Posted inଫୁରସତ

୧୦ ଜୁନ୍‌ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …

ଜୁନ୍‌ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍‌ରୁ ସନ୍ଧ୍ୟା ୬ଟା ୪୧ ମିନିଟ୍‌ ପର୍ଯ୍ୟନ୍ତ ହେଉଥିବା ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର କେତେକ ଅଞ୍ଚଳରେ ଆଶିଂକ ଭାବେ ଦୃଷ୍ଟିଗୋଚର ହେବ। ଅପରପକ୍ଷରେ ଉତ୍ତର କାନାଡ଼ା, ଗ୍ରୀନ୍‌ଲାଣ୍ଡ୍‌ ଓ ରୁଷିଆରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ। ଭାରତର ଅରୁଣାଚଳ ପ୍ରଦେଶରେ ଏହି ସୂର୍ଯ୍ୟପରାଗ ଦେଖାଯିବ। ସୂର୍ଯ୍ୟପରାଗ ଦେଖାଯାଉ ନ ଥିବା ଅଞ୍ଚଳରେ କୌଣସି ସୂତକ ନୀତି ପାଳନ କରାଯିବା ଆବଶ୍ୟକ ନୁହେଁ ବୋଲି ଜ୍ୟୋତିର୍ବିଦ୍‌ ପ୍ରବୀଣ ମିଶ୍ରା ସୂଚନା ଦେଇଛନ୍ତି।

ସୂର୍ଯ୍ୟପରାଗ ଯୋଗୁ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ସୃଷ୍ଟି ହେବ। ମିଥୁନ, କର୍କଟ, ସିଂହ, ତୁଳା, ଧନୁ, ମକର, କୁମ୍ଭ ଏବଂ ମୀନ ରାଶି ଜାତକଙ୍କ ପାଇଁ ସୂର୍ଯ୍ୟପରାଗ ଭଲ ଫଳ ନେଇ ଆସିବ। ଅପରପକ୍ଷରେ ମେଷ, ବୃଷ, କନ୍ୟା, ବିଛା ରାଶିର ବ୍ୟକ୍ତି ବିଶେଷ ସତର୍କ ରହିବା ଆବଶ୍ୟକ। ବୃଷ ରାଶିରେ ସୂର୍ଯ୍ୟପରାଗ ହେଉଥିବାରୁ ଏହି ରାଶିର ଜାତକମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ମେଷ: ସ୍ବାସ୍ଥ୍ୟ ନେଇ ସତର୍କ ରହିବା ସହିତ ଖାଦ୍ୟପେୟ ପ୍ରତି ସାବଧାନ ରହିବା ଆବଶ୍ୟକ। ମାନସିକ ଚାପରୁ ଦୂରେଇ ରହିବା ସହିତ ଧର୍ଯ୍ୟ ଧରି କାମ କରିବା ଆବଶ୍ୟକ। କୌଣସି ବଡ଼ ନିର୍ଣ୍ଣୟ ନ ନେଲେ ଭଲ। ସଫଳତାର ନୂଆ ସୁଯୋଗ ମିଳିବ।

ବୃଷ: ଏହି ରାଶିରେ ସୂର୍ସ୍ୟପରାଗ ଅନୁଷ୍ଠିତ ହେଉଥିବାରୁ ସ୍ବାସ୍ଥ୍ୟ ଉପରେ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ଅସନ୍ତା ଏକ ମାସ ମଧ୍ୟରେ କୌଣସି ବଡ଼ ନିଷ୍ପତ୍ତି ଗ୍ରହଣ ନ କଲେ ଭଲ। ଇଶ୍ୱରଙ୍କ ପ୍ରତି ନିଷ୍ଠା ବୃଦ୍ଧି କରିବା ଦ୍ୱାରା ବହୁ ବାଧା ବିଘ୍ନ ଦୂରେଇ ଯିବ।

ମିଥୁନ: ସୂର୍ଯ୍ୟପରାଗ ଶୁଭଫଳ ନେଇ ଆସିବ। ତେବେ ବାକ୍‌ ସଞ୍ଜମତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ।

କର୍କଟ: ସୂର୍ଯ୍ୟଗ୍ରହଣର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ନିକ କାମ ନିଷ୍ଠାପର ଭାବେ କରିବା ଆବଶ୍ୟକ।

ସିଂହ: ଯୋଜନାକୁ ସୁଦୃଢ଼ କରି ଲକ୍ଷ୍ୟପଥରେ ଆଗେଇବେ। ପରାଗ ପରେ ା ଶୁକ୍ଳପକ୍ଷରେ ନୂୂତନ କାର୍ଯ୍ୟ ଆରମ୍ଭ କଲେ ସୁଫଳ ମିଳିବ।

କନ୍ୟା: ସ୍ବାସ୍ଥ୍ୟପ୍ରତି ସଚେତନ ରହିବା ଆବଶ୍ୟକ। ସ୍ବାସ୍ଥ୍ୟ ଅନୁପଯୋଗୀ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରହିବା ଉଚିତ।

ତୁଳା: ସୂର୍ଯ୍ୟଗ୍ରହଣର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ତେବେ ବୁଝି ବିଚାରି କାମ କରିବା ଶ୍ରେୟସ୍କର।

ବିଛା: ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଅତ୍ୟଧିକ କ୍ରୋଧ ନ କରି ଶାନ୍ତ ରହିବା ଭଲ।

ଧନୁ: ସୂର୍ଯ୍ୟପରାଗ ଶୁଭଫଳ ନେଇ ଆସିବ। କାର୍ଯ୍ୟଷଣ ସଫଳତା ମିଳିବ। ଆଳସ୍ୟ ଛାଡ଼ି କର୍ତ୍ତବ୍ୟ ପଥରେ ଆଗେଇବା ଉଚିତ।

ମକର: ନିଜ କାର୍ଯ୍ୟର ଗତିକୁ ବୃଦ୍ଧି କରିବା ଆବଶ୍ୟକ। ପରିଶ୍ରମ ଅନୁସାରେ ଫଳ ମିଳିବ। ବହୁ କ୍ଷେତ୍ରରେ ସୁଫଳ ମିଳିବ।

କୁମ୍ଭ: ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ ନୂଆ ପାଠ୍ୟକ୍ରମ ଉପରେ ଲକ୍ଷ୍ୟ ରଖନ୍ତୁ। ସୁଫଳ ମିଳିବ। ସୂର୍ଯ୍ୟପରାଗର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ।

ମୀନ: ସୂର୍ଯ୍ୟପରାଗ ଶୁଭଫଳ ନେଇ ଆସିବ। କ୍ରୋଧ ଏବଂ ବାକ୍‌ ସଞ୍ଜମତା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଆଳସ୍ୟ ଛାଡ଼ି କର୍ତ୍ତବ୍ୟ ପଥରେ ଆଗେଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri