ଭୁଲ୍‌ ସୁଧାରିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍‌

ଭୁବନେଶ୍ୱର,୬।୬(ବ୍ୟୁରୋ): ଅନେକ ସମୟରେ ପୋଲିସର ଅବହେଳା ଓ ଅସାବଧାନତା ଯୋଗୁ ଅଭିଯୁକ୍ତମାନେ ଖସିପଳାଇବାରେ ସକ୍ଷମ ହେଉଛନ୍ତି। ବଳାତ୍କାର, ହତ୍ୟା ଭଳି ସଙ୍ଗିନ ମାମଲାରେ ଗିରଫ ହୋଇଥିବା ବହୁ ଅଭିଯୁକ୍ତ ପୋଲିସ ହେପାଜତରୁ ଖସିଯାଇଥିବା ନଜିର ରହିଛି। ବର୍ଷ ବର୍ଷ ଧରି ଖସି ବୁଲିବା ସହ ପୁଣି ଅପରାଧ ଘଟାଉଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଫେରାର ଦର୍ଶାଇ ଧରି ନ ଥାନ୍ତି। ଏପରି କି ଏହା ପଛରେ କେତେଜଣ ପୋଲିସର ପ୍ରଚ୍ଛନ୍ନ ହାତ ଥିବା ମଧ୍ୟ ଅଭିଯୋଗ ଉଠିଛି। କମିଶନରେଟ ପୋଲିସରେ ମଧ୍ୟ ଏଭଳି ଏକାଧିକ ଘଟଣା ଘଟିଛି। ଏବେ ନିଜ ପୁରୁଣା ଭୁଲ୍‌ ସୁଧାରିବାକୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍‌। ଏହାର ଦାୟିତ୍ୱ ନେଇଛି ସ୍ପେଶାଲ ସ୍କ୍ବାଡ୍‌। ପୋଲିସ ହେପାଜତ ଓ ଜୁଡ଼ିସିଆଲ ହେପାଜତରୁ ଖସିପଳାଇଥିବା ଅଭିଯୁକ୍ତଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ଏଯାଏ ଏହି ତାଲିକାରେ ୧୦ରୁ ଊର୍ଦ୍ଧ୍ୱ ନାଁ ରହିଥିବାବେଳେ ଗତ ୩ଦିନ ଭିତରେ ଏହି ସ୍ପେଶାଲ୍‌ ଡ୍ରାଇଭ୍‌ରେ ୨ଜଣ ଫେରାର ଅଭିଯୁକ୍ତ ଧରାପଡିଛନ୍ତି। ୨୦୨୦ରେ ଏୟାରଫିଲ୍ଡ ଥାନାରୁ ଫେରାର ହୋଇଯାଇଥିବା ହତ୍ୟା ଅଭିଯୁକ୍ତ ଜିତେନ୍ଦ୍ର ପରିଡ଼ାଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେହିପରି ୭ବର୍ଷ ଧରି ଫେରାର ଥିବା ଭାସ୍କର ସାହୁ ନାମକ ଜଣେ ଗଣବଳାତ୍କାର ଅଭିଯୁକ୍ତଙ୍କୁ ନୟାଗଡ଼ ଓଡ଼ଗାଁ ଅଞ୍ଚଳରୁ ଗିରଫ କରାଯାଇଛି। ଭାସ୍କର ୨୦୧୪ରେ ଥରେ ପୋଲିସ ହେପାଜତ ଓ ଆଉଥରେ ଜୁଡିସିଆଲ ହେପାଜତରୁ ଫେରାର ହୋଇଯାଇଥିଲେ। ସେ ନୟାଗଡ଼ସ୍ଥିତ ନିଜ ଘରେ ରହି ବାହାରେ ଆରାମରେ ବୁଲୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ ହେଉ ଅବା କମିଶନରେଟ ପୋଲିସ ତାଙ୍କୁ ଧରୁ ନ ଥିଲା। ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ ହେବା ପରେ ତାଙ୍କ ସମ୍ପର୍କରେ ଖୋଳତାଡ଼ କରାଯାଇଥିଲା। ଶୁକ୍ରବାର ଭାସ୍କର ଘରପାଖ ଏକ ମନ୍ଦିରରେ ବସିଥିବା ସମୟରେ ସ୍ପେଶଲ ସ୍କ୍ବାଡ୍‌ ତାଙ୍କୁ ମାଡ଼ିବସିଥିଲା।
ଅନୁଯାୟୀ, ୨୦୧୪ ଫେବୃୟାରୀ ୧୩ରେ ଜନୈକା ଯୁବତୀଙ୍କୁ ଗଣବଳାତ୍କାର ମାମଲା (ନଂ.୪୧/୧୪)ରେ ଭାସ୍କରଙ୍କ ସମେତ ୪ଜଣଙ୍କୁ ଗିରଫ କରିଥିଲା ଭୁବନେଶ୍ୱର ମହିଳା ଥାନା ପୋଲିସ। ମାତ୍ର କୋର୍ଟ ଚାଲାଣ ସମୟରେ ସେ ପୋଲିସ ହେପାଜତରୁ ଚମ୍ପଟ ମାରିଥିଲେ। ଏହାର ଦିନକ ପରେ ପୋଲିସ ତାଙ୍କୁ ଧରି କୋର୍ଟ ଚାଲାଣ କରିଥିଲା। ଡିସେମ୍ବର ୯ରେ ଅନ୍ୟ ୩୨ଜଣଙ୍କ ସହ ଭାସ୍କରଙ୍କୁ ଜେଲ୍‌ରୁ କୋର୍ଟକୁ ଏସ୍‌କର୍ଟରେ ନିଆଯାଇଥିଲା। ହେଲେ କୋର୍ଟ ପରିସରରେ ଭିଡ଼ର ସୁଯୋଗ ନେଇ ଭାସ୍କର ପୋଲିସ ଏସ୍‌କର୍ଟରୁ ଖସିପଳାଇବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri