ଟିକା ନୀତି ସ୍ବେଚ୍ଛାଚାରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୬(ପି.ଟି.): କରୋନା କାଳରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟିକା କିଣିବା ଅବସ୍ଥାରେ ନାହାନ୍ତି। ତେଣୁ ଯୁବବର୍ଗଙ୍କ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ବହନ କରନ୍ତୁ ବୋଲି ପୂର୍ବରୁ ଦିଲ୍ଲୀ, ଛତିଶଗଡ଼ ଓ କେରଳ ସମେତ ଅନେକ ରାଜ୍ୟ କହିଆସୁଛନ୍ତି। ଅନ୍ୟପକ୍ଷେ ଓଡ଼ିଶା ଏବଂ ଉତ୍ତରପ୍ରଦେଶ ଭଳି କେତେକ ରାଜ୍ୟ ନିଜସ୍ବ ସମ୍ବଳରେ ଟିକା କିଣିବା ପାଇଁ ଆଗ୍ରହ ପ୍ରକାଶ କରି ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ହେଲେ ଲଜିଷ୍ଟିକ୍‌, କ୍ଲିୟରାନ୍ସ ଓ ଗ୍ୟାରେଣ୍ଟି ସହ ଅନେକ ଅସୁବିଧା ରହିଥିବାରୁ ବିଦେଶୀ କମ୍ପାନୀ ରାଜ୍ୟଗୁଡ଼ିକୁ ଟିକା ଯୋଗାଇବାକୁ ରାଜି ହେଉନାହାନ୍ତି। ଏଭଳି ସମୟରେ କେନ୍ଦ୍ରର ଭାକ୍ସିନ ନୀତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ଟିକାକୁ ନେଇ କେନ୍ଦ୍ରର ଯୋଜନା ଏବଂ ଆମଦାନୀ ସମ୍ପର୍କିତ ସମସ୍ତ ତଥ୍ୟ ୨ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
୧୮ରୁ ୪୪ ବର୍ଷୀୟଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ବୁଧବାର ସୁପ୍ରିମକୋର୍ଟ ସ୍ବେଚ୍ଛାଚାରୀ ଓ ଅଯୌକ୍ତିକ ବୋଲି ଭର୍ତ୍ସନା କରିଛନ୍ତି। ଏହାସହ ଅଦ୍ୟାବଧି କେବେ କେତେ ପରିମାଣର କୋଭାକ୍ସିନ, କୋଭିଶିଲ୍ଡ ଓ ସ୍ପୁଟ୍‌ନିକ୍‌-ଭି ସମେତ ଅନ୍ୟ ଟିକା କିଣାଯାଇଛି ସେନେଇ ସବିଶେଷ ବିବରଣୀ ସତ୍ୟପାଠ ଜରିଆରେ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭାକ୍ସିନ କିଣିବା ପାଇଁ ସରକାର କେନ୍ଦ୍ରୀୟ ବଜେଟରେ ଆବଣ୍ଟନ କରିଥିବା ୩୫,୦୦୦ କୋଟି ଟଙ୍କା କିପରି ଖର୍ଚ୍ଚ କରାଯାଇଛି। ଏହି ଅର୍ଥକୁ ୧୮-୪୪ ବର୍ଷୀୟଙ୍କ ଟିକାକରଣରେ କାହିଁକି ଖର୍ଚ୍ଚ କରାଯାଇ ନାହିଁ ବୋଲି ଶୀର୍ଷ ଅଦାଲତ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ୨ ସପ୍ତାହ ମଧ୍ୟରେ ଏହିସବୁ ତଥ୍ୟ ଦେବାକୁ କହିଛନ୍ତି।
ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଭାକ୍ସିନ ନୀତିକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିଶନ ଦାଏର କରାଯାଇଛି। ତେବେ କୋଭିଡ୍‌ ମୁକାବିଲା ପାଇଁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଆରମ୍ଭ କରିଥିବା ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଏଲ୍‌.ଏନ୍‌. ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ମେ’ ୩୧ରେ ଦେଇଥିବା ଏହି ରାୟ
ବୁଧବାର ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଖଣ୍ଡପୀଠ ଏଥିରେ କହିଛନ୍ତି, ଖବର ମିଳୁଛି ଯେ ୧୮-୪୪ ବର୍ଷ ବୟସ୍କ ଲୋକେ କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ସହ ସେମାନଙ୍କ ଅବସ୍ଥା ଅତି ଗମ୍ଭୀର ହୋଇଯାଉଛି। ସେମାନଙ୍କୁ ଦୀର୍ଘ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। ଏପରି କି ବହୁ କ୍ଷେତ୍ରରେ ଏଭଳି ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ମହାମାରୀର ପରିବର୍ତ୍ତିତ ରୂପର ଭୟାବହତାକୁ ଦେଖି ଏହି ବୟସ ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ନୀତି କରାଯିବାର ଆବଶ୍ୟକତା ଅନୁଭୂତ ହେଉଛି। ତେବେ ବୈଜ୍ଞାନିକ ଆଧାରରେ ବିଭିନ୍ନ ଆୟୁ ବର୍ଗର ଲୋକଙ୍କୁ ଟିକା ଦେବାରେ ପ୍ରାଥମିକତାକୁ ବଜାୟ ରଖାଯାଇପାରେ। ହେଲେ କେନ୍ଦ୍ର ପକ୍ଷରୁ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟରେ ମାଗଣାରେ ଟିକା ଦିଆଯିବା ଏବଂ ୧୮-୪୪ ବର୍ଷୀୟଙ୍କ ପାଇଁ ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକୁ ଭାକ୍ସିନ ପାଇଁ ଅର୍ଥ ପଇଠ କରିବା ପ୍ରଥମ ଦୃଷ୍ଟିରେ ସ୍ବେଚ୍ଛାଚାରୀ ଓ ଅଯୌକ୍ତିକ ଭଳି ମନେହେଉଛି। ଟିକାକରଣ ପାଇଁ କେନ୍ଦ୍ରୀୟ ବଜେଟରେ ୩୫,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ସେହି ଅର୍ଥରୁ ଏହି ସାବାଳକମାନଙ୍କୁ କାହିଁକି ଟିକା ଦିଆଯାଉ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ ସମସ୍ତ ଟିକା ଅଧିଗ୍ରହଣ ନିର୍ଦ୍ଦେଶନାମା, ଭାକ୍ସିନ ଅର୍ଡରର ପରିମାଣ ଏବଂ ଯୋଗାଣ ତାରିଖ ସମ୍ପର୍କରେ ସତ୍ୟପାଠରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ। ସେହିପରି ମୋଟ ଜନସଂଖ୍ୟାର କେତେ ପ୍ରତିଶତଙ୍କୁ ଗୋଟିଏ ଏବଂ ଦୁଇଟି ଲେଖାଏ ଡୋଜ୍‌ ଦିଆଯାଇଛି ଅଦାଲତ ସେହି ତଥ୍ୟ ମାଗିଛନ୍ତି। ଦେଶର ଅବଶିଷ୍ଟ ଲୋକଙ୍କୁ କେବେ ଓ କିପରି ଭାକ୍ସିନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି, ତାହାର ମଧ୍ୟ ବିବରଣୀ ମାଗିଛନ୍ତି। ୨ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଧାର୍ଯ୍ୟ ତାରିଖ ପୂର୍ବରୁ ଜବାବ ଦାଖଲ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ସତ୍ୟପାଠ ମାଗିଛନ୍ତି, ଯେଉଁଥିରେ ସମ୍ପୃକ୍ତ ସରକାରମାନେ ମାଗଣାରେ ଟିକା ଦେଉଛନ୍ତି କି ନାହିଁ ସ୍ପଷ୍ଟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...

ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ପୀଡିତ ୫ ଶିଶୁ: ୨ ଡାକ୍ତର ସସପେଣ୍ଡ

ନୂଆଦିଲ୍ଲୀ,୧୯ା୧୨: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଥାଲାସେମିଆ ରୋଗରେ ପୀଡ଼ିତ ୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ରକ୍ତ ଦିଆଯିବା...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାମ ଜି ବିଲ୍ ପାସ୍ ବିରୋଧରେ ବିରୋଧୀଙ୍କ ରାତିସାରା ଧାରଣା

ନୂଆଦିଲ୍ଲୀ,୧୯ା୧୨: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ (MGNREGA) ସ୍ଥାନରେ ଆସିଥିବା ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ...

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ: ଦିନ ରାତି ଜଗି ବସିଛନ୍ତି ଚାଷୀ

ଅତାବିରା, ୧୯ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଗତ ମାସ ୨୮ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ ଧାନ କିଣା ବିକା ସ୍ବାଭାବିକ ହୋଇପାରି ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri