କେଟିଂ ରିଙ୍ଗ୍‌ ଲାଗି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେହିପରି ଉନ୍ନତୀକରଣ ପାଣ୍ଠିରୁ ୪୦ଲକ୍ଷ ଟଙ୍କାରେ ଇନ୍‌ଡୋର ବ୍ୟାଡ୍‌ମିଣ୍ଟନ ହଲ୍‌ ତିଆରି ଲାଗି ସବୁଜସଙ୍କେତ ମିଳିଥିଲା। ପରବର୍ତ୍ତୀ ସମୟରେ ଇନ୍‌ଡୋର ହଲ୍‌ରେ ଶୌଚାଳୟ ପାଇଁ ଏମ୍‌ପିଙ୍କ ଆଞ୍ଚଳିକ ବିକାଶ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ୧୨୦ ମିଟର ଚଉଡ଼ା ଏବଂ ୧୨୦ ମିଟର ଲମ୍ବ ବିଶିଷ୍ଟ ଟେନିସ କୋର୍ଟ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇପାରିନାହିଁ। ସ୍କେଟିଂ ରିଙ୍ଗ୍‌ ଅଧାପନ୍ତରିଆ ହୋଇପଡିଛି। ଚଲାପଥ ନିର୍ମାଣ ଆରମ୍ଭ ହୋଇନାହିଁ। ଇତିମଧ୍ୟରେ ଇନ୍‌ଡୋର ବ୍ୟାଡ୍‌ମିଣ୍ଟନ ହଲ୍‌ ତିଆରି ଶେଷ ହୋଇଛି। ତେବେ ସମ୍ପୂର୍ଣ୍ଣ ହେବା ପୂର୍ବରୁ ବ୍ୟାଡ୍‌ମିଣ୍ଟନ କୋର୍ଟ କାର୍ଯ୍ୟ ନିମ୍ନମାନର କରାଯାଉଥିବା ଅଭିଯୋଗ ଉଠିଲାଣି। କ୍ରୀଡ଼ା ବିଶେଷଜ୍ଞଙ୍କ ବିନା ପରାମର୍ଶରେ କୋର୍ଟରେ ସ୍ବତନ୍ତ୍ର କାଠ ପରିବର୍ତ୍ତେ ପ୍ଲାଇ ବିଛାଯାଇଛି। ତେଣୁ ଏହା ଅଳ୍ପଦିନରେ ନଷ୍ଟ ହେବାର ଆଶଙ୍କା ରହିଛି। ଅପରପକ୍ଷେ ବ୍ୟାଡମିଣ୍ଟନ ଖେଳ ଉପଯୋଗୀ କୋର୍ଟ ନିର୍ମାଣ ଲାଗି ଅଧିକ ୪ ଲକ୍ଷ ଟଙ୍କା ଆବଶ୍ୟକତା ରହିଥିବାବେଳେ କାମ କିପରି ସରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସମସ୍ୟା ମଧ୍ୟରେ ‘ସ୍ପୋର୍ଟସ୍‌ ହବ୍‌’ କେବେ ଶେଷ ହେବ ତାହାକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ବିଭାଗକୁ ପ୍ରକଳ୍ପ ନିର୍ମାଣ କରିବାକୁ ଅର୍ଥ ପ୍ରଦାନ କରାଯାଇଥିଲା। ମଞ୍ଜୁର ଟଙ୍କାରେ ଆବଶ୍ୟକ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ତେଣୁ ଆମେ ଅଧିକ କିଛି କହିପାରିବୁ ନାହିଁ। ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି କୁହନ୍ତି, ବ୍ୟାଡମିଣ୍ଟନ କୋର୍ଟ ନିର୍ମାଣ ପୂର୍ବରୁ ଅଭିଜ୍ଞତାସମ୍ପନ୍ନ ଖେଳାଳିଙ୍କ ପରାମର୍ଶ ନେବା ଉଚିତ ଥିଲା। ଖୁବ୍‌ଶୀଘ୍ର ଜିଲାପାଳ ‘ସ୍ପୋର୍ଟସ୍‌ ହବ୍‌’ର କାର୍ଯ୍ୟର ଅଗ୍ରଗତି ବୁଲି ଦେଖିବେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri