Posted inଫୁରସତ

ମହିଳାଙ୍କୁ କରୋନା ଟିକାର ଗୋଟିଏ କି ଦୁଇଟି ନୁହେଁ ୬ ଡୋଜ୍‌ ଦେଇଦେଲେ ସ୍ବାସ୍ଥ୍ୟକର୍ମୀ, ଆଉ ଏବେ…

ମହାମାରୀ କରୋନା ସଂକ୍ରମଣ ରୋକିବା ଦିଗରେ ଏକମାତ୍ର ପ୍ରଭାବଶାଳୀ ପ୍ରତିକାର ହେଉଛି ଟିକା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ଦେଶରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି। କରୋନା ସହ ଯୁଦ୍ଧରେ ଯେକୌଣସି ଟିକାର ଦୁଇଟି ଡୋଜ୍‌ ଆବଶ୍ୟକ ବୋଲି କୁହାଯାଉଛି। କିନ୍ତୁ ଟିକାକରଣକୁ ନେଇ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଇଟାଲୀରୁ ଆସିଛି। ଏଠାକାର ଜଣେ ୨୩ ବର୍ଷୀୟା ମହିଳାକୁ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଡୋଜ୍‌ ଫାଇଜର୍‌(କୋଭିଡ-୧୯) ଟିକା ଦିଆଯାଇଛି। ଏବେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ମଧ୍ୟ କରିଦିଆଯାଇଛି। ହେଲେ ତାଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ନିରନ୍ତର ମନିଟରିଂ କରାଯାଉଛି।

ଏହି ପରିପ୍ରେକ୍ଷୀରେ ନୋଭା ହସ୍ପିଟାଲର ମୁଖପାତ୍ର କହିଛନ୍ତି, କୋଭିଡ-୧୯ ଟିକା ପାଇଁ ଉକ୍ତ ମହିଳା ଡାକ୍ତରଖାନାକୁ ଆସିଥିଲେ। ତାଙ୍କୁ ସ୍ବାସ୍ଥ୍ୟକର୍ମୀ ସିରିଞ୍ଜରେ ଦେଇଥିବା ଟିକା ୬ଟି ଡୋଜ୍‌ ସହ ସମାନ ଥିଲା। ସେ ନିଜର ଭୁଲ ଜାଣିବା ବେଳକୁ ବିଳମ୍ବ ହୋଇସାରିଥିଲା। ଏବେ ବଡ଼ ଘଟଣାକୁ ନେଇ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାର ଅନୁମାନ କରି ସ୍ବାସ୍ଥ୍ୟକର୍ମୀ ଚିନ୍ତାରେ ପଡ଼ିଯାଇଥିଲେ। ହେଲେ ସେଭଳି କିଛି ନ ଘଟିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ଡାକ୍ତରଖାନାର ମୁଖପାତ୍ର କହିଛନ୍ତି, ମହିଳାଙ୍କୁ ଟିକା ଦିଆଯିବା ପରେ ଡାକ୍ତରମାନେ ରୋଗୀର ପାର୍ଶ୍ୱ ପ୍ରତିକ୍ରିୟା, ରୋଗ ପ୍ରତିରୋଧକ ଶକ୍ତି ଉପରେ ନଜର ରଖିଥିଲେ। ଏହା ମାନବୀୟ ତ୍ରୁଟି ଥିଲା। କାହାରିକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏଭଳି କରାଯାଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri