ଶ୍ରମିକଙ୍କୁ ପଥରରେ ଛେଚି ମାରିଲେ ସାଥୀ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ରାଜଧାନୀରେ ପୁଣି ଜଣେ ଶ୍ରମିକଙ୍କୁ ହତ୍ୟା। ଗତ ୮ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଶ୍ରମିକଙ୍କୁ ତାଙ୍କ ସହଯୋଗୀ ପଥରରେ ଛେଚି ହତ୍ୟା କରିଥିବାବେଳେ ସମାନ ଢଙ୍ଗରେ ଶନିବାର ଆଉଏକ ଘଟଣା ଘଟିଛି। କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀ ନଗର ନିକଟ ରାସ୍ତା ଉପରେ ଜଣେ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ସାଥୀ ଶ୍ରମିକ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଖସିଯାଉଥିବା ଅଭିଯୁକ୍ତଙ୍କୁ କାବୁ କରିଛି।ଅଭିଯୁକ୍ତ ଜଣକ ହେଲେ କୋରାପୁଟ ଜିଲା ଲକ୍ଷ୍ମୀପୁରର ନାରାୟଣ ସାହୁ। ଅନ୍ୟପକ୍ଷରେ ମୃତକଙ୍କ ନାମ ତ୍ରିନାଥ ବୋଲି ଜଣାପଡ଼ିଛି। ମଜୁରି ଟଙ୍କାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଥିସହ ଅଭିଯୁକ୍ତ ନାରାୟଣଙ୍କୁ ଗିରଫ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି। ତ୍ରିନାଥଙ୍କ ପୂରା ପରିଚୟ ଓ ଠିକଣା ପାଇବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ କହିଛି।

ସୂଚନା ଅନୁଯାୟୀ, ନାରାୟଣ ଓ ତ୍ରିନାଥ ଗତ ୭ ମାସ ଧରି ଭୁବନେଶ୍ୱରରେ ରହି କାମ କରୁଥିଲେ। ଅଧିକାଂଶ ଦିନ ଉଭୟ ସାଙ୍ଗ ହୋଇ ଦୈନିକ ମଜୁରିରେ କାମ କରିବାକୁ ଯାଉଥିଲେ। କିଛିଦିନ ତଳେ ଉଭୟ ଠିକାରେ ଏକ କାମନେଇ କରିଥିଲେ। ନାରାୟଣ ନିଜେ ଅଧିକ ଟଙ୍କା ମଜୁରି ରଖି ତ୍ରିନାଥଙ୍କୁ କମ୍‌ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିଲା। ଶୁକ୍ରବାର ନାରାୟଣ ଆଉଏକ କାମ ବୁଝିଥିବାବେଳେ ତ୍ରିନାଥଙ୍କୁ ଡାକିଥିଲେ। ତ୍ରିନାଥ କାମକୁ ଯିବାକୁ ପ୍ରଥମେ ହଁ ମାରିଥିଲେ, ହେଲେ ପରବର୍ତ୍ତୀ ସମୟରେ ଯାଇ ନ ଥିଲେ। ଶନିବାର ଶିଶୁଭବନ-ରାଜମହଲ ରାସ୍ତା ବାପୁଜୀନଗର ନିକଟ ରାସ୍ତା କଡ଼ରେ ବସିଥିବାବେଳେ କାମକୁ କାହିଁକି ଗଲୁନାହିଁ ବୋଲି ତ୍ରିନାଥଙ୍କୁ ନାରାୟଣ ପଚାରିଥିଲେ। ହେଲେ ପୂର୍ବ ମଜୁରି କଥା ତ୍ରିନାଥ ଉଠାଇବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ହାତାହାତି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନାରାୟଣ ନିକଟରେ ପଡ଼ିଥିବା ଏକ ପଥରରେ ତ୍ରିନାଥଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ସେହିବାଟ ଦେଇ ଯାଉଥିବା ଦୁଇଜଣ ବ୍ୟକ୍ତି ଏହା ଦେଖି ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଗୁରୁତର ଅବସ୍ଥାରେ ତ୍ରିନାଥଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri