Posted inଜାତୀୟ

ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରେ ଅନୁଚ୍ଛେଦ ୩୭୧ ! …

ନୂଆଦିଲ୍ଲୀ,୨୭।୬: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାର ବର୍ଷେ ୧୦ ମାସ ପରେ ଜୁନ୍‌ ୨୪ରେ ଜମ୍ମୁ-କଶ୍ମୀର ୮ଟି ରାଜନୈତିକ ଦଳର ୧୪ ନେତାଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଅନୁଚ୍ଛେଦ ୩୭୦ ପୁଣି ଲାଗୁ କରିବା ଉପରେ ଦାବି ହୋଇଛି। ମେହବୁବା ମୁଫ୍‌ତି, ଓମାର ଅବଦୁଲ୍ଲା ପ୍ରମୁଖ ନେତା ଜମ୍ମୁ-କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହିତ ଅନୁଚ୍ଛେଦ ୩୭୦ ପୁଣି ଲାଗୁ କରିବାକୁ ଅଡ଼ି ବସିଛନ୍ତି। ଏପରିସ୍ଥଳେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୧ ଲାଗୁ କରାଯିବାର ସମ୍ଭାବନା ରହିଥିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଅନୁଚ୍ଛେଦ ୩୭୦ ଲାଗୁ ହେବା ଦାବିକୁ ଦୁର୍ବଳ କରିବା ଲାଗି ଜମ୍ମୁ-କଶ୍ମୀରର କେତେକ ଅଞ୍ଚଳରେ ଅନୁଚ୍ଛେଦ ୩୭୧ ପ୍ରଣୟନ କରାଯାଇପାରେ।

ଅନୁଚ୍ଛେଦ ୩୭୧ ହିମାଚଳ ପ୍ରଦେଶ, ଗୁଜରାଟ, ଉତ୍ତରାଖଣ୍ଡ ସମେତ ଦେଶର ୧୧ ରାଜ୍ୟରେ ପ୍ରଣୟନ କରାଯାଇଛି। ଭାରତୀୟ ସମ୍ବିଧାନ ଅନୁସାରେ ଅନୁଚ୍ଛେଦ ୩୭୧ ସୀମିତ ସାୟତ୍ତତା ପ୍ରଦାନ କରିଥାଏ। ନାଗାଲାଣ୍ଡ, ଆସାମ, ମଣିପୁର, ସିକିମ୍‌, ମିଜୋରାମ୍‌, ଅରୁଣାଚଳପ୍ରଦେଶ ଆଦି ରାଜ୍ୟରେ ସ୍ବତନ୍ତ୍ର ଅନୁଚ୍ଛେଦ ୩୭୧(ଏରୁ ଜେ) ଲାଗୁ କରାଯାଇଛି। ଏହା ସ୍ଥାନୀୟ ଅଞ୍ଚଳର ଜନଜାତି ସଂସ୍କୃୃତିକୁ ସୁରକ୍ଷା ପ୍ରଦାନ କରିଥାଏ। ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶରେ ମଧ୍ୟ କେତେକ କ୍ଷେତ୍ରରେ ଅନୁଚ୍ଛେଦ ୩୭୧ ଲାଗୁ କରାଯାଇଛି। ସେହିପରି ଅନ୍ୟ କେତେକ ରାଜ୍ୟରେ ନିର୍ଦ୍ଦିଷ୍ଟ ସମୟ ପରେ ଏହାର ଉଚ୍ଛେଦ କରାଯାଇଛି।

ଅନୁଚ୍ଛେଦ ୩୭୧ ଅନ୍ତର୍ଗତ ହିମାଚଳପ୍ରଦେଶରେ କୌଣସି ବାହାର ବ୍ୟକ୍ତି ଚାଷ ଜମି କିଣିପାରିବେ ନାହିଁ। ସେହିପରି ନାଗାଲାଣ୍ଡରେ ଏହା ଅର୍ନ୍ତଗତ ୩ଟି ଅଧିକାର ଲାଗୁ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ସାଂସ୍କୃତିକ ଏବଂ ଧାର୍ମିକ ପ୍ରସଙ୍ଗରେ ଆଇନଗତ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ନାଗା ସମ୍ପ୍ରଦାୟଙ୍କ ପ୍ରଥାଗତ ଆଇନ ଓ ପରମ୍ପରାରେ ହସ୍ତକ୍ଷେପ କରାଯିବ ନାହିଁ। କୌଣସି ଅଣ ନାଗା ବ୍ୟକ୍ତିଙ୍କୁ ଜମି ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ।

ଅନୁଚ୍ଛେଦ ୩୭୧ ଅନୁସାରେ ମିଜୋରାମ୍‌ରେ ମଧ୍ୟ କୌଣସି ବାହାର ବ୍ୟକ୍ତି ଜମି କିଣି ପାରିବେ ନାହିଁ। ମଣିପୁରରେ ଅନୁଚ୍ଛେଦ ୩୭୧ର ବିଶେଷ ପ୍ରାବଧାନ ଅନ୍ତର୍ଗତ ପାହାଡ଼ିଆ ଅଞ୍ଚଳର କେତେକ ସଦସ୍ୟ ବିଧାନସଭାକୁ ଆସିଥାନ୍ତିି। ଏହା ରାଜ୍ୟପାଳଙ୍କ ଅନୁସାରେ ସମ୍ପନ୍ନ କରାଯାଇଥାଏ।

ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଅନୁଚ୍ଛେଦ ୩୭୧ ଅନ୍ତର୍ଗତ ରାଜ୍ୟର ସମସ୍ତ ଅଞ୍ଚଳରେ ସମାନ ରୋଜଗାର ଓ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ କରାଯିବା ସହିତ ଏକ୍ଷେତ୍ରରେ ଆବଶ୍ୟକ ସ୍ଥଳେ ରାଷ୍ଟ୍ରପତିଙ୍କ ପରାମର୍ଶ ଗ୍ରହଣ କରିବାର ଅଧିକାର ରହିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ମଧ୍ୟ ଅନୁଚ୍ଛେଦ ୩୭୧ ଲାଗୁ କରିବା ଉପରେ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri