ତଦନ୍ତ କରିବାକୁ ଯାଇ ମାଡ଼ ଖାଇଲା ପୋଲିସ

ଜଗତ୍‌ସିଂହପୁର ଅଫିସ/ରାହାମା,୨।୭ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ରାହାମାର ତେରମାଣପୁର(ବାଲିସାହି) ଗଁାରେ ଏକ ଚୋରି ଘଟଣାରେ ଗୁରୁବାର ପୋଲିସ ତଦନ୍ତ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଛି। ରଞ୍ଜିତ ବରାଳ ଓରଫ ନନ୍ଦ (୩୫) ହାବିଲଦାରଙ୍କ ଲାଠି ଛଡ଼ାଇ ନିସ୍ତୁକ ମାଡ଼ ମାରିଛନ୍ତି। ଏପରି କି ଗୋଟେ ହାତରେ ଖଣ୍ଡା ଓ ଅନ୍ୟ ହାତରେ ଲାଠି ଧରି ଗୋଡ଼ାଇବାରୁ ହାବିଲ୍‌ଦାର ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇ ଯାଉଥିବାର ଭିଡିଓ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଘଟଣାସ୍ଥଳରେ ଶତାଧିକ ଲୋକ ଉପସ୍ଥିତ ଥିଲେ ହେଁ ସଭିଏଁ ଦେଖଣାହାରୀ ସାଜିଥିଲେ। ଆକ୍ରମଣର ଶିକାର ହୋଇଥିବା ହାବିଲଦାର ସ୍ମୃତିରଞ୍ଜନ ମହାପାତ୍ରଙ୍କ ଅଭିଯୋଗକ୍ରମେ ରଞ୍ଜିତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଫେରାର ଥିବାରୁ ଧରିବାକୁ ପୋଲିସ ତନାଘନା ଚଳାଇବା ସହ ତେରମାଣପୁର ଗଁାରେ ତିର୍ତ୍ତୋଲ ଏସ୍‌ଡିପିଓ, ଆଇଆଇସି ଭାବଗ୍ରାହୀ ରାଉତ ପ୍ରମୁଖ ପହଞ୍ଚତ୍ଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବୁଧବାର ତେରମାଣପୁର ଗ୍ରାମ ଦେବତୀଙ୍କ ହୁଣ୍ଡି, ଘଣ୍ଟ ଓ ଘଣ୍ଟା ଆଦି ଚୋରି ହୋଇଥିଲା। ଗତ ୧୫ ଦିନ ଭିତରେ ତିର୍ତ୍ତୋଲ ବ୍ଲକ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରୁ କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ସମେତ ତୋଟାସାହିସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିସରରୁ ମୋଟର ଚୋରି ହୋଇଥିଲା। ରଞ୍ଜିତ ଏଭଳି କରିଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ। ମାତ୍ର ପୋଲିସ ଚୁପ୍‌ ବସିଥିଲା। ତେଣୁ ତେରମାଣପୁର ଗ୍ରାମବାସୀ ଗୁରୁବାର ତିର୍ତ୍ତୋଲ ଥାନାରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ସେମାନେ ଯିବେନାହିଁ ବୋଲି ଅଡି ବସିଥିଲେ। ଶେଷରେ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ହୋଇଥିଲା। ମହିଳା ଏସ୍‌ଆଇ ଧରିତ୍ରୀ ଜେନାଙ୍କ ନେତୃତ୍ୱରେ ଅପରେଶନ୍‌ ଆରମ୍ଭ ହୋଇଥିଲା। ସନ୍ଧାନୀ କୁକୁର ଗ୍ରାମଦେବତୀଙ୍କ ପରିସରରୁ ବାହାରି ରଞ୍ଜିତଙ୍କ ଘର ପର୍ଯ୍ୟନ୍ତ ଯାଇ ଅଟକିଯାଇଥିଲା। ପରେ ହାବିଲଦାର କବାଟ ବାଡ଼େଇ ରଞ୍ଜିତଙ୍କୁ ବାହାରକୁ ଆସିବାକୁ ଡାକିଥିଲେ। ସେତେବେଳେ ତେରମାଣପୁର ସମେତ ଆଖପାଖ ଗଁାର ଲୋକେ ରୁଣ୍ଡ ହୋଇ ଯାଇଥିଲେ। ବିଳମ୍ବରେ ରଞ୍ଜିତ କବାଟ ଖୋଲି ହଠାତ୍‌ ହାବିଲଦାର ମହାପାତ୍ରଙ୍କ ହାତରୁ ଲାଠି ଛଡ଼ାଇ ଆକ୍ରମଣ କରିଥିଲେ। ମହାପାତ୍ର ଜୀବନ ବିକଳରେ ଦୌଡୁଥିଲେ ମଧ୍ୟ ଅଭିଯୁକ୍ତ ତାଙ୍କୁ ଛାଡ଼ି ନ ଥିଲେ। ପରେ ରଞ୍ଜିତ ନିକଟସ୍ଥ ବିଲ ଆଡକୁ ଧାଇଁ ଫେରାର ହୋଇଯାଇଥିଲେ।
ପ୍ରକାଶ ଯେ, ୨୦୨୦ରେ ବାଲିସାହି ଗଁା ମୁଣ୍ଡ ରେଳ ଲାଇନ୍‌ ଉପରେ ରଞ୍ଜିତ ଜଣେ ଆର୍‌ପିଏଫ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଖସିଯାଇଥିଲେ। ସେହିପରି ୧୫ା୯ା୨୦ରେ ଅନ୍ୟ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଜଣେ ବିଧବା ମହିଳାଙ୍କୁ ବାରମ୍ବାର ବଳାତ୍କାର କରିବା ଭଳି ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଏପରି କି ଜଣେ ବ୍ୟକ୍ତିଙ୍କ ବାଇକ୍‌ ଚୋରି ଘଟଣାରେ ମଧ୍ୟ ରଞ୍ଜିତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଏତେଗୁଡ଼ିଏ ମାମଲା ଥିବାବେଳେ ପୋଲିସ ନୀରବ ରହିଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ କହିଛନ୍ତି। ଏସବୁ ଅଭିଯୋଗ ଉପରେ ଅନୁଧ୍ୟାନ କରାଯିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ଆଇଆଇସି ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri