କାୟା ବିସ୍ତାରିଛି ବେଆଇନ ଚିଙ୍ଗୁଡ଼ି ଘେରି

ଜଗତ୍‌ସିଂହପୁର ଅଫିସ, ୨୪।୭: ଚିଙ୍ଗୁଡ଼ି ରପ୍ତାନି କ୍ଷେତ୍ରରେ ଜଗତ୍‌ସିଂହପୁର ଜିଲାର ନାଁ ଅଛି। ବିଶେଷକରି ଏରସମା, ବାଲିକୁଦା ଓ କୁଜଙ୍ଗ ତହସିଲ ଅନ୍ତର୍ଗତ ବ୍ୟାପକ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷ ହେଉଛି। ସରକାରୀ ଭାବେ ୬,୨୫୦ ଏକର (ପ୍ରାୟ ୨୫୦୦ ହେକ୍ଟର) ବେସରକାରୀ ଜମିରେ ଏହି ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଛି। ହେଲେ ଏହି ଚାଷ ବେସରକାରୀ ଜମିରେ ସୀମିତ ନାହିଁ, ବହୁ ଗୁଣ ଅଧିକ ସରକାରୀ ଜମି ଏଥିପାଇଁ ଜବରଦଖଲରେ ରହିଛି। ସେଥିମଧ୍ୟରୁ ଏରସମା ଓ ବାଲିକୁଦା ତହସିଲରେ ଏବେସୁଦ୍ଧା ୧୭୦୦ ଏକର ସରକାରୀ ଜମି ଜବରଦଖଲ କରାଯାଇ ଚିଙ୍ଗୁଡ଼ି ଘେରି ହୋଇଥିବା ଚିହ୍ନଟ ହୋଇଛି। ଏନେଇ ୮୧୩ଟି କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଆହୁରି ବହୁ ଏକର ସରକାରୀ ଜମିରେ ହୋଇଥିବା ଚିଙ୍ଗୁଡ଼ି ଘେରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସ୍ଥାନୀୟ ଅଞ୍ଚଳରୁ ଶୁଣିବାକୁ ମିଳୁଛି ଯେ ସରକାରୀ ଜମିରେ ହେଉଥିବା ଏହି ଚିଙ୍ଗୁଡ଼ି ଚାଷରୁ ଏତେ ଲାଭ ହେଉଛି ଯେ, ସେଥିରେ ଜିଲା ଓ ତହସିଲ ପ୍ରଶାସନର ଅଧିକାରୀ, ନେତା, ପୋଲିସ ଅଧିକାରୀମାନଙ୍କୁ ଦୀର୍ଘଦିନ ଧରି ସନ୍ତୁଷ୍ଟ କରାଯାଇଆସୁଛି। କେବଳ ସେତିକି ନୁହେଁ, ଏହି ଚାଷରେ ପ୍ରଶାସନିକ ଅଧିକାରୀ ଓ ନେତାମାନେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହୁଛନ୍ତି। ଏସବୁ ଉପରୁ ଦୃଷ୍ଟି ହଟାଇବା ପାଇଁ ସରକାରୀ ଜମିରେ ଚିଙ୍ଗୁଡ଼ି ଘେରି କରିଥିବା ନିର୍ଦ୍ଦିଷ୍ଟ କେତେଜଣକୁ ନୋଟିସ ଏବଂ ଜରିମାନା ଆଦାୟ କରାଯାଉଛି। ଅନ୍ୟପକ୍ଷରେ ଚିଙ୍ଗୁଡ଼ି ଘେରି ଯୋଗୁ ଧାନ ଓ ଅନ୍ୟ ଚାଷ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହାର ପ୍ରତିବାଦ କଲେ ପ୍ରଶାସନ ଓ ପୋଲିସ ନୀରବଦ୍ରଷ୍ଟା ସାଜୁଥିବାବେଳେ ଓଲଟା ଚିଙ୍ଗୁଡ଼ି ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି।
ଜିଲା ମତ୍ସ୍ୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାର ପ୍ରାୟ ୧,୦୦୦ ଲୋକ (ଏରସମାରେ ୬୦%, ବାଲିକୁଦା ୩୫% ଓ କୁଜଙ୍ଗରେ ୫%) ଚିଙ୍ଗୁଡ଼ି ଚାଷ ପାଇଁ ଲାଇସେନ୍ସ କରି ସରକାରୀ ଯୋଜନାରେ ରିହାତି ପାଇଛନ୍ତି। ସେମାନେ ପ୍ରାୟ ୨୫୦୦ ହେକ୍ଟର ବେସରକାରୀ ଜମିରେ ଏହି ଚାଷ କରି ବେଶ୍‌ ଉପକୃତ ହେଉଛନ୍ତି। ଏରସମା ତହସିଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୯ଟି ଆର୍‌ଆଇ ସର୍କଲରେ ୧୧୯୪.୯୪ ଏକର ସରକାରୀ ଜମି ଜବରଦଖଲରେ ଚିଙ୍ଗୁଡ଼ି ଘେରି ହୋଇଥିବା ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ପଦ୍ମପୁର ସର୍କଲର ସର୍ବାଧିକ ୭୭୨.୬୬ ଏକର ନୂଆଗାଁର ୨୩୦.୯୭, ଜପାର ୬୪.୩୮, ସିହାର ୩୧.୧୫, ଭିତରଅନ୍ଧାରୀର ୨୯.୯୫, ଗଡ଼ବିଷୁନପୁରର ୨୨.୧୦, ଗୋଡ଼ାର ୪.୫୦, ଚଟୁଆର ୨୫.୯୭ ଓ ନାର୍ଦିଆ ସର୍କଲର ୧୩.୨୬ ଏକର ରହିଛି। ଗତ ୧୫ ତାରିଖରୁ ଗୁରୁବାର ପର୍ଯ୍ୟନ୍ତ ୪୫୩ ଜଣ ଘେରି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ସେମାନେ ୧୫ ଦିନ ମଧ୍ୟରେ ସେମାନଙ୍କ ପକ୍ଷ ରଖିବେ। ସେହିପରି ବାଲିକୁଦା ତହସିଲ ଅନ୍ତର୍ଗତ ୨ଟି ଆର୍‌ଆଇ ସର୍କଲର ୫୧୧ ଏକର ସରକାରୀ ଜମି ଜବରଦଖଲ ସହ ଚିଙ୍ଗୁଡ଼ି ଘେରି କରାଯାଇଛି। ସେଥିମଧ୍ୟରୁ ମାଳ ସର୍କଲର ୩୧୧ ଓ ମରିଚପୁର ସର୍କଲର ୨୦୦ ଏକର ରହିଛି। ଏହା ଉପରେ ୨୨୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କୁ ପକ୍ଷ ରଖିବାକୁ ୧ ମାସ ସମୟ ଦିଆଯାଇଛି। ଗୁରୁବାର ସୁଦ୍ଧା ମାଳ ଓ ମରିଚପୁର ସର୍କଲର ଜବରଦଖଲକାରୀଙ୍କଠାରୁ ୨,୮୨,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଏକ ଘେରି ନିକଟ ଅଞ୍ଚଳର ଧାନ ଚାଷୀ ତଥା ବାଲିକୁଦା ତହସିଲ ଅନ୍ତର୍ଗତ ତେନ୍ତୁଳିବେଲାରୀର ଶରତ ସାହାଣୀ କହିଛନ୍ତି, ଚିଙ୍ଗୁଡ଼ିଘେରି ମାଲିକମାନେ ଲୁଣା ଜଳକୁ ଚାଷ ଜମିରେ ପୂରାଇ ଦେଉଥିବାରୁ ଧାନ ଚାଷ ପ୍ରଭାବିତ ହେଉଛି। ଏଥିଯୋଗୁ ଅନେକ ଲୋକ ଧାନ ଚାଷ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ୧ ଏକର ଜମିରେ ଧାନ ଚାଷ କଲେ ଯେତିକି ମିଳୁଛି, ଚିଙ୍ଗୁଡ଼ି ଚାଷରେ ତା’ଠାରୁ ବହୁଗୁଣ ଲାଭ ମିଳୁଛି। ଏଥିଯୋଗୁ ଅନେକ ଧାନ ଚାଷୀ ଚିଙ୍ଗୁଡ଼ି ଚାଷ ଆଡକୁ ଆକର୍ଷିତ ହେଉଛନ୍ତି। ଘେରି ମାଲିକ ତଥା କୁଶୁପୁରର ମାଧବାନନ୍ଦ ଗିରିଙ୍କ କହିବା କଥା ହେଲା, ତାଙ୍କ ଅଞ୍ଚଳର ଅନେକ ଲୋକ ବାପା, ଅଜା ଅମଳରୁ ସରକାରୀ ଜମିରେ ଧାନ ଚାଷ କରି ଆସୁଥିଲେ। କେତେଜଣ ଲୋକ ତହସିଲ କର୍ମଚାରୀଙ୍କୁ ଟଙ୍କା ଦେଇ ଉକ୍ତ ଜମିକୁ ନିଜ ନାମରେ ପଟ୍ଟା କରି ନେଇଛନ୍ତି। ଉକ୍ତ ଜମି ସବୁ ଲୁଣା କିସମର ଥିବାରୁ ଏକର ପ୍ରତି ୩ରୁ ୪ କୁଇଣ୍ଟାଲ ଧାନ ହେବା କଷ୍ଟକର। ତେଣୁ ଲୋକେ ଚିଙ୍ଗୁଡ଼ି ଚାଷ କରୁଛନ୍ତି।
ଏରସମା ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ କହିଛନ୍ତି, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଜମିରେ କରାଯାଇଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେବ। ଇତିମଧ୍ୟରେ ଅଧିକାଂଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜୁଲାଇ ୩୧ ସୁଦ୍ଧା ଅବଶିଷ୍ଟଙ୍କୁ ନୋଟିସ କରିବାକୁ ଲକ୍ଷ୍ୟ ରହିଛି। ଆର୍‌ଆଇମାନେ ଘେରି ମାଲିକଙ୍କୁ ହାଜର ହେବା ପାଇଁ କହୁଛନ୍ତି। ତା’ ପରେ ଉଚ୍ଛେଦ ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇପାରେ। କୌଣସି ପ୍ରକାର ଚାପ ଆଗରେ ତହସିଲ ପ୍ରଶାସନ ମୁଣ୍ଡ ନୁଆଁଇବ ନାହିଁ ବୋଲି ତହସିଲଦାର ଦାସ କହିଛନ୍ତି।
ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ଦାସ କହିଛନ୍ତି, ଜିଲାପାଳ, ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଜବରଦଖଲ ଉପରେ ସର୍ଭେ ହୋଇଥିଲା। ୨ ସୁପରଭାଇଜର ଓ ସମ୍ପୃକ୍ତ ଆର୍‌ଆଇଙ୍କୁ ନେଇ ଟିମ୍‌ ଗଢ଼ାଯାଇଥିଲା। ସର୍ଭେ ରିପୋର୍ଟ ଆସିଲା ପରେ ଅବରୋଧ ମାମଲା ରୁଜୁ କରାଯାଇଥିଲା। ମାଳ ସର୍କଲ ପାଇଁ ଜୁଲାଇ ୫, ୬, ୭ ଓ ମରିଚିପୁର ପାଇଁ ୧୩, ୧୪ ଓ ୧୫ ତାରିଖରେ ଶୁଣାଣି ହୋଇଥିଲା। ଜବରଦଖଲକାରୀଙ୍କୁ ଜରିମାନା ଦାଖଲ ପାଇଁ କୁହାଯିବା ସହ ଉଚ୍ଛେଦ ସମ୍ପର୍କରେ ଅବଗତ କରାଯାଇଥିଲା। ଅଗଷ୍ଟ ୨୦ରୁ ୨୫ ଭିତରେ ଉଚ୍ଛେଦ ପ୍ରକ୍ରିୟା ହୋଇଯିବ। ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି, ଜୁଲାଇ ୩୧ ସୁଦ୍ଧା କାରଣ ଦର୍ଶାଅ ନୋଟିସ ସାରିବାକୁ ତହସିଲଦାରମାନଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri