Odisha Elections 2024
Posted inଖେଳ

‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ’

ମୁମ୍ବାଇ, ୩।୬(ପି.ଟି.)-  ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ୩ ମ୍ୟାଚ ବିଶିଷ୍ଟ ହେବା ଉଚିତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦ୍‌ଘାଟନୀ ସଂସ୍କରଣର ଫାଇନାଲ ୧ ମ୍ୟାଚ ବିଶିଷ୍ଟ। ମାତ୍ର ଏପରି ହେବା ଉଚିତ ନୁହେଁ ବୋଲି ଟିମ୍‌ ଇଣ୍ଡିଆ କୋଚ୍‌ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ଭାରତ ଗୁରୁବାର ବିଳମ୍ବିତ ରାତିରେ ୟୁନାଇଟେଡ କିଙ୍ଗ୍‌ଡମ୍‌ ଅଭିମୁଖେ ଯାତ୍ରା କରିବ। ସାଉଥାମ୍ପଟନଠାରେ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଜୁନ୍‌ ୧୮ରୁ ଆରମ୍ଭ ହେବ। ଏହାପରେ ଭାରତ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌କୁ ଯଦି ଦୀର୍ଘକାଳୀନଭିତ୍ତିରେ କରାଯାଏ ତେବେ ବେଷ୍ଟ ଅଫ୍‌ ଥ୍ରୀ ଫାଇନାଲ ଉପଯୁକ୍ତ ହେବ। ଏହା ହେଲେ ଦୁଇ ଦଳ ପରାକାଷ୍ଠା ଦେଖାଇବାର ସୁଯୋଗ ପାଇବେ ବୋଲି ଶାସ୍ତ୍ରୀ ବୁଧବାର ଇଂଲଣ୍ଡ ଗସ୍ତ ପୂର୍ବ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିପାଇଁ ଫ୍ୟୁଚର ଟୁର୍ସ ପ୍ରୋଗ୍ରାମ (ଏଫ୍‌ଟିପି) ପ୍ରସ୍ତୁତ ହେବା ଆବଶ୍ୟକ। ଗୋଟିଏ ମ୍ୟାଚରେ ଏକ ଦଳର ଦକ୍ଷତା ମପାଯାଇ ପାରିବ ନାହିଁ। ଦେଶରେ କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରିବା ପରେ ଭାରତୀୟ ଦଳ ୟୁକେ ଯିବାକୁ ପ୍ରସ୍ତୁତ। ସେଠାରେ ପହଞ୍ଚତ୍ବା ପରେ ୟୁକେ ସରକାରଙ୍କ ନିୟମ ଅନୁସାରେ କ୍ୱାରାଣ୍ଟାଇନ୍‌ରେ ଖେଳାଳିମାନେ ରହିବେ। ମାତ୍ର ନ୍ୟୁଜିଲାଣ୍ଡ ବହୁ ପୂର୍ବରୁ ୟୁକେରେ ପହଞ୍ଚତ୍ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଆରମ୍ଭ କରିଛି। ଫଳରେ ଏହି ଦଳକୁ ଭଲ ମ୍ୟାଚ ଅଭ୍ୟାସ ମିଳିଛି। ଶାସ୍ତ୍ରୀ କହିଛନ୍ତି ଯେ ପ୍ରଥମଥର ପାଇଁ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ହେଉଛି। ଏହା ନିଶ୍ଚିତ ବଡ଼ ଗେମ୍‌। ଏହା ଏପରି ଏକ ଫର୍ମାଟ ଯେଉଁଥିରେ କି ଦଳ ପରୀକ୍ଷାର ସମ୍ମୁଖୀନ ହୋଇଥାଏ। ଏହା ୩ ଦିନ କିମ୍ବା ୩ ମାସରେ ହୋଇ ନ ଥାଏ। ୨ ବର୍ଷରୁ ଊର୍ଦ୍ଧ୍ୱ ଖେଳିବା ପରେ ଏପରି ଏକ ସମୟ ଆସିଥାଏ। ଏହି ସମୟ ମଧ୍ୟରେ ପୂରା ବିଶ୍ୱରେ ଦଳଗୁଡ଼ିକ ପରସ୍ପର ବିପକ୍ଷରେ ଖେଳିଥାନ୍ତି। ସର୍ବାଧିକ ପଏଣ୍ଟପ୍ରାପ୍ତ ଦଳ ହିଁ ଫାଇନାଲ ଖେଳିବାକୁ ଯୋଗ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri