Posted inଖେଳ

ପ୍ରମୋଦଙ୍କୁ ପାରାଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ପାଇଁ ମଙ୍ଗଳବାର ଆସିଛି ଏକ ଖୁସି ଖବର। ରାଜ୍ୟର ପାରା ବ୍ୟାଡ୍‌ମିଣ୍ଟନ ତାରକା ଅର୍ଜୁନ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସନ୍ତା ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଜାପାନର ଟୋକିଓରେ ପାରାଅଲିମ୍ପିକ୍ସ ଅନୁଷ୍ଠିତ ହେବ। ପ୍ରମୋଦଙ୍କ ବ୍ୟତୀତ ଅନ୍ୟତମ ଦୁଇ ଭାରତୀୟ ତରୁଣ ତରୁଣ ଏବଂ ନାଗର କ୍ରିଷ୍ଣା ମଧ୍ୟ ପାରାଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରିତ ହୋଇଥିବା ଜଣାଯାଇଛି। ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଷ୍ଟାଣ୍ଡିଂ ଲୋୟର ୩ (ଏମଏସ ଏସ୍‌ଏଲ୍‌ ୩), ତରୁଣ ପୁରୁଷ ସିଙ୍ଗଲ୍ସ ଷ୍ଟାଣ୍ଡିଂ ଲୋୟର ୪ (ଏମ୍‌ଏସ୍‌ ଏସ୍‌ଏଲ୍‌ ୪) ଏବଂ କ୍ରିଷ୍ଣା ପୁରୁଷ ସିଙ୍ଗଲ୍ସ ଶର୍ଟ ଷ୍ଟାଟୁରେ ୬ (ଏମ୍‌ଏସ୍‌ ଏସ୍‌ଏଚ୍‌ ୬) ପ୍ରତିଯୋଗୀଭାବେ ଆଗାମୀ କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବେ।
ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେଶନ ପକ୍ଷରୁ ଆମନ୍ତ୍ରଣ ପାଇବାପରେ ପ୍ରମୋଦଙ୍କ ଖୁସି କହିଲେ ନ ସରେ। ”ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପ୍ରତି ଆଥଲେଟ୍‌ଙ୍କର ସ୍ବପ୍ନ, ଏହା ମୋ ପାଇଁ ମଧ୍ୟ ସମାନ। ମୋତେ ଆମନ୍ତ୍ରଣ କରାଯାଇଥିବାରୁ ମୁଁ ବହୁତ ଖୁସି। ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟ ମୋର ସ୍ବପ୍ନ ରହିଛି। ଏହା ଉପରେ ମୁଁ ଫୋକସ କରି କଷ୍ଟସାଧ୍ୟ ଟ୍ରେନିଂ କରିବି“ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରମୋଦ। ପ୍ରକାଶ ଯୋଗ୍ୟ ଯେ, ପାରାଲିମ୍ପିକ୍ସରେ ପ୍ରଥମଥରପାଇଁ ବ୍ୟାଡ୍‌ମିଣ୍ଟନକୁ ସାମିଲ କରାଯାଇଛି। ନିକଟରେ ଶେଷ ହୋଇଥିବା ଦୁବାଇ ପାରାବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ପ୍ରମୋଦ ୨ ସ୍ବର୍ଣ୍ଣ ଏବଂ ୧ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ବରଗଡ଼ ଜିଲା ଅତିବିରାଠାରେ ପ୍ରମୋଦ ୧୯୮୮ ଜୁନ ୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ହେଉଛନ୍ତି କୁସୁମ ଦେବୀ ଏବଂ ବାପା କୈଳାସ ଭଗତ। ଏପର୍ଯ୍ୟନ୍ତ କ୍ୟାରିୟରରେ ସେ ୪୮ଟି ଜାତୀୟ ଓ ୫୩ଟି ଅନ୍ତର୍ଜାତୀୟ ପଦକ ହାସଲ କରି ସାରିଛନ୍ତି। ଏହା ମଧ୍ୟରେ ୨୧ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୫ ବ୍ରୋଞ୍ଜ ସାମିଲ। ୨୦୧୯ରେ କ୍ୟାରିୟର ଶ୍ରେଷ୍ଠ ୨୧ଟି ଅନ୍ତର୍ଜାତୀୟ ପଦକ ହାସଲ କରିଥିବା ପ୍ରମୋଦ ୨୦୨୦ ଓ ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଯୋଗୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇପାରି ନାହାନ୍ତି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଅଦ୍ଭୁତପୂର୍ବ ସଫଳତା ପାଇଁ ୨୦୧୯ରେ ସେ ରାଜ୍ୟର ସର୍ବଶ୍ରେଷ୍ଠ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ଭାରତ ସରକାରଙ୍କଠାରୁ ଅର୍ଜୁନ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ୪୦୦ ମିଟର ଧାବିକା ଓଡ଼ିଶାର ଜୟନ୍ତି ବେହେରା ପୂର୍ବରୁ ପାରାଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri