Posted inରାଜ୍ୟ

ନାଉଗଁ।ରେ ବିଧାୟକଙ୍କ ପ୍ରଥମ ସୀମକ୍ଷା ବୈଠକ : ଠିକ୍‌ ତଥ୍ୟ ରଖିପାରିଲେନି ଅଧିକାରୀ

ନାଉଗଁ।,୪ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରଥମଥର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କରିଛନ୍ତି। ତେବେ ବୈଠକରେ ଅଧିକାରୀମାନେ ମିଥ୍ୟା ତଥ୍ୟ ପ୍ରଦାନ କରିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକର ୧୬ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଗ୍ରାମୀଣ ଗୃହ ଉନ୍ନୟନ ଯୋଜନାରେ କେତେ ଗୃହ ନିର୍ମାଣ ହୋଇଛି ତାହାର ତଥ୍ୟ ଦେବାକୁ ବିଧାୟକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କହିଥିଲେ। ସେହିପରି ୨୦୧୮-୧୯ ଆର୍ଥୀକ ବର୍ଷରେ କେତେ ରାସ୍ତା ନିର୍ମାଣ ଓ କେତେ ମରାମତି ହୋଇଛି ପଚାରିବାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ବିନୋଦ ତରାଇ ସବୁ ରାସ୍ତା ଠିକ ଥିବାବେଳେ ନାଉଗଁ।-ଡାବର ରାସ୍ତା କାଯର୍‌ୟ ଚାଲିଥିବା କହିଥିଲେ। ବାସ୍ତବରେ ଅନେକ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବାଲି ଭଉଁରୀ -ଶିଖରଘାଟ ରାସ୍ତା ନିମ୍ନମାନର ହୋଇଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। କୋକିଡିହ-ନାଉଗଁ। ରାସ୍ତା ନିର୍ମାଣର ଅଳ୍ପଦିନ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲେ ମଧ୍ୟ ଉକ୍ତ ରାସ୍ତା ଠିକ ଥିବା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନାରାୟଣ ସାହୁ କହିଥିଲେ। ଗ୍ରାମୀଣ ଆବାସ ଯୋଜନାରେ କେତେ ଗୃହ ନିର୍ମାଣ ସରିଛି ଓ କେତେ ନିର୍ମାଣାଧୀନ ଅଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ସୁମିତ୍ରା ଦାସ, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ପ୍ରତି ପଞ୍ଚାୟତରେ କେତେ ରାସ୍ତା ନିର୍ମାଣ ହୋଇଛି ଓ କେତେ ନିର୍ମାଣାଧୀନ ଅଛି ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଜେନା, କେତେ ଶିକ୍ଷକ ପଦବୀ ଖାଲି ପଡିଛି ବ୍ଲକ ଶିକ୍ଷା ଅଧିକାରୀ ଗଣେଶ୍ୱର ସେଠୀ, କେଉଁ ପଞ୍ଚାୟତରେ ଏଲଆଇ ସେଣ୍ଟର ରହିଛି ଓ କେତେଜଣ ଚିକିତ୍ସକ ଅଛନ୍ତି ତାହା ବିଭାଗୀୟ ପଶୁ ଡାକ୍ତର ପ୍ରଭାତ କୁମାର ପଣ୍ଡା ଠିକ୍‌ ଭାବେ କହିପାରି ନ ଥିଲେ। ଦେବୀ ନଦୀରେ ନିର୍ମାଣ କରାଯାଉଥିବା ମେଗା ପାନୀୟଜଳ ପ୍ରକଳ୍ପରେ ଗଜରାଜପୁର ପଞ୍ଚାୟତକୁ ସାମିଲ କରାଯାଇଛି କି ନାହିଁ, ଉକ୍ତ ବ୍ଲକରେ କେତୋଟି ଉଚ୍ଚ ପାନୀୟଜଳ ପ୍ରକଳ୍ପ ରହିଛି ତାହାର ତଥ୍ୟ ବିଭାଗୀୟ ଯନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଦେଇପାରି ନ ଥିଲେ। ସେହିପରି କେତେ ସ୍ବୟଂ ସହାୟିକା ଗୋଷ୍ଠୀ ଓ ବିଜୁ ଯୁବ ବାହିନୀ ରହିଛି ତାହାର ତଥ୍ୟ ପ୍ରଦାନ କରିବାକୁ ବିଧାୟକ କହିଥିଲେ। ପ୍ରତ୍ୟେକ ବର୍ଷ ୩ଥର ରିଭ୍ୟୁ ମିଟିଙ୍ଗ କରିବାକୁ ସେ ସୂଚନା ଦେଇଥିଲେ। ବୈଠକରେ ଜିଆରଏସମାନେ ଅନୁପସ୍ଥିତ ଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ବ୍ଲକ ବିଜେଡି ସଭାପତି ସୁଜିତ କୁମାର ମଲିକଙ୍କ ନେତୃତ୍ୱରେ ବିଧାୟକଙ୍କୁ କର୍ମୀମାନେ ବ୍ଲକ ପରିସରକୁ ପାଛୋଟି ନେଇଥିଲେ। ସେଠାରେ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଡିଓ ରଶ୍ମିରେଖା ମଲିକ, ସିଡିପିଓ ରାସେଶ୍ୱରୀ ମହାନ୍ତି ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri