ଥାଲାସେମିଆ : କିଛି କଥା

ସାରା ବିଶ୍ୱରେ ଏମିତି କେତେକ ରୋଗ ରହିଛି ଯାହାକି ସମ୍ପୂର୍ଣ୍ଣ ଜନ୍ମଗତ, ବଂଶାନୁକ୍ରମିକ ତଥା ଜଟିଳ ରୋଗ ଅଟେ। ସେଥିମଧ୍ୟରୁ ‘ଥାଲାସେମିଆ’ ନାମକ ରୋଗ ମଧ୍ୟ ଏକ ରକ୍ତସମସ୍ୟା ଜନିତ ବଂଶାନୁକ୍ରମିକ, ଜନ୍ମଗତ ତଥା ଜଟିଳ ରୋଗ। ଏହି ରୋଗରେ ଶରୀରରେ ରକ୍ତ କୋଷିକା ଭିତରେ ଥିବା ହିମୋଗ୍ଲୋବିନ କୋଷିକା ଗୁଡିକ ଫାଟି ନଷ୍ଟ ହୋଇଯାଏ। ତେଣୁ ବଞ୍ଚତ୍ବା ପାଇଁ ରୋଗୀକୁ ବାରମ୍ବାର ରକ୍ତ ଦେଇ ସ୍ବାଭାବିକ ଅବସ୍ଥାକୁ ଅଣାଯାଇଥାଏ, ଅର୍ଥାତ୍‌ ଏହି ରୋଗରେ ହିମୋଗ୍ଲୋବିନ ସ୍ବାଭାବିକ ଭାବେ ସୃଷ୍ଟି ହୋଇ ନ ପାରିବା ଏବଂ ଯେତିକି ମାତ୍ରାରେ ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ ତାହା ବି ଶୀଘ୍ର ନଷ୍ଟ ହୋଇଯାଏ। ତେଣୁ ରୋଗୀକୁ ବାରମ୍ବାର ରକ୍ତ ଦେବାକୁ ପଡିଥାଏ। ଏହି ଥାଲାସେମିଆ ରୋଗ ସର୍ବପ୍ରଥମେ ୧୯୨୫ ମସିହାରେ ଶିଶୁରୋଗ ବିଶେଷଜ୍ଞ ଥୋମାସ ବେଣ୍ଟନ କୁଲେ (Thomas Benton cooley)ଙ୍କ ଦ୍ୱାରା ଇଟାଲୀ ସହରରେ ଏକ ରୋଗୀଙ୍କ ଠାରେ ଚିହ୍ନଟ କରାଯାଇଥିଲା।
କାରଣ : ଏହା ଏକ ବଂଶଗତ ରୋଗ, ଯାହାକି ବାପା ଓ ମାଆଙ୍କ ଜୀବକୋଷରେ ଥାଲାସେମିଆ ଅସନ୍ତୁଳିତ ଥିଲେ ହିଁ ଉକ୍ତ ବାପା ମାଆଙ୍କ ଠାରୁ ସୃଷ୍ଟ ପିଲାଙ୍କୁ ଥାଲାସେମିଆ ହେବାର ଆଶଙ୍କା ଥାଏ। ଏକ ସ୍ବାସ୍ଥ୍ୟ ସୂଚନା ଅନୁଯାୟୀ ଓଡ଼ିଶାରେ ଥାଲାସେମିଆ ରୋଗ ପ୍ରାୟତଃ ୩ ରୁ ୫ ପ୍ରତିଶତ ଦେଖାଯାଏ। ବାପା କିମ୍ବା ମାଆଙ୍କ ମଧ୍ୟରୁ ଜଣଙ୍କଠାରେ ଥାଲାସେମିଆ ଅସନ୍ତୁଳିତ ଜନିତ ତ୍ରୁଟି ହେତୁ ସୃଷ୍ଟି ହେଉଥିବା ଥାଲାସେମିଆ ରୋଗ ଆମ ଓଡିଶାରେ ଦେଖାଦେଇଥାଏ l ଉକ୍ତ ରୋଗରେ ରୋଗୀ ଯେଉଁ ବ୍ଲଡ ଗ୍ରୁପର ହୋଇଥାଏ, ଏକା ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଠାରୁ ପ୍ରାୟତଃ ୨୦ ରୁ ୩୦ ଦିନ ମଧ୍ୟରେ ବ୍ଲଡ ନେବାକୁ ପଡିଥାଏ। ବେଳେବେଳେ ପାର୍ଶ୍ୱ ପ୍ରତିକ୍ରିୟାରୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଥାଏ। ଏହି ରୋଗ ଭଲ ହେବା ସମ୍ପୂର୍ଣ୍ଣ ଜଟିଳ l
ରୋଗ ସାଧାରଣତଃ ‘ଆଲ୍‌ଫା’ ଓ ‘ବିଟା’ ଏପରି ୨ ପ୍ରକାର ନାମକରଣ କରାଯାଇଛି l ଉକ୍ତ ରୋଗୀଙ୍କୁ ବାରମ୍ବାର ରକ୍ତ ଦେବାକୁ ପଡ଼ିଥାଏ। ଥାଲାସେମିଆ ରୋଗୀଙ୍କ ଶରୀରରେ ଲୋହିତ ରକ୍ତ କଣିକାଗୁଡ଼ିକ ମାତ୍ର ୩୦ଦିନ ଭିତରେ ନଷ୍ଟ ହୋଇଯାଇଥାନ୍ତି। ଥାଲାସେମିଆ ରୋଗୀଙ୍କ ଶରୀରରେ ତ୍ରୁଟିପୂର୍ଣ୍ଣ ହିମୋଗ୍ଲୋବିନ ରହିଥାଏ, ଯାହାକି ଦୀର୍ଘଦିନ ରହିନପାରି ଶୀଘ୍ର ନଷ୍ଟ ହୋଇଯାଇଥାଏ। ଏ ରୋଗରେ ବୟସ ତୁଳନାରେ ଶାରୀରିକ ବୃଦ୍ଧି ଠିକ ଭାବେ ହୋଇ ନଥାଏ। ଥାଲାସେମିଆ ସାଧାରଣତଃ ଜନ୍ମହେବାର ୬ମାସରୁ ୧ବର୍ଷ ଭିତରେ ପରୀକ୍ଷା କଲେ ହିଁ ଜଣାପଡିଯାଏ। ଜନ୍ମରୁ ଯଦି ନାହିଁ, ତେବେ ଥାଲାସେମିଆ ଶରୀରରେ ସୃଷ୍ଟି ହୁଏ ନାହିଁ। ଏହି ରୋଗରେ ସର୍ବଦା ଶରୀରରେ ୧୦ପ୍ରତିଶତରୁ ଅଧିକ ରକ୍ତ ରହିବା ଦରକାର, ନଚେତ ରୋଗୀ ଶରୀରରେ ରକ୍ତହୀନତା ଦେଖା ଦେଇ ରୋଗୀ ବଞ୍ଚତ୍ବା କଷ୍ଟ ସାଧ୍ୟ ହୋଇପଡ଼େ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri