ପୁରୀ ଅଫିସ,୧୯।୭: ବାହୁଡ଼ା ଯାତ୍ରା ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି। ପୋଲିସର ପ୍ରସ୍ତୁତି ଓ କଟକଣା କାର୍ଯ୍ୟକାରୀ ସମ୍ପର୍କରେ ରବିବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ବି.କେ. ଶର୍ମା ପୁରୀ ଆସି ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଏସ୍ପିଙ୍କ ସମେତ ପୋଲିସ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଏସ୍ପିଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟାପ୍ ଦେଖିଛନ୍ତି। ରଥଯାତ୍ରା ସମୟରେ ହୋଇଥିବା ସମସ୍ୟାର ସମାଧାନ ଉପରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶର୍ମା ଗୁରୁତ୍ୱାରୋପ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ ଓ ଲଜରେ ପୋଲିସ ପହଞ୍ଚି ଯାଞ୍ଚ କରିଛି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶର୍ମା କହିଛନ୍ତି, ରଥଯାତ୍ରାରେ ପୁରୀ ସହରବାସୀଙ୍କ ସମର୍ଥନ ପାଇଁ ଧନ୍ୟବାଦ। ବାହୁଡ଼ା ଯାତ୍ରା ଓ ସୁନାବେଶରେ ପୁରୀ ସହରବାସୀଙ୍କଠାରୁ ଏହି ଭଳି ଭାବେ ଶୃଙ୍ଖଳିତ ଆଚରଣ ଆଶା କରୁଛୁ। ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାରେ ଜୋରସୋରରେ ଲାଗିଛନ୍ତି ଓ ଆସନ୍ତା ବାହୁଡ଼ା ଯାତ୍ରା ଓ ସୁନାବେଶ ମଧ୍ୟ ସୁରୁଖୁରରେ ହେବ ବୋଲି ଆଶା ରହିଛି। ଲଜ୍ ଓ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଇଛି। ଆସନ୍ତା ୨୧ ତାରିଖ ରାତ୍ର ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ସମୟରେ କାହାରିକୁ ହୋଟେଲ୍, ଧର୍ମଶାଳା ଓ ଲଜ୍ ଇତ୍ୟାଦିରେ ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନଧିକାର ପ୍ରବେଶ ନେଇ ସୂଚନା ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଏସ୍ପି କନୱର ବିଶାଲ ସିଂ କହିଛନ୍ତି, ବାହୁଡ଼ା ଯାତ୍ରାରେ ଅନଧିକାର ପ୍ରବେଶ ରୋକିବା ପାଇଁ ପୁରୀ ପୋଲିସ ନୂଆ ପନ୍ଥା ଆପଣାଇଛି। ବଡ଼ଦାଣ୍ଡରେ ୨୨ଟି ଟିମ୍ ରହିବେ। ଉଭୟ ପାର୍ଶ୍ୱରେ ୧୧ଟି ଲେଖାଏ ଟିମ୍ ରହିବେ। ପ୍ରତି ଟିମ୍ରେ ମାଜିଷ୍ଟ୍ରେଟ୍, ଭିଡିଓଗ୍ରାଫର୍, ମେଗାଫୋନ୍ ଓ ପୋଲିସ କର୍ମଚାରୀମାନେ ନିୟୋଜିତ ହେବେ। ଏଥିସହ ତିନୋଟି ଚେକିଂ ଟିମ୍ ବଡ଼ଦାଣ୍ଡରେ ଚଲାବୁଲା କରି ନଜର ରଖିବେ। କାହାରି ଉପରେ ସନ୍ଦେହ ହେଲେ ତୁରନ୍ତ ସମ୍ପୃୃକ୍ତ ବ୍ୟକ୍ତିକୁ ଅଟକ ରଖାଯାଇ ପଚରାଉଚରା କରାଯିବ। ତିନି ରଥ ପାଖରେ ଏହି ତିନୋଟି ଟିମ୍ ରହିବ। ତେବେ ଭିଡିିଓଗ୍ରାଫର୍ ଯେକୌଣସି ସ୍ଥାନରେ ବୁଲୁଥିବା ଲୋକଙ୍କ ଫଟୋ ଏବଂ ଭିଡିିଓ କରିବେ। ପୁରୀ ସିଟି ଡିଏସ୍ପି ଜନାର୍ଦ୍ଦନ ପାଢୀ କହିଛନ୍ତି ବାହାର ଲୋକ ଯେଉଁଭଳି ଭାବେ ପୋଲିସ ପ୍ରଶାସନର ନଜରରୁ ଖସି ନ ଯିବେ ସେନେଇ ସମସ୍ତ ଉଦ୍ୟମ କରାଯାଉଛି। କେବଳ ଜରୁରିକାଳୀନ ସେବା ଉଦ୍ଦେଶ୍ୟରେ ବାହାରୁ ଆସିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କଟକଣାକୁ କୋହଳ କରାଯିବ। ମାତ୍ର ସମ୍ପୃୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ପୋଲିସ କର୍ମଚାରୀ ଓ ଅଧିକାରୀମାନେ ସହଯୋଗ କରିବେ। ସ୍ବତନ୍ତ୍ର କରିଡର ଜରିଆରେ ସେମାନଙ୍କୁ ଜରୁରିକାଳୀନ ସୁବିଧା ଯୋଗାଇ ଦିଆଯିବ।
ବାହୁଡ଼ା ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବାହାର ଲୋକଙ୍କ ଉପରେ ନଜର ରଖିବ ୨୨ ଟିମ୍
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
Archives


