Posted inରାଜ୍ୟ

ଆଇୟୁସିଏନ୍‌ ପୋର୍ଟାଲ୍‌ରେ ‘ପୃଥିବୀ ମନ୍ଥନ’

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍‌ର ପୋର୍ଟାଲ୍‌ରେ ଅରୋମିରା ଏଣ୍ଟରଟେନ୍‌ମେଣ୍ଟର ଭାଇରାଲ୍‌ ମ୍ୟୁଜିକ୍‌ ଭିଡିଓ ‘ପୃଥିବୀ ମନ୍ଥନ’ ସ୍ଥାନ ପାଇଛି। ବିଶ୍ୱ ପରିବେଶ ସୁରକ୍ଷା ଉପରେ ପର୍ଯ୍ୟବସିତ ଏହି ମ୍ୟୁଜିକ୍‌ ଭିଡିଓର ଗୀତ ଗାଇଛନ୍ତି ଗାୟିକା ସୁସ୍ମିତା ଦାସ। ପ୍ରଥମଥର ଲାଗି ଓଡ଼ିଆ ଟିମ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ମ୍ୟୁଜିକ୍‌ ଭିଡିଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପୋର୍ଟାଲ୍‌ରେ ସ୍ଥାନ ପାଇଛି। ଏହି ମ୍ୟୁଜିକ୍‌ ଭିଡିଓର ବିଶ୍ୱସ୍ତରୀୟ ଗ୍ରହଣୀୟତା ଓଡ଼ିଆ କ୍ରିଏଟିଭ୍‌ ଜଗତ ପାଇଁ ଗୌରବ ଆଣିଛି। ଏଭଳି ସଫଳତା ପାଇଥିବା ‘ପୃଥିବୀ ମନ୍ଥନ’ ମ୍ୟୁଜିକ୍‌ ଭିଡିଓକୁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ତଥା ଅନ୍ୟ ରାଜ୍ୟର ବିଭିନ୍ନ ବିଭାଗ ପକ୍ଷରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଛି। ଏଭଳି ସମୟୋପଯୋଗୀ ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ କରିଥିବାରୁ ସେମାନେ କ୍ରିଏଟିଭ୍‌ ଟିମ୍‌କୁ ପ୍ରଶଂସା ମଧ୍ୟ କରିଛନ୍ତି। ପୂର୍ବତନ ଡିଜି ଫରେଷ୍ଟ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍‌ ଭିଡିଓର ପରିକଳ୍ପନା କରିଥିଲେ। ଶିବ ତାଣ୍ଡବ ସ୍ତ୍ରୋତ୍ରମ୍‌ ଉପରେ ଏହି ମ୍ୟୁଜିକ୍‌ ଭିଡିଓକୁ ପ୍ରସ୍ତୁତ କରାଯାଇଛି। ଶିବ କୁମାର ବିଲଗ୍ରାମ ଏହାର ଗୀତ ରଚନା କରିଥିବା ବେଳେ ଓମ୍‌ ପ୍ରକାଶ ମହାନ୍ତି ସଙ୍ଗୀତରେ ସଜାଇଥିଲେ। ଅଭିନେତ୍ରୀ ସୂର୍ଯ୍ୟମୟୀ ଏଥିରେ ଅଭିନୟ କରିଥିବାବେଳେ ଦେବ ମେହେର ନିର୍ଦ୍ଦେଶନା ଦେଇଛନ୍ତି। ଏହା ହେଉଛି ୨୦୨୧ରେ ଜାତିସଂଘ ସମର୍ଥିତ ପ୍ରଥମ ମ୍ୟୁଜିକ୍‌ ଭିିଡିଓ। ପ୍ରଦୂଷଣ ବିଷୟବସ୍ତୁ ଉପରେ ପ୍ରଥମ ଥର ଲାଗି ଏଭଳି ପ୍ରୟାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା।...

ଶେଷ ଦୁଇ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୫: ଆସନ୍ତା ସାଧାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

ଓଡିଶା ଆସୁଛନ୍ତି ମୋଦି, ୫ରେ ୩ବଡ଼ ନେତାଙ୍କ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ୱରଳ,୩।୫: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଜୋରଦାର ପ୍ରଚାର ପାଇଁ ଲାଗି ପଡିଛନ୍ତି ୩ ଦଳ। ଅନ୍ୟପଟେ ଦଳର ହେଭିଓ୍ବେଟ ନେତା ବ୍ୟାକ୍‌...

ଶେଷ ଦିନରେ ନାମାଙ୍କନ ଭରିଲେ ସୂର୍ଯ୍ୟମଣି

ଛତ୍ରପୁର,୩।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶୁକ୍ରବାର ଶେଷ ଦିନରେ ଖଲିକୋଟ ବିଧାନସଭା ଆସନ ପାଇଁ ବିଜୁ ଜନତା...

କଂଗ୍ରେସ ଶାସନକୁ ଆସିଲେ ଚାଷୀଙ୍କ ଋଣଛାଡ଼, ମହିଳାଙ୍କୁ ମାସିକ ମିଳିବ ୮,୫୦୦ ଟଙ୍କା: ଓଡ଼ିଶାରେ ରାହୁଲଙ୍କ ୫ ଗ୍ୟାରେଣ୍ଟି

ଭୁବନେଶ୍ୱର,୩।୫: ଶୁକ୍ରବାର ରାୟଗଡ଼ା ସମାବେଶକୁ ଭର୍ଚୁଆଲ ମୋଡରେ ସମ୍ବୋଧନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜନସଭାରେ ଓଡ଼ିଶାବାସୀଙ୍କୁ ୫ ଗ୍ୟାରେଣ୍ଟି କଥା କହିଛନ୍ତି। କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri