ବିରୋଧ ସତ୍ତ୍ୱେ ଆନ୍ଧ୍ରର ଭ୍ରୂକ୍ଷେପ ନାହିଁ

ମାଲକାନଗିରି/କାଲିମେଳା,୨୪।୭(ଡି.ଏନ୍‌.ଏ.): ଆନ୍ଧ୍ର ସରକାର ସବୁବେଳେ ଓଡ଼ିଶା ବିରୋଧୀ ମନୋଭାବ ପ୍ରଦର୍ଶନ କରିଆସୁଛି। କୋଟିଆ ଅଧିବାସୀଙ୍କୁ ପ୍ରଭାବିତ କରି ନିର୍ବାଚନ କରିବା ହେଉ ଅବା ନିଜ କର୍ମଚାରୀ ପଠାଇ ସୀମାନ୍ତରେ ରାଶନ ସାମଗ୍ରୀ ବାଣ୍ଟିବା ହେଉ ସବୁଥିରେ ଆନ୍ଧ୍ରର ଓଡ଼ିଶା ବିରୋଧୀ ମନୋଭାବ ସ୍ପଷ୍ଟ। ଏବେ ପୋଲାଭରମ ପ୍ରକଳ୍ପକୁ ନେଇ ଉଠିଛି ବିରୋଧର ସ୍ବର। ଏହି ପ୍ରକଳ୍ପ ହେଲେ ଓଡ଼ିଶା ବେଶି କ୍ଷତିଗ୍ରସ୍ତ ହେବ ବୋଲି ପୋଲାଭରମ୍‌ ପ୍ରକଳ୍ପ ବିରୋଧୀ ମଞ୍ଚ ଅଭିଯୋଗ କରିଛି। ଏହି ପ୍ରକଳ୍ପକୁ ମଞ୍ଜୁର ଦେଇଥିବା ତତ୍କାଳୀନ କଂଗ୍ରେସ ସରକାରଙ୍କ ଉପରେ ମଞ୍ଚ କର୍ମକର୍ତ୍ତାମାନେ ବର୍ଷିଛନ୍ତି।
ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲାରେ ୨୦୦୪ରେ ଏସିଆର ସର୍ବବୃହତ୍‌ ଏହି ପୋଲାଭରମ୍‌ ଜଳପ୍ରକଳ୍ପ ସେତେବେଳେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ଆନ୍ଧ୍ରରେ ବିଦ୍ୟୁତ୍‌ ଉତ୍ପାଦନ କରାଯାଇ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ହେବ। ଅନେକ ଅଞ୍ଚଳରେ ଚାଷଜମି ଜଳସେଚିତ ହୋଇ କୃଷି କାର୍ଯ୍ୟରେ ବିନିଯୋଗ ହେବ ବୋଲି ସେତେବେଳେ କୁହାଯାଇଥିଲା। ମାତ୍ର ଆନ୍ଧ୍ର ସରକାର ଏବେ ପ୍ରକଳ୍ପର ଉଚ୍ଚତା ଓ ଜଳଧାରଣ କ୍ଷମତା ବୃଦ୍ଧି କରୁଥିବାରୁ ଏହା ଓଡ଼ିଶା, ଛତିଶଗଡ଼ ଏବଂ ତେଲଙ୍ଗାନା ରାଜ୍ୟ ପାଇଁ ଚିନ୍ତାର କାରଣ ହୋଇଛି।
ଆନ୍ଧ୍ରର ଏହି ପ୍ରକଳ୍ପ ଦ୍ୱାରା ଅନେକ ଅଞ୍ଚଳ ଜଳମଗ୍ନ ହେବ। ହଜାର ହଜାର ବାସିନ୍ଦା ସେମାନଙ୍କ ଜମି , ଜଙ୍ଗଲ ସହ ଭିଟାମାଟି ହରାଇବେ। ଏହି ପ୍ରକଳ୍ପ ହେଲେ ମାଲକାନଗିରି ଜିଲା ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବ। ଏପରିକି ମାଲକାନଗିରି ଜିଲା ରାଜ୍ୟ ମାନଚିତ୍ରରୁ ହଜିଯିବ ବୋଲି ପୋଲାଭରମ୍‌ ବିରୋଧୀ ଜନମଞ୍ଚ ଅଭିଯୋଗ କରିଛି। ୧୯୮୬ ଓ ୨୦୦୬ରେ ହୋଇଥିବା ବର୍ଷାରେ ମାଲକାନଗିରି ଜିଲା ସୀମାକୁ ଲାଗିଥିବା ଆନ୍ଧ୍ରର ସିଲେରୁ ଏବଂ ଛତିଶଗଡ଼ର ସାବେରୀ ନଦୀ ମୋଟୁଠାରେ ମିଶି ଗୋଦାବରୀ ନଦୀ ସୃଷ୍ଟି ହୋଇଥିଲା। ସେହି ଜଳ ନିଷ୍କାସନ ହୋଇ ନ ପାରି ସେତେବେଳେ ମାଲକାନଗିରି ଜିଲାର ମାଥିଲି, କୋରୁକୋଣ୍ଡା, କାଲିମେଳା ଏବଂ ପଡ଼ିଆ ବ୍ଲକର ୧୩୦ଟି ଗ୍ରାମ ଜଳମଗ୍ନ ହୋଇଥିଲା। ବର୍ତ୍ତମାନ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ସରିଥିବା ବେଳେ ଡ୍ୟାମ୍‌ ପାଣିର ଉଚ୍ଚତା ବୃଦ୍ଧି କରିବାକୁ ଆନ୍ଧ୍ର ଯୋଜନା କରୁଛି। ଫଳରେ ମାଲକାନଗିରି ଜିଲାର ୪ଟି ପଞ୍ଚାୟତର ୨୦ଟି ଗ୍ରାମ ଜଳମଗ୍ନ ହେବ। ଏଥିସହ ସମସ୍ତ ଜଙ୍ଗଲ, ଜମି, ଭିଟାମାଟି ଲୋପ ପାଇବ ବୋଲି ମୋଟୁ ସରପଞ୍ଚ ସୋଡି ପଦା, ପୁଷୁଗୁଡା ସରପଞ୍ଚ ରେବା ରାମା, ମାଲାଭରମ ସରପଞ୍ଚ ଉଇକୋ କିଟୋ, ତଣ୍ଡାବାଇ ସରପଞ୍ଚ ଲାଡି ମାଡକାମି ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୋଲାଭରମ୍‌ର ମାଟିବନ୍ଧ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମାଟିବନ୍ଧ ପ୍ରକଳ୍ପ ଶେଷ ହେଲେ ଡ୍ୟାମ୍‌ର ପଛୁଆପାଣି ମାଲକାନଗିରି ଜିଲାକୁ ବୁଡାଇଦେବ ବୋଲି ମଞ୍ଚ ଆଶଙ୍କା ପ୍ରକାଶ କରିଛି। ରାଜ୍ୟ ସରକାର ଏନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବରୁ ଏହି ମାମଲା ଚୂଡ଼ାନ୍ତ ହୋଇପାରୁ ନାହଁି। ଓଡ଼ିଶା ସରକାରଙ୍କ ଅଭିଯୋଗକୁ କେନ୍ଦ୍ର ଓ ଆନ୍ଧ୍ର ସରକାର ଭ୍ରୂକ୍ଷେପ ନ କରି ହଜାର ହଜାର ଲୋକଙ୍କୁ ଜଳସମାଧି ଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି। ଏହା ଜଳସେଚନ ଉଦ୍ଦେଶ୍ୟରେ କରାଯାଉଥିବା ଆନ୍ଧ୍ର ସରକାର କହୁଥିବା ବେଳେ ପ୍ରକଳ୍ପ ଆରମ୍ଭ ପୂର୍ବରୁ ସେସବୁ ଅଞ୍ଚଳରେ ଆନ୍ଧ୍ର ୭୦ ଲକ୍ଷରୁ ଊର୍ଦ୍ଧ୍ୱ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେଇଥିଲା। ଫଳରେ ଆନ୍ଧ୍ର କୃଷି ଉତ୍ପାଦନରେ ଆଗୁଆ ରହିବା ସହ ମାଛ, କୁକୁଡ଼ା ପାଳନ, ଦୁଗ୍ଧ ଉତ୍ପାଦନରେ ଆଗୁଆ ରହିଛି। କେବଳ ଜଳବିଦ୍ୟୁତ୍‌ ଉପତ୍ାଦନ ପାଇଁ ଆନ୍ଧ୍ର ସରକାର ଏପରି ଚକ୍ରାନ୍ତ କରିଥିବା ପୋଲାଭରମ୍‌ ପ୍ରକଳ୍ପ ବିରୋଧୀ ମଞ୍ଚ ସଭାପତି ପ୍ରଭାକର ହନ୍ତାଳ (ଓଡ଼ିଶା), ସାଧାରଣ ସମ୍ପାଦକ ସୁନାମ ଭେଙ୍କେଟ ରାବଣା, ଉପସଭାପତି ଦାରି ଲିଙ୍ଗା (ଓଡ଼ିଶା), ସାଙ୍ଗଠନିକ ସମ୍ପାଦକ ପି.ବିଜୟ (ଛତିଶଗଡ଼), ଯୁଗ୍ମ ସମ୍ପାଦକ ଏ.ଡି.ଦେବ ଦାନମ (ଓଡ଼ିଶା), କାର୍ଯ୍ୟକାରୀ ସଦସ୍ୟ ପୂର୍ବତନ ବିଧାୟକ ତଥା ଜିଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ପ୍ରକାଶ କରିଛନ୍ତି। ଯଦି ଆନ୍ଧ୍ର ସରକାର ପୋଲାଭରମ୍‌ ମାଟିବନ୍ଧ ପ୍ରକଳ୍ପ କାର୍ଯ୍ୟ ବନ୍ଦ ନ କରନ୍ତି ତେବେ ଓଡ଼ିଶା, ଛତିଶଗଡ଼ ଏବଂ ତେଲଙ୍ଗାନାର ବିସ୍ଥାପିତ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ମଞ୍ଚ କର୍ମକର୍ତ୍ତାମାନେ ଏଥିପାଇଁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଏବଂ ସେସମୟର କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri