ଅତଡ଼ା ଖସୁଛି, ଲୋକେ ଛାନିଆ

ପୁରୁଣା ଭୁବନେଶ୍ୱର,୨୪।୬(ଡି.ଏନ୍‌.ଏ.): ଏକାମ୍ର ଯୋଜନା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହି ମେଗା ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଲିଙ୍ଗରାଜ ନ୍ୟୁ ମାର୍କେଟ କମ୍ପ୍ଲେକ୍ସଠାରୁ ବିନ୍ଦୁସାଗର ଉତ୍ତର ଦ୍ୱାର ରାସ୍ତାକୁ ସଂଯୋଗ କରୁଥିବା ନୂଆ ରାସ୍ତା କାର୍ଯ୍ୟ ଏଯାବତ ସମ୍ପୂର୍ଣ୍ଣ ହୋଇପାରି ନାହିଁି। ଡ୍ରୋଜର ଦ୍ୱାରା ଏହି ରାସ୍ତା ପ୍ରାୟ ୨୫ଫୁଟ ଖୋଳାଯାଇଛି। ସମ୍ପ୍ରତି ଲଗାଣ ବର୍ଷା ଯୋଗୁ ଉଭୟ ପଟୁ ମାଟି ଅତଡ଼ା ଖସୁଛି। ଏଭଳି ବର୍ଷାରେ ଆଗକୁ ମଧ୍ୟ ଅତଡ଼ା ଖସିବାର ଆଶଙ୍କା ରହିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏନେଇ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି, ପ୍ରକଳ୍ପ ବିଳମ୍ବ ଯୋଗୁ ଏଭଳି ସମସ୍ୟା ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ସରକାର ପଦକ୍ଷେପ ନେବା ଉଚିତ। ଅନ୍ୟପକ୍ଷରେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟାତ ବ୍ୟାହତ

ମୌସୁମୀ ପ୍ରଭାବରେ ଲାଗିରହିଥିବା ଲଗାଣ ବର୍ଷାରେ ବାଲିଅନ୍ତା ଅଞ୍ଚଳର ବହୁ ରାସ୍ତା ବେହାଲ ହୋଇପଡ଼ିଛି। ବିଶେଷ କରି ବାଲିଅନ୍ତା ପୁରୀ ମୁଖ୍ୟ କେନାଲରୁ ଜଗନ୍ନାଥପୁର ଭାୟା ଅଟଳାକୁ ସଂଯୋଗ କରୁଥିବା ଆର୍‌ଡି ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ବର୍ଷାପାଣି ନିଷ୍କାସିତ ନ ହୋଇ ରାସ୍ତା ଉପରେ ଜମି ରହିବା ଯୋଗୁ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି। ପାଣି ନିଷ୍କାସନ ପାଇଁ ଡ୍ରେନର ସୁବିଧା ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ପୂର୍ବରୁ ବର୍ଷାଜଳ ବିଲ ଦେଇ ସୋଠରେ ପଡୁଥିଲା। ବର୍ତ୍ତମାନ ସବୁ ଚାଷ ଜମିରେ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ହୋଇଛି। ପାଣି ନିଷ୍କାସନ ପାଇଁ ପୂର୍ବରୁ ଥିବା ସୋଠର ଚିହ୍ନ ବର୍ଣ୍ଣ ନାହିଁ। ସୋଠ ଜବରଦଖଲ କରିବା ଯୋଗୁ ପାଣି ନିଷ୍କାସିତ ନ ହୋଇ ରାସ୍ତାରେ ଲହଡ଼ି ଭାଙ୍ଗୁଛି। ଏହି ଅଞ୍ଚଳରେ ଏକ ବିରାଟ ଜନବସତି ହୋଇଥିଲେ ମଧ୍ୟ ବର୍ଷାପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ। ଏହି ଅଞ୍ଚଳଟି ପଞ୍ଚାୟତ ଏରିଆରେ ଅନ୍ତର୍ଗତ ଓ ରାସ୍ତାଟି ଆର୍‌ଡି ବିଭାଗ ଅଧୀନରେ ରହିଛି। ଏଥିପ୍ରତି ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri