କେବଳ ଏହି କାରଣ ପାଇଁ ଇଣ୍ଡଷ୍ଟ୍ରିର କୌଣସି ହିରୋଙ୍କୁ ବିବାହ କରି ନ ଥିଲେ ମାଧୁରୀ, ଜୁହି

ବଲିଉଡରେ ଏକ ସମୟ ଥିଲା ଯେତେବେଳେ ଲୋକେ ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ପାଇଁ ପାଗଳ ଥିଲେ। ସେହି ସମୟରେ ଏହି ଦୁଇ ଅଭିନେତ୍ରୀ ମଧ୍ୟ ନିଜ ମଧ୍ୟରେ କଠୋର ପ୍ରତିଯୋଗିତା କରୁଥିଲେ। ଉଭୟ ମାଧୁରୀ ଏବଂ ଜୁହି ସେମାନଙ୍କ ସମୟର ଶ୍ରେଷ୍ଠ ହିରୋଇନ ଥିଲେ। ଦର୍ଶକଙ୍କୁ ସେମାନଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟରେ ବାନ୍ଧି ରଖିଥିଲେ। ଆଜି ବି ସେମାନଙ୍କ ପାଇଁ ଲୋକଙ୍କ କ୍ରେଜ କମିନାହିଁ।

କେବଳ ଏତିକି ନୁହେଁ ଇଣ୍ଡଷ୍ଟ୍ରିର ଅନେକ ହିରୋ ଏ ଦୁହିଁଙ୍କ ପଛରେ ପଡ଼ିଥିଲେ। ମାତ୍ର ଏ ଦୁହେଁ କୌଣସି ହିରୋଙ୍କୁ ବିବାହ କରି ନ ଥିଲେ। ମାଧୁରୀ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିବାବେଳେ ଜୁହି ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ବିବାହ କରିଥିଲେ। କେବଳ ଏତିକି ନୁହେଁ, ସେ କାହିଁକି ହ୍ୟାଣ୍ଡସମ ହିରୋଙ୍କୁ ତାଙ୍କ ସ୍ବାମୀ ଭାବେ ବାଛି ନାହାନ୍ତି ଜାଣନ୍ତୁ।

ମାଧୁରୀ ଏବଂ ଜୁହି କରଣ ଜୋହରଙ୍କ ଚାଟ ଶୋ କଫି ଉଇଥ୍‌ କରଣଙ୍କ ସହ ୨୦୧୪ରେ ପହଞ୍ଚିଥିଲେ। ଏଠାରେ କରଣ ଜୋହର ମାଧୁରୀ ଏବଂ ଜୁହିଙ୍କୁ ଅନେକ ମଜାଦାର ପ୍ରଶ୍ନର ପଚାରିଥିଲେ। ଏହି ସମୟ ମଧ୍ୟରେ ଉଭୟ ଅଭିନେତ୍ରୀ ସେମାନଙ୍କର ବ୍ୟକ୍ତିଗତ ଜୀବନ ସହିତ ଜଡିତ ଅନେକ କଥା କହିଥିଲେ।
ତେବେ କରଣ ତାଙ୍କୁ ପଚାରିଥିଲେ, ‘ତୁମେ ଏତେ ବଡ ତାରକାଙ୍କ ସହ ଇଣ୍ଡଷ୍ଟ୍ରିରେ କାମ କରିଥିଲ, କିନ୍ତୁ କେଉଁ ତାରକାଙ୍କ ସହ ବିବାହ କାହିଁକି କଲ ନାହିଁ।

ଏହାର ଉତ୍ତରରେ ମାଧୁରୀ ପ୍ରଥମେ କହିଥିଲେ, ‘ମୁଁ ଶାହାରୁଖ ଖାନଙ୍କ ସହ ବହୁତ ଶୁଟିଂ କରିଥିଲି। ମୁଁ ମଧ୍ୟ ସଲମାନ ଖାନଙ୍କ ସହ କାମ କରିଥିଲି।ମୁଁ ଅମିରଙ୍କ ସହିତ କେବଳ ଦୁଇଟି ଚଳଚ୍ଚିତ୍ର କରିସାରିଛି ବୋଧହୁଏ ମୁଁ ଏହି ତାରକାମାନଙ୍କୁ ଏତେ ପସନ୍ଦ କରି ନ ଥିଲି ଏବଂ ବିବାହ କରିବାକୁ ଚିନ୍ତା କରି ନ ଥିଲି। ମୋ ସ୍ବାମୀ ମୋର ହିରୋ ’। ପରେ କରଣ କହିଥିଲେ, ‘ସେ ତୁମକୁ ଭେଟିବା ପରେ ହିଁ ହିରୋ ହୋଇସାରିଛନ୍ତି। କାରଣ ପୂର୍ବରୁ ତାଙ୍କୁ ସେହି ହିସାବରେ କେହି ଦେଖି ନଥିବେ’ ।

ତେବେ ଏହି ପ୍ରଶ୍ନର ଉତ୍ତର ଦେବାବେଳେ ଜୁହି କହିଥିଲେ, ‘ମୁଁ ଜୟଙ୍କୁ ବହୁତ ପସନ୍ଦ କରୁଥିଲି। ସେ ମୋର ମୋର ହୃଦୟ ଜିତି ନେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri