ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅଭିନେତ୍ରୀଙ୍କ ବିରୋଧରେ ଭାଜପା ନେତା ଏତଲା ଦାଏର କରିଥିଲେ। କାଭାରାଟ୍ଟି ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୧୨୪ଏ (ଦେଶଦ୍ରୋହ) ଏବଂ ୧୫୩ ବି (ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ)ରେ ମାମଲା ରୁଜୁ କରିଛି। ଲାକ୍ଷାଦ୍ୱୀପର ଚେତିଆଥ୍‌ ଦ୍ୱୀପ ବାସିନ୍ଦା ଆଇଶା ଅନେକ ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଇଶା ମାଲୟାଲମ ଟିଭି ଚ୍ୟାନେଲ ବିତର୍କରେ ଭାଗନେଇ କହିଥିଲେ, ଲାକ୍ଷାଦ୍ୱୀପର ଲୋକମାନଙ୍କ ବିରୋଧରେ ଜୈବିକ ଅସ୍ତ୍ର ଭାବେ କୋଭିଡ୍‌-୧୯କୁ ନିୟୋଜିତ କରିବା ଲାଗି କେନ୍ଦ୍ର ସରକାର ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କୁ ବ୍ୟବହାର କରିଛନ୍ତି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଆଦୌ କୋଭିଡ୍‌ ମାମଲା ନ ଥିବାବେଳେ ଏବେ ଦୈନିକ ଶତାଧିକ ମାମଲା ଆସୁଥିବା ସେ ଅଭିଯୋଗ କରିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। କୋଭିଡ୍‌କୁ ନେଇ ମିଛ ଖବର ପ୍ରଚାର ଅଭିଯୋଗରେ ତାଙ୍କ ବିରୋଧରେ ଭାଜପା ଲାକ୍ଷାଦ୍ୱୀପ ସଭାପତି ଅବଦୁଲ ଖାଦେର ଏତଲା ଦାଏର କରିବା ପରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ଏହି ଖବର ପ୍ରକାଶ ପାଇବା ପରେ ଟୁଇଟର ସମେତ ବିଭିନ୍ନ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶଦ୍ରୋହ ଏବଂ ୟୁଏପିଏ ଭଳି ପୁରୁଣାକାଳିଆ କଠୋର ଆଇନକୁ ଉଚ୍ଛେଦ କରାଯାଉ ବୋଲି କେତେଜଣ ମତ ଦେଇଥିବାବେଳେ ଲୋକମାନଙ୍କୁ ମାରିବା ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଅଧିକ ତଥ୍ୟ ସହ ଆଣିବା ଆବଶ୍ୟକ ବୋଲି ଅନ୍ୟମାନେ କହିଛନ୍ତି। ଭିନ୍ନମତକୁ ଚାପିଦିଆଯାଇପାରିବ ନାହିଁ ବୋଲି କେତେଜଣ ସୋସିଆଲ ମିଡିଆରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଆଇଶା ସୁଲ୍‌ତାନା ଲାକ୍ଷାଦ୍ୱୀପରେ କେନ୍ଦ୍ର ସରକାରଙ୍କ କଠୋର ନିୟମାବଳୀକୁ ବିରୋଧ କରିବା ସହ ଲୋକଙ୍କ ଅଧିକାର ଉପରେ କହିଆସୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

ସୁଗନ୍ଧ ହରାଉଛି ଭାରତୀୟ ମସଲା

ହାଇଦ୍ରାବାଦ/ନୂଆଦିଲ୍ଲୀ,୧ା୫: ପ୍ରଥମେ ହଂକଂ ଓ ସିଙ୍ଗାପୁର। ଆମେରିକା ପରେ ଏବେ ଅଷ୍ଟ୍ରେଲିଆ। ଏମିତି ଗୋଟିଏ ପରେ ଗୋଟିଏ ଦେଶରେ ସୁଗନ୍ଧ ହରାଇବସିଛି ଭାରତୀୟ ମସଲା। ଏମ୍‌ଡିଏଚ୍‌...

‘ଆୟୁଷ୍ମାନ୍‌ ଭାରତ ଅତି ଦୁର୍ବଳ’

ନୂଆଦିଲ୍ଲୀ,୧ା୫(ପି.ଟି.):କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ସ୍ବାସ୍ଥ୍ୟ ଯୋଜନାକୁ ଅତି ଦୁର୍ବଳ ଭାବେ ଗଢ଼ାଯାଇଛି। ଏହାକୁ ଉପଯୁକ୍ତ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri