Posted inଜାତୀୟ

ଦିଲ୍ଲୀରୁ ଜୈଶ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୧୮।୫: ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌)ର ସଦସ୍ୟ ଜନ୍‌ ମହମ୍ମଦ ଦର୍‌ଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ। ସେ ଦଶନା ଦେବୀ ମନ୍ଦିର ପୂଜକ ସ୍ବାମୀ ଯତି ନରସିଂହାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିବା ଯୋଜନାରେ ଥିଲେ। ରବିବାର ପହରଗଞ୍ଜସ୍ଥିତ ଏକ ହୋଟେଲରୁ ଦର୍‌ଙ୍କୁ ଗିରଫ କରାଯାଇଛି। ତାଙ୍କ ପ୍ରକୋଷ୍ଠରୁ ଗୈରିକ ବସ୍ତ୍ର, ଧଳା ପାଇଜାମା, ହାତରେ ବନ୍ଧାଯାଉଥିବା ଫିତା, ମୋତି ହାର, ଚନ୍ଦନକାଠ ପେଷ୍ଟ, କଙ୍କୁମ ବାକ୍ସ ମିଳିଛି। ଏହା ବ୍ୟତୀତ ପଏଣ୍ଟ ଥ୍ରି ଜିରୋ ପିସ୍ତଲ, ଦୁଇଟି ମାଗାଜିନ ଓ ୧୫ ରାଉଣ୍ଡ ଗୁଳି ମିଳିଥିବାରୁ ସେ ନରସିଂହାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିବା ଯୋଜନାରେ ଥିଲେ ବୋଲି ପୋଲିସ ଜାଣିପାରିଛି। କାରଣ ନିକଟରେ ନରସିଂହାନନ୍ଦ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ମନ୍ଦିର ପୂଜକଙ୍କୁ ହତ୍ୟା କରିବା କାମ ଜେଇଏମ୍‌ ତାଙ୍କ ଉପରେ ନ୍ୟସ୍ତ କରିଥିବା ଜେରା ବେଳେ ଦର୍‌ ସ୍ବୀକାର କରିଛନ୍ତି। ଦର୍‌ ପେସାରେ ଜଣେ କାଠମିସ୍ତ୍ରି। ସେ ୨୦୨୦ ଡିସେମ୍ବରରେ ଜେଇଏମ୍‌ ଆତଙ୍କବାଦୀ ଆବିଦ୍‌ଙ୍କ ସଂସ୍ପର୍ଶରେ ଆସିବା ପରେ ଉକ୍ତ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ନିୟୋଜିତ ହୋଇଥିଲେ। ଗତମାସ ୨ ତାରିଖରେ ଆବିଦ୍‌ ତାଙ୍କୁ ଅନନ୍ତନାଗରେ ଭେଟି ସ୍ବାମୀ ନରସିଂହାନନ୍ଦଙ୍କୁ ହତ୍ୟା କରିବା ଲାଗି ଦାୟିତ୍ୱ ଦେଇଥିଲେ। ଏଥିସହିତ ଆବିଦ୍‌ ଦର୍‌ଙ୍କୁ ପିସ୍ତଲ ଦେବା ସହ ଏହାକୁ କିପରି ବ୍ୟବହାର କରାଯିବ, ସେ ସମ୍ପର୍କରେ ତାଲିମ ଦେଇଥିଲେ। ତାଙ୍କୁ ଆବିଦ୍‌ ନଗଦ ୬,୫୦୦ ଟଙ୍କା ଦେବା ସହ ଦିଲ୍ଲୀ ଆସିବା ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟକୁ ୩୫,୦୦୦ ଟଙ୍କା ପଠାଇଥିଲେ। ପୂଜକଙ୍କୁ ହତ୍ୟା କରିବା ପରେ ବଡ଼ ଧରଣର ଅର୍ଥ ସହାୟତା ଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ଭାରତ ପାଇଁ ଆସିଲା ବଡ଼ ଖବର: ଶୁଣିଲେ ଆମେରିକା ସହ ଚାଇନା, ପାକିସ୍ତାନର ନିଜ ହଜିବ…

ନୂଆଦିଲ୍ଲୀ,୨୯।୧୨: ଏହି ଖବର ଶିଳ୍ପ କ୍ଷେତ୍ରରେ ଏକ ସ୍ବାଗତଯୋଗ୍ୟ ଆଶ୍ୱସ୍ତି। ଆମେରିକାର ଉଚ୍ଚ ଟାରିଫ୍‌ ସତ୍ତ୍ୱେ, ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶିଳ୍ପ କ୍ଷେତ୍ର...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri