ରାଜଧାନୀରେ କେବେଠୁ ଖୋଲିବ ସ୍କୁଲ: ଅଭିଭାବକ-ଶିକ୍ଷକଙ୍କଠୁଁ ପରାମର୍ଶ ଲୋଡିଲେ ସରକାର

ନୂଆଦିଲ୍ଲୀ, ୨୮।୭: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ପୁଣି ଥରେ ସ୍କୁଲ ଓ କଲେଜ ଖୋଲିଛି। ଗୁଜରାଟ, କର୍ନାଟକ, ମଧ୍ୟପ୍ରଦେଶ, ଓଡ଼ିଶା ଓ ପଞ୍ଜାବ ଆଦି ରାଜ୍ୟରେ ସ୍କୁଲ ଖୋଲିଥିବା ବେଳେ ଉତ୍ତରାଖଣ୍ଡ ଓ ବିହାର ସମେତ ଅନ୍ୟରାଜ୍ୟଗୁଡ଼ିକରେ ଅକ୍ଟୋବରରୁ ସ୍କୁଲ ଖୋଲିବା ନେଇ ବିଚାର କରାଯାଉଛି। କିନ୍ତୁ ଏବେ ବି କିଛି ରାଜ୍ୟ ଅଛି ଯେଉଁଠାରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏହିକ୍ରମରେ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସାମିଲ ରହିଛି। ବର୍ତ୍ତମାନ ଦିଲ୍ଲୀରେ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ସ୍କୁଲ ଖୋଲିବା ଘୋଷଣା ନେଇ ଅପେକ୍ଷା କରି ରହିଛନ୍ତି। ଇତିମଧ୍ୟରେ ଏହି ପ୍ରସଙ୍ଗ ଉପରେ ଅଭିଭାବକ, ଶିକ୍ଷକ ଓ ପ୍ରିନ୍ସିପାଲଙ୍କଠାରୁ ସରକାର ପରାମର୍ଶ ଲୋଡ଼ିଛନ୍ତି। ରାଜ୍ୟର ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଖପାଖ ରାଜ୍ୟଗୁଡ଼ିକରେ ସ୍କୁଲ ଖୋଲିଗଲାଣି। ହେଲେ ଦିଲ୍ଲୀରେ ସ୍କୁଲ ଖୋଲିବା ନେଇ ଅଭିଭାବକ, ଶିକ୍ଷକ ଓ ପିନ୍ସିପାଲଙ୍କ କ’ଣ ମତାମତ ରହିଛି ବୋଲି ସିସୋଡିଆ ପଶ୍ନ କରିଛନ୍ତି। ସମସ୍ତଙ୍କ ପରାମର୍ଶକୁ ବିଚାରକୁ ନେବା ପରେ ସ୍କୁଲ ଖୋଲିବା ନେଇ ନିର୍ଣ୍ଣୟ ନିଆଯିବ ବୋଲି ସିସୋଡିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ ଭୁଷଣ ନୁହେଁ ପୁଅ କରଣ ଭୁଷଣ ସିଂଙ୍କୁ ଟିକେଟ ଦେଲା ଭାଜପା!

ନୂଆଦିଲ୍ଲୀ,୨।୫: ଉତ୍ତର ପ୍ରଦେଶର ଏକ ଉଚ୍ଚ ପ୍ରୋଫାଇଲ ଆସନ ମଧ୍ୟରୁ ଗୋଣ୍ଡା ଜିଲାର କେସିଆରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀଙ୍କ ଉପରେ ସସପେନ୍ସ ଶେଷ ହେବା ପରି...

ଏପଟେ କଂଗ୍ରେସ ହାରୁଛି, ସେପଟେ ପାକିସ୍ତାନ କାନ୍ଦୁଛି, କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨।୫: ଗୁରୁବାର ଗୁଜୁରାଟର ଆନନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ସେ କଂଗ୍ରେସ ଦଳକୁ କଡା...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ହାଇକୋର୍ଟରେ ଏମିତି ଦାବି କଲେ ସିସୋଡିଆ, ଜଜ କହିଲେ କାଲିକି ଆସନ୍ତୁ…

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ଦିଲ୍ଲୀର ମଦ...

ବଡ଼ ଖବର! ଆମେଠିରୁ ନିର୍ବାଚନ ଲଢ଼ିବାକୁ ରାହୁଲଙ୍କ ସହମତି, ଖାର୍ଗେ କରିବେ ଘୋଷଣା-ରିପୋର୍ଟ

ନୂଆଦିଲ୍ଲୀ,୨।୫: କଂଗ୍ରେସ ଦଳରୁ ବଡ଼ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢ଼ିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏନେଇ କଂଗ୍ରେସ ଅଧ୍ୟକ୍ଷ...

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ପ୍ରଖ୍ୟାତ କମେଡିଆନ

ନୂଆଦିଲ୍ଲୀ,୨।୫: ପ୍ରଖ୍ୟାତ ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲା ମଧ୍ୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀର ଜଣେ ସ୍ବାଧୀନ...

ହିଟ ଓ୍ବେଭ ପାଇଁ ବଢିଲା ଭୋଟିଂ ଟାଇମ

ନୂଆଦିଲ୍ଲୀ,୨।୫: ଗୋଟିଏ ପଟେ ଦେଶରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ଶୀର୍ଷରେ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ...

ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri