ଚୂନରା ସେବାୟତଙ୍କ ଜୀବନ ବୀମା ନାହିଁ

ପୁରୀ ଅଫିସ,୨୫।୭: ଚୂନରା ସେବାୟତ ପ୍ରତିଦିନ ଜୀବନକୁ ବାଜି ଲଗାଇ ଶ୍ରୀମନ୍ଦିର ଉପରକୁ ଚଢ଼ି ବାନା ଲଗାଇଥାନ୍ତି। ସେହିପରି ରତ୍ନବେଦି ଉପରକୁ ପ୍ରାୟ ୪୦ ଫୁଟ୍‌ ଉପରେ ଚାନ୍ଦୁଆ ବାନ୍ଧିବା କାର୍ଯ୍ୟଠାରୁ ଆରମ୍ଭ କରି ଗରୁଡ଼ସ୍ତମ୍ଭ ଓ ଅରୁଣସ୍ତମ୍ଭର ସ୍ନାନ ନୀତି ମଧ୍ୟ ସମ୍ପାଦନ କରିଥାନ୍ତି। ଏହାସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏମାନଙ୍କ ପାଇଁ ଜୀବନ ବୀମା ଯୋଗାଇ ଦିଆଯାଇନାହିଁ। ଅନ୍ୟ ସେବାୟତଙ୍କ ଭଳି ଚୂନରା ସେବାୟତଙ୍କର କେବଳ ସ୍ବାସ୍ଥ୍ୟ ବୀମା ରହିଛି। ପ୍ରଭୁ ସେବାରେ ନିଜକୁ ସମର୍ପି ଦେଇଥିବା ଏହି ସେବାୟତମାନେ କେବେହେଲେ ଏଥିପାଇଁ ଦାବି ରଖି ନ ଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ଜୀବନ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

ଏ ସମ୍ପର୍କରେ ଚୂନରା ସେବାୟତ ନିଯୋଗ ସମ୍ପାଦକ କୃଷ୍ଣମୋହନ ମହାପାତ୍ର କହିଛନ୍ତି, ଚୂନରା ସେବକ ଭାବେ ଶ୍ରୀମନ୍ଦିରରେ ଚୂନ ଲଗାଇବା ହେଉଛି ଆମର ପ୍ରମୁଖ କାମ। ଏବେ ଭାରତୀୟ ପ୍ରନତ୍ତତ୍ତ୍ବ ବିଭାଗ ଏହି କାର୍ଯ୍ୟ ସମ୍ପାଦନ କରୁଛି। ତେଣୁ ଶ୍ରୀମନ୍ଦିର ଉପରକୁ ମହାଦୀପ ଉଠିବା, ବାନା ଲାଗିବା, ଅରୁଣସ୍ତମ୍ଭ ଓ ଗରୁଡ଼ସ୍ତମ୍ଭ ଉପରେ ଚଢ଼ିବା କାର୍ଯ୍ୟ କରିଥାଉ। ଉଚ୍ଚ ନୀଳଚକ୍ର ପାଖରେ ପହଞ୍ଚତ୍ ବାନା ଲଗାଇବାବେଳେ ଶ୍ରୀମନ୍ଦିରରେ ପଥର ଉପରେ ପାଦ ରଖି ରଖି ଚୂନରାମାନେ ମୁଣ୍ଡି ପର୍ଯ୍ୟନ୍ତ ଚଢ଼ନ୍ତି। ଏଭଳି କାର୍ଯ୍ୟ କରିବା ଖଣ୍ଡା ଧାରରେ ଚାଲିବା ସହ ସମାନ। ତଥାପି ଜୀବନ ବୀମା ନେଇ କୌଣସି ଆଶା ରଖିନାହୁଁ। ମହାପ୍ରଭୁଙ୍କ କାର୍ଯ୍ୟ ସମ୍ପାଦନ କରିବାବେଳେ ମହାପ୍ରଭୁ ହିଁ ଆମକୁ ସାହା। ଆଜି ପର୍ଯ୍ୟନ୍ତ କୌଣସି ବିଶେଷ ଦୁର୍ଘଟଣା ହୋଇନାହିଁ। ୨୦୧୪ରେ ରନତ୍ବେଦି ଉପରେ ଚାନ୍ଦୁଆ ବାନ୍ଧିବାବେଳେ ବିଶ୍ୱଜିତ ମହାପାତ୍ର ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିଲେ। ସମସ୍ତ ଚିକିତ୍ସା ଖର୍ଚ୍ଚ ବ୍ୟକ୍ତିଗତ ଭାବେ ବିଶ୍ୱଜିତଙ୍କ ପରିବାର ବହନ କରିଥିଲେ। ସେହିଭଳି ୨୦୧୨ରେ ମଧ୍ୟ ଶ୍ରୀମନ୍ଦିର ଉପରକୁ ଚଢ଼ିବାବେଳେ ଏଭଳି କିଛି ବିଶେଷ ଦୁର୍ଘଟଣା ଘଟିଥିଲେ ମଧ୍ୟ ମୋର ମନେ ପଡ଼ୁନାହିଁ। ଦୁର୍ଘଟଣା ହେବା ପୂର୍ବରୁ ଜୀବନ ବୀମା କରାଯିବା ଉଚିତ। ତେବେ ଏଥିପାଇଁ ଦାବି ନୁହେଁ, ବରଂ ନିବେଦନ କରିପାରିବୁ। ଏହା ହେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ସେହିଭଳି ଚୂନରା ସେବାୟତ ନୃସିଂହ ମହାପାତ୍ର କହିଛନ୍ତି, ସବୁ ସେବାୟତଙ୍କୁ ସମାନ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ କରାଯାଇଛି। ଜୀବନ ବୀମା ରହିବା ଉଚିତ। ଏକଥା ସତ ଯେ ପ୍ରଶାସନ ପାଖରେ ଆମେ ଦୃଢ଼ ଭାବେ ଏକଥା ରଖିବାକୁ ପସନ୍ଦ କରିବୁ ନାହିଁ। ଏହାର ସବୁଠାରୁ ବଡ଼ କାରଣ ହେଉଛି, ଆମେ ଅତି ଭକ୍ତିପୂର୍ଣ୍ଣ ମନୋଭାବ ନେଇ ସେବା କରୁଛୁ। ଏସବୁ ଭିତରେ ଜୀବନକୁ ପାଣି ଛଡ଼େଇ ସାରିଛୁ। ମହାପ୍ରଭୁଙ୍କ ସେବା ଆଗରେ ଜୀବନର ସୁରକ୍ଷା ପାଇଁ ଯୁକ୍ତି କରିବା ଠିକ୍‌ ହେବ ନାହିଁ। ମହାପ୍ରଭୁଙ୍କ ସେବା ଆମ ପ୍ରାଥମିକତା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏହି ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, ସ୍ବାସ୍ଥ୍ୟବୀମା ସମେତ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ସହାୟତା ରାଶି ମଧ୍ୟ ରହିଛି। ଚୂନରା ସେବାୟତଙ୍କ ଜୀବନ ବୀମାର ଆବଶ୍ୟକତାକୁ ନେଇ ଆଗାମୀ ଦିନରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri