Posted inଖେଳ

ପୋଲାଣ୍ଡ ଓପନ୍‌: ଦହିୟାଙ୍କୁ ରୌପ୍ୟ

ଓ୍ବାରସା,୧୦।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ର଼୍ୟାଙ୍କିଙ୍ଗ୍‌ ସିରିଜ ଇଭେଣ୍ଟ ବିବେଚିତ ହେଉଥିବା ପୋଲାଣ୍ଡ ଓପନ୍‌ରେ ଭାରତୀୟ ରେସ୍‌ଲର ରବି ଦହିୟା ପ୍ରଭାବୀ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଦହିୟା କ୍ରମାଗତ ୩ଟି ବିଜୟ ହାସଲ କରି ୬୧ କେ.ଜି. ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ। ତେବେ ସେ ଫାଇନାଲରେ ଉଜେବେକସ୍ତାନର ଗୁଲୋମଜୋନ ଅବଦୁଲାଏଭଙ୍କଠାରୁ ୩-୫ ବ୍ୟବଧାନରେ ପରାସ୍ତ ହୋଇ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ଅବଦୁଲାଏଭଙ୍କୁ ବଡ଼ ବ୍ୟବଧାନରେ ହରାଇଥିଲେ ମଧ୍ୟ ଫାଇନାଲରେ ଏହି ପ୍ରଦର୍ଶନକୁ ଦୋହରାଇପାରି ନ ଥିଲେ।
ସଫଳ ହୋଇଥିଲେ ଦାହିୟା ୨୦୨୧ ସେସନରେ ତାଙ୍କର ଦ୍ୱିତୀୟ ଟାଇଟଲ ହାସଲ କରିଥାନ୍ତେ। କିନ୍ତୁ ବାକି ସବୁ ମ୍ୟାଚ୍‌ରେ ସେ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସବୁ ପ୍ରତିପକ୍ଷ ରେସ୍‌ଲର ଦହିୟାଙ୍କ ବାମଗୋଡକୁ ଟାର୍ଗେଟ କରିଥିଲେ। ତେବେ ଏସିଆନ ଚାମ୍ପିୟନ ଓ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଦହିୟା ସମସ୍ତଙ୍କୁ ଚକ୍‌ମା ଦେଇଥିଲେ। ଚଳିତ ସେସନର ଦ୍ୱିତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦହିୟା ପ୍ରଥମ ମୁକାବିଲାରେ ୧୦-୧ରେ ଉଜ୍‌ବେକିସ୍ତାନର ଗଲୋମଜୋନ ଅବଦୁଲାଏଭଙ୍କୁ ହରାଇଥିଲେ। ଏହାପରେ ସଂଘର୍ଷ କରିଥିଲେ ମଧ୍ୟ ସେ କାଜାଖସ୍ତାନର ଅଡ୍‌ଲାନ ଅସ୍କାରୋଭଙ୍କୁ ୧୩-୮ରେ ପରାସ୍ତ କରିଥିଲେ। ଏହାପରେ ସେ ଆମେରିକାର ନାଥନ ଖଲିଦ ତୋମାସେଲୋଙ୍କୁ ୯-୫ରେ ହରାଇ ସେମିକୁ ଉଠିଥିଲେ। ସେମିରେ ଇରାନର ରେଜା ଅହମମାଦାଲି ଅଟ୍ରିନାଘାର୍ଚିଙ୍କୁ ୭-୪ରେ ହରାଇ ସେ ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ୍‌,୩୦।୪: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଆଫ୍ରିକା ଆଡେନ୍‌ ମାର୍କ୍ରାମଙ୍କୁ ଅଧିନାୟକ କରିଛି। ଆଜିକାଲି ମାର୍କାମ ଆଇପିଏଲ ୨୦୨୪ ରେ...

ବେବି ଆସିବେ…ଭାଇରାଲ ହେଲା ସାକ୍ଷିଙ୍କ ଇନଷ୍ଟା ଷ୍ଟୋରୀ

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚ ସମୟରେ ଏମଏସ...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri