Posted inRasifala

ରାଶିଫଳ: ମଙ୍ଗଳବାର, ମେ ୧୮ ତାରିଖ – Daily Horoscope

ମେଷ
ବ୍ୟବହାରରେ ସଂଯମତା ଅଭାବରୁ ଅପ୍ରିୟ ସତ୍ୟ ଭାଷଣଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କାର୍ଯ୍ୟ ବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେଇପାରେ। ଅଧ୍ୟାପନା, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟ ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଏକାଧିକ ଚିନ୍ତା ଓ ଚେତନା ମଧ୍ୟରେ ମାନସିକ ସ୍ଥିରତା ଆଦୌ ରହିବ ନାହିଁ। କୌଣସି ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂର ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରୁ ଶ୍ରଦ୍ଧା ଓ ସମ୍ମାନ ମିଳିବ। ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେବ।
ମିଥୁନ
ମିଥୁନ
ଅଭାବ ଅସୁବିଧା ନ ଥିଲେ ମଧ୍ୟ ଟଙ୍କା,ପଇସା ଖର୍ଚ୍ଚ କରିବାରେ କୁଣ୍ଠା ପ୍ରକାଶ କରି ସମାଲୋଚିତ ହୋଇପାରନ୍ତି। ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ନୂତନ ସ୍ଥାନ ପରିଦର୍ଶନ, ସତ୍‌ସଙ୍ଗ ଓ ଆଧ୍ୟାତ୍ମିକତାରୁ ଶାନ୍ତି ଲାଭ କରିବେ।
କର୍କଟ
କର୍କଟ
ସାମୟିକ ପ୍ରତିବନ୍ଧକ ଆପଣଙ୍କ ଅର୍ଥ, ଦ୍ରବ୍ୟ ଲାଭରେ ଅନ୍ତରାୟ ସୃଷ୍ଟି କରିପାରିବ ନାହିଁ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇଯିବେ। ଶିଳ୍ପ, ବ୍ୟବସାୟରେ ସଫଳତା ହାସଲ କରିବେ। ଗଣତନ୍ତ୍ରର ପ୍ରତୀକ ଶନିଙ୍କ ସ୍ଥିତିରୁ ରାଜନୈତିକ, ସାଂଗଠନିକ ଓ ଆଇନ, ଅଦାଲତ କ୍ଷେତ୍ରରେ ଉନ୍ନତ ଫଳ ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବାର ସୂଚନା ରହିଛି। ଆର୍ଥିକ ଦୁରବସ୍ଥା କାରଣରୁ ଇଚ୍ଛା କଲେ ମଧ୍ୟ କୌଣସି ଜିନିଷ କିଣି ନ ପାରି ମନ ଦୁଃଖ କରିପାରନ୍ତି। ହଠାତ୍‌ ଶତ୍ରୁମାନଙ୍କ ମିତ୍ର ଭଳି ଆଚରଣ ଆପଣଙ୍କୁ ବିସ୍ମୟାଭୀଭୂତ କରିପାରେ। ଶାରୀରିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନଦେବା ନିତାନ୍ତ ଆବଶ୍ୟକ।
କନ୍ୟା
ବନ୍ଧୁଙ୍କ ଅନୁରୋଧରେ କୌଣସି ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବିଚାରବିମର୍ଶ ଚଳାଇପାରନ୍ତି। ସ୍ବାର୍ଥ ହାନି ଆଶଙ୍କାରେ ଆତ୍ମୀୟମାନେ ଭୁଲ୍‌ ବୁଝି ଅର୍ଥକୁ ଅନର୍ଥ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କଲେ ଦ୍ୱନ୍ଦ୍ୱରେ ପଡ଼ିବାକୁ ହେବ।
ତୁଳା
ତୁଳା
ପୂର୍ବନିଷ୍ପତ୍ତିର ପରିବର୍ତ୍ତନ କଲେ ବିରୋଧାମତ୍କ ପରିସ୍ଥିତି ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅନୁତାପର ସମୟ ପାଇବେ ନାହିଁ। ହଠାତ୍‌ ବନ୍ଧୁଙ୍କ କାୈଣସି ଘଟଣା ମନକୁ ବିବ୍ରତ କରିପାରେ, ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି। ବିଭିନ୍ନ ସ୍ଥାନ ପରିଦର୍ଶନର ମଉକା ଜୁଟିପାରେ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟା ଉଦ୍‌ବେଗଜନକ ନ ହେଲେ ମଧ୍ୟ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ପ୍ରଶାସନିକ, ପ୍ରକାଶନ, ଶିଳ୍ପ,ବାଣିଜ୍ୟରେ ସମସ୍ୟା ଦୂର ହୋଇପାରେ। ବିଗତ ଦିନମାନଙ୍କର କଥାକୁ ନେଇ ମନଦୁଃଖରେ ରହିବାକୁ ବାଧ୍ୟ ହୋଇପାରନ୍ତି। ସମ୍ପର୍କୀୟ ବନ୍ଧୁମାନଙ୍କ ସହ ଭୁଲ୍‌ ବୁଝାମଣା କେତେକାଂଶରେ କମିପାରେ।
ଧନୁ
ଧନୁ
ପରିବାରରେ ଅଶାନ୍ତି, ନିଜ ଲୋକଙ୍କ ଅନାସ୍ଥା ଭାବ ମାନସିକ ଅସୁସ୍ଥତାର କାରଣ ହୋଇପାରେ। ଆଧ୍ୟାତ୍ମିକତା, ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତ ହୋଇପାରନ୍ତି।
ମକର
ମକର
କର୍ମ କ୍ଷେତ୍ରରେ କାର୍ଯ୍ୟ ବୃଦ୍ଧି ହେତୁ ଜମା ଫରୁସତ୍‌ ପାଇବେ ନାହିଁ। ଉଚ୍ଚ ପଦାଧିକାରୀଙ୍କ ସହ ମତ ପାର୍ଥକ୍ୟ କାରଣରୁ ବିକଳ୍ପ ଚିନ୍ତା କରିବେ। ଆଗାମୀ ମାଙ୍ଗଳିକ ଉସତ୍ବ ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ପରି ଖୁସି ହୋଇପାରିବେ ନାହିଁ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସମସ୍ୟା ପାରିବାରିକ ଜୀବନକୁ ପ୍ରଭାବିତ କରି ରଖିବ। ଯାନବାହନ, ଲୋକ ସମ୍ପର୍କ, ଘରୋଇ କଥା, ଆନୁଷ୍ଠାନିକ ତଥା ସାମାଜିକ କାମରେ କଳହ ସୃଷ୍ଟି ହୋଇପାରେ। ଅବଶ୍ୟ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ କେତେକ ନୂତନ ସୁଯୋଗର ମାର୍ଗ ଉନ୍ମୋଚିତ ହୋଇପାରେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ ଓ ସହମତି ମାଧ୍ୟମରେ କାମ କରିପାରିବେ କିନ୍ତୁ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri