ଦୃଷ୍ଟିଭଙ୍ଗ ହେଲାଣି

କରୋନା ମହାମାରୀଜନିତ ସ୍ଥିତିକୁ ପରିଚାଳନା କରିବାରେ ଭାରତ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଦେଶର କୋଣ ଅନୁକୋଣରେ ଆଲୋଚନା ହେଉଛି। ସେପ୍ଟେମ୍ବର ୨୦୨୦ରେ କୋଭିଡ୍‌-୧୯ ଭାରତରେ ଶୀର୍ଷ ଛୁଇଁଥିଲା ସତ, କିନ୍ତୁ ତାହାର ପ୍ରଭାବ ପରବର୍ତ୍ତୀ ସମୟରେ ହ୍ରାସ ପାଇ ନ ଥିଲା। ଅପରପକ୍ଷରେ ସଂଖ୍ୟା କମାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ର ସରକାର ମିଥ୍ୟାର ଆଶ୍ରୟ ନେଲେ। ଗୋଟିଏପଟେ ପରୀକ୍ଷା କମାଇ ଦେଲେ ଏବଂ ଅନ୍ୟପଟେ ମୃତ୍ୟୁସଂଖ୍ୟାକୁ ହ୍ରାସ କରାଇଲେ। ମୃତ୍ୟୁସଂଖ୍ୟା କମାଇବାର ସହଜ ଉପାୟ ହେଲା କରୋନାଜନିତ କହିବା ପରିବର୍ତ୍ତେ ଅନ୍ୟ ଯେକୌଣସି ସ୍ବାସ୍ଥ୍ୟଗତ କାରଣ ଦର୍ଶାଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧରେ ହୋଇଥିବା ଯୁଦ୍ଧରେ ଭାରତ ସଫଳ ହୋଇଛି ବୋଲି କହି କୋହଳ ମନୋଭାବ ସୃଷ୍ଟି କରାଇଦେଲେ। ଏଥିସହିତ ଗଣମାଧ୍ୟମରେ ଆଲୋଚନା କରାଗଲା ଯେ, ଭାରତରେ କରୋନା ଅସଫଳ ହେବାର ମୁଖ୍ୟକାରଣ ହେଉଛି ଭାରତୀୟଙ୍କ ଅପରିଷ୍କାର ଜୀବନଶୈଳୀ। ବାରମ୍ବାର କୁହାଗଲା ଯେ, ଆମର ରୋଗ ପ୍ରତିରୋଧକ ଶକ୍ତି ମଇଳା ବାତାବରଣରୁ ସୃଷ୍ଟି ହୋଇଛି। ଏଭଳି ଅବାଞ୍ଛିତ କଥାକୁ ଶିକ୍ଷିତ ଭାରତୀୟମାନେ ମଧ୍ୟ ସ୍ବୀକାର କରିଗଲେ।
ଏବେ ପରିସ୍ଥିତି ଅଣାୟତ୍ତ। ବିଭିନ୍ନ ଗଣମାଧ୍ୟମରେ ଫଟୋ ଓ ଭିଡିଓରେ ଦର୍ଶାଯାଉଛି, ଯେଉଁଥିରେ ହସ୍ପିଟାଲ ବେଡ୍‌ ଏବଂ ଅମ୍ଳଜାନ ପାଇବା ପାଇଁ ଅନେକ ଶହ ଲୋକଙ୍କ ଧାଡ଼ି ଲାଗିଛି। ଗଙ୍ଗାରେ ବହୁ ମୃତଦେହ ଭାସୁଛି। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନଦୀକୂଳ ବାଲି ଭିତରୁ ଅନେକ ହଜାର ଶବ ବାହାରୁଛି। ଏଥିସହିତ ସରକାରଙ୍କ ପାଖରେ ଟିକାର ସମ୍ପୂର୍ଣ୍ଣ ଅଭାବ ଯୋଗୁ ସାଧାରଣ ନାଗରିକର ମୋଦିଙ୍କ ଉପରେ ବିଶ୍ୱାସ ତୁଟିଯିବା ସ୍ବାଭାବିକ। ଏତିକି ବେଳେ ମୋଦି ତାଙ୍କ କେନ୍ଦ୍ର ସରକାର ଅଧୀନ ଦିଲ୍ଲୀ ପୋଲିସକୁ ଲଗାଇ ଦେଶର ରାଜଧାନୀର କେତେକ ସ୍ଥାନରେ ମୋଦି ବିରୋଧୀ ପୋଷ୍ଟର ଲଗାଉଥିବା ଯୁବକଙ୍କୁ ଗିରଫ କରାଉଛନ୍ତି। ଏଥିରୁ ବୁଝାପଡ଼ୁଛି ଯେ, କେନ୍ଦ୍ର ସରକାର ଓ ଦେଶର ପ୍ରଧାନମନ୍ତ୍ରୀ ନିଜର ଆବଶ୍ୟକ ଲକ୍ଷ୍ୟଠାରୁ ଦୂରେଇ ଗଲେଣି। ଏବେ ସମୟ ନୁହେଁ ରାଜନୈତିକ ବିରୋଧୀଙ୍କ ସହ ଲଢ଼ିବାର। ବାରମ୍ବାର କୁହାଯାଉଛି ଯେ, ମୋଦିଙ୍କ ବିକଳ୍ପ ନାହିଁ। ଯଦି ତାହା ସତ ହୋଇଥାଏ, ତେବେ ରାସ୍ତାକଡ଼ରେ ପୋଷ୍ଟର ମାରୁଥିବା ଯୁବକଙ୍କୁ ଗିରଫ କରିବାର ପ୍ରୟୋଜନ ହୁଅନ୍ତା ନାହିଁ।
ସମସ୍ୟା ହେଉଛି ‘ନେଡ଼ି ଗୁଡ଼ କହୁଣିକୁ ବହିଗଲାଣି’। ମୋଦି ଏବଂ ତାଙ୍କ ସହଯୋଗୀମାନେ ଏହି ସଙ୍କଟ ସମୟରେ ମାପି ହୋଇଗଲେଣି। ଦକ୍ଷ ନେତୃତ୍ୱ ସାଧାରଣ ସମୟରେ ଜଣାପଡ଼େ ନାହିଁ। ସଙ୍କଟ ସମୟରେ ନେତୃତ୍ୱର ଦୂରଦୃଷ୍ଟି ଏବଂ ଶାନ୍ତ ମାନସିକତା ଲୋକଙ୍କ ଜୀବନ ବଞ୍ଚାଇଦିଏ। ମୋଦି ଜଣେ ଏଭଳି ବ୍ୟକ୍ତି, ଯାହାଙ୍କ କ୍ଷମତା ସରକାରୀ କଳରୁ ବାହାରୁଛି। ନେତା ଭାବରେ ତାଙ୍କର ଲୋକଙ୍କ ପ୍ରତି ସହାନୁଭୂତି ନାହିଁ ବୋଲି ସମସ୍ତେ ଜାଣିଗଲେଣି।
ଏବେ ସୋସିଆଲ ମିଡିଆରେ ସାଧାରଣରେ ମୋଦି ସରକାରଙ୍କ ବିଫଳତା ନେଇ ଆଲୋଚନା ହେଉଛି। ଦେଶରେ ମହାମାରୀ ଦୈନିକ ଅନେକ ହଜାର ଲୋକଙ୍କ ପ୍ରାଣ ନେଉଛି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଭେଣ୍ଟିଲେଟର ଅଭାବ ଦେଖାଦେଇଥିବା ବେଳେ ରୋଗୀଙ୍କୁ ଔଷଧ ମିଳୁନାହିଁ। ହେଲେ ମୋଦି ୨୦,୦୦୦ କୋଟି ଟଙ୍କା ବ୍ୟୟ କରି ନୂଆ ପାର୍ଲାମେଣ୍ଟ ଓ ପ୍ରଧାନମନ୍ତ୍ରୀଙ୍କ ଆବାସ ନିର୍ମାଣ କରିବାରେ ବ୍ୟସ୍ତ। ଦିଲ୍ଲୀର ସବୁଠାରୁ ସୁନ୍ଦର ଅଞ୍ଚଳକୁ ଭାଙ୍ଗିଦେଇ ସେ ତାଙ୍କର ସ୍ବପ୍ନ ସାକାର କରିବାରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଦ୍ୱାରା ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଧ୍ୱଂସ କରିଦେଉଛନ୍ତି। ମୋଦି ଚାହୁଁଛନ୍ତି ତାଙ୍କ ଶାସନ କାଳରେ ସେଣ୍ଟ୍ରାଲ ଭିଷ୍ଟା ଭଳି ଭିତ୍ତିଭୂମି ସୃଷ୍ଟି କରି ସବୁଦିନ ପାଇଁ ଇତିହାସରେ ରହିବାକୁ। ଇତିହାସରେ ଲିପିବଦ୍ଧ ହେବାକୁ ଇଚ୍ଛୁକ ଥିଲେ ମନ୍ଦ କାମ କରିବା ପରିବର୍ତ୍ତେ ଜନସାଧାରଣଙ୍କ ଜୀବନକୁ ସୁରକ୍ଷିତ ରଖିବା। ଯେଉଁ ସରକାର ୨୦୨୦ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଭାକ୍ସିନ ପାଇଁ ନିର୍ମାତାମାନଙ୍କ ପାଖରେ ଚୁକ୍ତି କରି ନ ଥିଲେ, ସେହି ସରକାରରେ ଆନ୍ତରିକତାର ଅଭାବ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଦିଲ୍ଲୀରେ ମୋଦି ବିରୋଧୀ ପୋଷ୍ଟରରେ ଲେଖାଯାଇଛି -‘କାହିଁକି ଆମ ପିଲାଙ୍କ ଟିକାକୁ ବିଦେଶକୁ ପଠାଇଦେଇଥିଲ’। ଏହାର ଜବାବ ସକାରାତ୍ମକ କାର୍ଯ୍ୟ ମାଧ୍ୟମରେ କରାଯାଇପାରିଥାନ୍ତା। ତାହା ନ ହୋଇଲା। ମୋଦିଙ୍କ ପୋଲିସ ସେହି ଯୁବକଙ୍କୁ ଗିରଫ କଲା। ଏବେ କେବଳ ଗଣତନ୍ତ୍ର ନୁହେଁ, ମୋଦି ଆମ ସମସ୍ତଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri