Posted inଖେଳ

ଦୋହାରେ ଭାରତୀୟ ଫୁଟ୍‌ବଲ ଦଳର ଟ୍ରେନିଂ ଆରମ୍ଭ

ନୂଆଦିଲ୍ଲୀ,୨୩।୫(ପି.ଟି.): କାତାରର ରାଜଧାନୀ ଦୋହାରେ ପହଞ୍ଚିବା ପରେ ଭାରତୀୟ ଫୁଟ୍‌ବଲ ଦଳର ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ ବୋଲି ଜଣାପଡିଛି। ଆସନ୍ତା ମାସରେ ୨୦୨୨ ବିଶ୍ୱକପ୍‌ ଓ ୨୦୨୩ ଏସିଆନ କପ୍‌ର ଯୁଗ୍ମ କ୍ୱାଲିଫାୟର୍ସ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଦୋହାରେ ପହଞ୍ଚିବା ପରେ ଭାରତୀୟ ଫୁଟ୍‌ବଲରମାନେ ଟ୍ରେନିଂ ଆରମ୍ଭ କରିଛନ୍ତି।
ଭାରତୀୟ ଦଳ ବୁଧବାର ସନ୍ଧ୍ୟାରେ ଦୋହାରେ ପହଞ୍ଚିଥିଲା ଓ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ରେ ରହିଥିଲା। ଖେଳାଳିମାନେ ଆରଟି- ପିସିଆର ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଥିଲେ। ରିପୋର୍ଟ ନେଗେଟିଭ ଜଣାପଡିବା ପରେ ଖେଳାଳିମାନେ ପ୍ରସ୍ତୁତି ଶିବିରରେ ଯୋଗ ଦେଇଥିଲେ। ସବୁ ୨୮ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଟେଷ୍ଟରେ ନେଗେଟିଭ ବୋଲି ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ) ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି। ଭାରତୀୟ ଦଳକୁ ଅଧିନାୟକ ସୁନୀଶ ଛେତ୍ରୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବାୟୋ ବବଲ ମଧ୍ୟରେ ଏହି ପ୍ରସ୍ତୁତି ଶିବିର ଆୟୋଜନ ହେବ। ଜୁନ୍‌ ୩ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ କାତାରକୁ ଭେଟିବ। ସେହିପରି ଜୁନ୍‌ ୭ ତାରିଖରେ ଭାରତ ବାଂଲାଦେଶ ଓ ଜୁନ୍‌ ୧୫ ତାରିଖରେ ଆଫଗାନିସ୍ତାନକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କାତାର ଫୁଟ୍‌ବଲ ଆସୋସିଏଶନ ନିର୍ଦ୍ଦେଶ ଅନୁସାରେ ଭାରତୀୟ ଖେଳାଳିମାନେ ୧୦ ଦିନିଆ ହାର୍ଡ କ୍ୱାରାଣ୍ଟାଇନରେ ରହିଥିଲେ। ଗତ ରାତିରେ ଖେଳାଳିମାନେ ଅଭ୍ୟାସ କରିଛନ୍ତି ବୋଲି ଏଆଇଏଫ୍‌ଏଫ୍‌ ଟୁଇଟ୍‌ କରି ସୂଚନା ଦେଇଛି। କୋଚ ଆଇଗର ଷ୍ଟିମାକଙ୍କ ସହ ଖେଳାଳିମାନଙ୍କ ଟ୍ରେନିଂର ଫଟୋ ଏଆଇଏଫ୍‌ଏଫ୍‌ ଅପ୍‌ଲୋଡ କରିଛି।
ଗ୍ରୁପ୍‌ ଇ’ରେ ଭାରତୀୟ ଦଳ ୩ ପଏଣ୍ଟ ହାସଲ କରିବା ସହ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଫିଫା ବିଶ୍ୱକପ୍‌ରେ ସ୍ଥାନ ହାସଲ କରିବା ଦୌଡ଼ରୁ ବାଦ୍‌ ପଡିସାରିଛି। ତେବେ ଚାଇନାରେ ଆୟୋଜନ ହେବାକୁ ଥିବା ୨୦୨୩ ଏସିଆନ କପ୍‌ ପାଇଁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ଭାରତ ରହିଛି। କାତାର ଯାତ୍ରା କରିବା ପୂର୍ବରୁ ମେ’ ୨ରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଜାତୀୟ କ୍ୟାମ୍ପ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ କରୋନା ମହାମାରୀ ପାଇଁ ଏହାକୁ ବାତିଲ କରିବାକୁ ପଡିଥିଲା। ନୂଆଦିଲ୍ଲୀ ପ୍ରସ୍ଥାନ କରିବା ପୂର୍ବରୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ମାନେ ଆରଟି- ପିସିଆର ଟେଷ୍ଟ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri