Posted inଖେଳ

ଟୋକିଓ ଅଲିମ୍ପିକ୍ସ ଆୟୋଜନ: ଆଇଓସି, ସୁଗାଙ୍କ ସମ୍ମୁଖରେ ଚ୍ୟାଲେଞ୍ଜ

ଷ୍ଟକ୍‌ହାମ,୨୫।୫: ଜାପାନରେ ଏବେ କୋଭିଡ୍‌-୧୯ର ଚତୁର୍ଥ ଓ୍ବେଭ୍‌ ଚାଲିଛି। ଜୁଲାଇ ୨୩ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସକୁ ଏହି ମହାମାରୀ ପାଇଁ ବାତିଲ କରିବା ନେଇ ତର୍କବିତର୍କ ଆରମ୍ଭ ହୋଇଛି। ଜାପାନ ନାଗରିକ ମଧ୍ୟ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ବାତିଲ କରିବାକୁ ବିକ୍ଷୋଭ, ଆନ୍ଦୋଳନ ଜାରି ରଖିଛନ୍ତି।
ଜାପାନରେ ୬୦ରୁ ୮୦ ପ୍ରତିଶତ ଲୋକ ଅଲିମ୍ପିକ୍ସ ବାତିଲ ହେବାକୁ କିମ୍ବା ସ୍ଥଗିତ ରଖିବାକୁ ଚାହାନ୍ତି ବୋଲି ଏକ ଓପିନିୟନ ପୁଲ୍‌ରୁ ଜଣାପଡିଛି। ତେଣୁ ଅଲିମ୍ପିକ୍ସ ବାତିଲ ହେବ କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମେଗା ଇଭେଣ୍ଟ ବାତିଲ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ପ୍ରତିଥର ଜାପାନ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଏହାକୁ ଖଣ୍ଡନ କରିଆସୁଥିଲେ। ଏହି ବର୍ଷ ମଧ୍ୟ ଜାପାନରେ ସାଧାରଣ ନିର୍ବାଚନ ଆୟୋଜନ ହେବ। ଶିଞ୍ଜୋ ଆବେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗା ଓ ଶାସକ ଦଳ ଲିବରାଲ ଡେମାକ୍ରାଟିକ ପାର୍ଟି (ଏଲ୍‌ଡିପି)ଙ୍କ ପାଇଁ ଏହା ଶୁଭ ଖବର ବିବେଚିତ ହୋଇନାହିଁ।
କୋଭିଡ୍‌-୧୯ ସଂକ୍ରମଣକୁ ରୋକିବାରେ ଅବଶ୍ୟ ଜାପାନ କିଛିମାତ୍ରରେ ସଫଳ ହୋଇଛି। ମହାମାରୀରେ ଜାପାନରେ ଏପର୍ଯ୍ୟନ୍ତ ୧୧, ୯୦୦ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟ ଦେଶ ତୁଳନାରେ ଦେଖିବାକୁ ଗଲେ ଏହା ସେତେ ଅଧିକ ନୁହେଁ ବୋଲି କୁହାଯାଇପାରେ। ମାସ୍କର ବହୁଳ ବ୍ୟବହାର, କଣ୍ଟାକ୍ଟ ଟ୍ରେସିଂ, ଠିକ୍‌ ସମୟରେ ଲକ୍‌ଡାଉନ୍‌ ହେବା ଦ୍ୱାର ଏହା ସମ୍ଭବ ହୋଇଛି। ଲୋକେ ଅଲିମ୍ପିକ୍ସ ଆୟୋଜନ ହେଉ ବୋଲି ଚାହୁଁ ନାହାନ୍ତି। ତେବେ ଏହାର ପ୍ରାସଙ୍ଗିକତା ରିହିଛି କି ଓ ଏହାକୁ କ’ଣ ସତରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଶ୍ନ ଉଠିଛି। ବିରୋଧୀ ଦଳର ନେତାମାନେ ଅଲିମ୍ପିକ୍ସ ଆୟୋଜନକୁ ମଧ୍ୟ ବିରୋଧ କରୁଛନ୍ତି। ତେବେ ଜାପାନ ସରକାର ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ବଦ୍ଧପରିକର ବୋଲି ଘୋଷଣା କରିସାରିଛନ୍ତି। ଅଲିମ୍ପିକ୍ସ ଆୟୋଜନ ପାଇଁ ଜାପାନ ଏପର୍ଯ୍ୟନ୍ତ ବହୁ ପରିମାଣର ଅର୍ଥ ବ୍ୟୟ କରିସାରିଛି। ତେଣୁ ଜାପାନ ଏକତରଫା ଭାବେ କିମ୍ବା ଆଇଓସି ସହ ମିଳିତ ଭାବେ ଏହାକୁ ବାତିଲ କରିବ ନାହିଁ। କିନ୍ତୁ ଅଲିମ୍ପିକ୍ସ ଆୟୋଜନ ହେଲେ ମଧ୍ୟ ନିଶ୍ଚିତ ଭାବେ ପ୍ରଭାବିତ ହେବ ବୋଲି କୁହାଯାଇପାରେ।
ସାରା ବିଶ୍ୱରୁ ଆଥ୍‌ଲେଟମାନେ ଜାପାନ ଆସିବେ। ସେମାନେ କରୋନାର ବିଭିନ୍ନ ଭାରିଆଣ୍ଟ ଧରି ଆସିବାର ଆଶଙ୍କା ରହିଛି। ତେଣୁ ରିସ୍କ ନିଶ୍ଚିତ ଭାବେ ରହିଛି। ଅଲିମ୍ପିକ୍ସ ଆୟୋଜନକୁ ନେଇ ସୁଗା ନିଜର ନେତୃତ୍ୱକୁ ବାଜି ଲଗାଇଛନ୍ତି। ସୁଗାଙ୍କ ସହ ଶାସକ ଦଳ ଏଲ୍‌ପିଡିର ଭାଗ୍ୟ ମଧ୍ୟ ଏହି ମେଗା ଇଭେଣ୍ଟ ସଫଳ ଆୟୋଜନ ଉପରେ ନିର୍ଭର କରୁଛି। ଯଦି ଅଲିମ୍ପିକ୍ସ ବିଫଳ ହୁଏ ତା’ହେଲେ ସୁଗାଙ୍କୁ ନିଶ୍ଚିତ ଭାବେ ମୂଲ୍ୟ ଦେବାକୁ ହେବ। ଆୟୋଜନ ସଫଳ ହେଲେ ମଧ୍ୟ ସୁଗା ଏଥିରେ କେତେ ଲାଭ ପାଇଛନ୍ତି ତାହା କହିବା କଷ୍ଟକର। ତେଣୁ ଆଇଓସି ଓ ପ୍ରଧାନମନ୍ତ୍ରୀ ସୁଗା ନିଶ୍ଚିତ ଭାବେ କଡ଼ା ପରୀକ୍ଷା ତଥା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି ବୋଲି କୁହାଯାଇପାରେ। କିନ୍ତୁ ଅଲିମ୍ପିକ୍ସ ବାତିଲ ହେବା କୁହାଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri