ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର ଘଟଣା : ଦୁଇ ମୋଷ୍ଟଓ୍ବାଣ୍ଟେଡ୍‌ଙ୍କୁ ଧରିବାକୁ ଚଢ଼ାଉ ଜୋର୍‌ଦାର

ଭୁବନେଶ୍ୱର,୧।୭ (ବ୍ୟୁରୋ) : ଖୋର୍ଦ୍ଧା ଏଲ୍‌ଆଇସି ପଡ଼ିଆରେ ଶନିବାର ରାତିରେ ଚଢ଼ାଉ ସମୟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳିବର୍ଷା ପରେ ପଛଘୁଞ୍ଚା ଦେଇଥିଲା ପୋଲିସ୍‌ର ମୋଷ୍ଟ ଓ୍ବାଣ୍ଟେଡ୍‌ ଥିବା ସଞ୍ଜୟ ଓ ଅନିଲ ଗ୍ୟାଙ୍ଗ୍‌। ହେଲେ ଅନ୍ୟମାନେ ଖସି ଯାଇଥିବାବେଳେ ପୋଲିସ ଜଣଙ୍କୁ କାବୁ କରିଥିଲା। ତେବେ ଗୁଳି ବାଜିବା ପରେ ସଞ୍ଜୟ ପ୍ରଧାନ ଓ ଅନିଲ ବରାଳ ସହଯୋଗୀଙ୍କ ସହ ଘଟଣାସ୍ଥଳରୁ ଖସି ଯାଇଥିବା ସନ୍ଦେହ କରି ଏସ୍‌ଟିଏଫ୍‌ ପକ୍ଷରୁ ଆଖପାଖ ଅଞ୍ଚଳରେ ବିଳମ୍ବିତ ରାତି ପର୍ଯନ୍ତ ତଲାସି କରାଯାଇଥିଲା। ରବିବାର ମଧ୍ୟ ସେମାନଙ୍କୁ ଧରିବାକୁ ଚଢ଼ାଉ ଜୋର୍‌ଦାର କରାଯାଇଛି। ଆହତ ହୋଇଥିବାରୁ ସେମାନେ ନିଶ୍ଚିତ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଇପାରନ୍ତି। ଏପରିକି ସେମାନେ କୌଣସି ଡାକ୍ତରଙ୍କୁ ଧମକାଇ ଘରକୁ ଡାକି ଚିକିତ୍ସିତ ହୋଇପାରନ୍ତି। ତେଣୁ ବିଭିନ୍ନ ହସ୍ପିଟାଲ, ନର୍ସିଂହୋମ ଓ କ୍ଲିନିକ୍‌ ସମେତ ଆଡ୍ଡାସ୍ଥଳ ଉପରେ ଏସ୍‌ଟିଏଫ୍‌ ନଜର ରଖିଛି। ସାମାନ୍ୟ ସୁରାକ ମିଳିଲେ ଚଢ଼ାଉ କରାଯାଇ ଗିରଫ କରିବାକୁ ଯୋଜନା କରିଛି ଏସ୍‌ଟିଏଫ୍‌।
ଅନ୍ୟପକ୍ଷରେ ଏନ୍‌କାଉଣ୍ଟରବେଳେ ଧରାପଡିଥିବା ସଞ୍ଜୟ ଗ୍ୟାଙ୍ଗର ଅନ୍ୟତମ ସହଯୋଗୀ ଜନ୍‌ ଖୁଣ୍ଟିଆଙ୍କୁ ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ତାଙ୍କ ଘର କଟକ ଚାରିବାଟିଆ ହୋଇଥିବାବେଳେ ସେ ପୁରୁଣା ଭୁବନେଶ୍ୱର କପିଳେଶ୍ୱରର ମାଉସୀ ଘରେ ରହୁଥିଲେ। ଖୋର୍ଦ୍ଧାର ଅଜୟ ପ୍ରଧାନଙ୍କ ଆସ୍କା ଫର୍ଟି କାଉଣ୍ଟରରେ କାମ କରୁଥିଲେ। ସଞ୍ଜୟ ଗ୍ୟାଙ୍ଗ୍‌ରେ ମିଶି ବ୍ରାଉନସୁଗାର କାରବାର କରୁଥିଲେ ବୋଲି ସେ ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏନ୍‌କାଉଣ୍ଟର ପରେ ସେମାନେ ବ୍ୟବହାର କରୁଥିବା କାରକୁ ପୋଲିସ ଜବତ କରିବା ସହ ତାହା ଭିତରୁ ଏକ ବନ୍ଧୁକ, ଦୁଇଟି ଗୁଳି ଓ ଏକ ରକ୍ତଭିଜା ଗାମୁଛାକୁ ଜବତ କରିଥିଲା। ଏନେଇ ଏସ୍‌ଟିଏଫ୍‌ ଇନ୍ସପେକ୍ଟର ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ.୧୮୭/୧୯ ଦଫା ୩୩୨, ୩୫୩, ୩୦୭, ୩୪ ଓ ୨୫ ଏବଂ ୨୭ ଆମର୍‌ସ ଆକ୍ଟ ଲଗାଇ ଜନ୍‌ଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ସେହିଭଳି ଖୋର୍ଦ୍ଧା ଆଦର୍ଶ ଥାନାର କେସ୍‌ ନଂ.୧୭୯/୧୯ରେ ମଧ୍ୟ ଜନ୍‌ଙ୍କୁ ଜାମିନ ମିଳିନାହିଁ। ଜନ୍‌ଙ୍କ ନାମରେ ଖଣ୍ଡଗିରି ଏବଂ ଖୋର୍ଦ୍ଧା ଥାନାରେ ଲୁଟ୍‌, ହତ୍ୟା ଧମକ, ଆମର୍‌ସ ଆକ୍ଟ ଭଳି ଏକାଧିକ ମାମଲା ରହିଛି। ଖୋର୍ଦ୍ଧାରେ ସଞ୍ଜୟ ଓ ଅନିଲ ବ୍ରାଉନ ସୁଗାର ବେପାର କରିବା ସହ ବେଆଇନ ପଥର ଖଣିରୁ କିଭଳି ଚୋରା ଚାଲାଣ କରୁଥିଲେ ତାହାର ଗୁମର ଖୋଲିଛନ୍ତି ଜନ୍‌।
ଜନ୍‌ଙ୍କ ବୟାନ ଆଧାରରେ ପୋଲିସ କହିଛି ଯେ, ଖୋର୍ଦ୍ଧାରେ ସଞ୍ଜୟଙ୍କ ସହ ଅନ୍ୟ ୪ଜଣ ମିଶି ବ୍ରାଉନସୁଗାର ବ୍ୟବସାୟ କରନ୍ତି। ସଞ୍ଜୟ ବିଶେଷକରି ସ୍କୁଲ ପିଲା ଓ କଲେଜ ପିଲାଙ୍କୁ ଟାର୍ଗେଟ କରିଥାନ୍ତି। ସେ କଲେଜ ଓ ହାଇସ୍କୁଲ ଆଗରେ ରହି ପ୍ରଥମେ ଛାତ୍ରମାନଙ୍କ ସହ ମିଶିଥାନ୍ତି। ଧୀରେ ଧୀରେ ଛାତ୍ରମାନଙ୍କୁ ଫସାଇ ନିଜ ର଼୍ୟାକେଟରେ ସାମିଲ୍‌ କରିବା ସହ ବ୍ରାଉନସୁଗାର ବ୍ୟବସାୟ ବଢ଼ାଇଥାନ୍ତି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର କେତେଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ସହଯୋଗ ହାସଲ କରନ୍ତି।
ସଞ୍ଜୟ ନାମରେ ଏସ୍‌ଟିଏଫ୍‌ରେ କେସ୍‌ ନଂ.୬/୧୯ ରହିଛି। ସେହିପରି ସଞ୍ଜୟ ଓ ଅନିଲଙ୍କ ନାମରେ କେସ୍‌ ନଂ.୭/୧୯ ରହିଛି। ଉଭୟଙ୍କୁ ଧରିବାକୁ ଏସ୍‌ଟିଏଫ୍‌ କିଛିଦିନ ହେବ ଯୋଜନା କରିଥିଲା। ଶନିବାର ରାତିରେ ଏଲ୍‌ଆଇସି ପଡିଆରେ ସଞ୍ଜୟ, ଅନିଲ, ମନୋରଞ୍ଜନ ଏବଂ ଜନ୍‌ କାରରେ ବସି ବ୍ରାଉନ ସୁଗାର ବ୍ୟବସାୟ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ନେଇ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢାଉ କରିଥିଲା। ହେଲେ ସଞ୍ଜୟ ଏସ୍‌ଟିଏଫ୍‌ ଟିମ୍‌କୁ ଦେଖି ଗୁଳି ଚଳାଇଥିଲେ। ଏସ୍‌ଟିଏଫ୍‌ ପକ୍ଷରୁ ସେମାନଙ୍କ ଉପରକୁ ବାରମ୍ବାର ଗୁଳି କରାଯାଇଥିଲା। ମନୋରଞ୍ଜନଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ଅନ୍ୟକେତେଜଣ ଆହତ ହୋଇଥିଲେ। ଅନ୍ଧାର ସୁଯୋଗରେ ସେମାନେ ନିକଟ ଜଙ୍ଗଲରେ ପଶି ଖସିଯାଇଥିଲେ ବୋଲି ଥିବା ଗିରଫ ହୋଇଥିବା ଜନ୍‌ଙ୍କଠାରୁ ପୋଲିସ ଜାଣିବାକୁ ପାଇଛି। ଗୁଳି ବିନିମୟରେ ଏସ୍‌ଟିଏଫ୍‌ର ୩ଜଣ ସଦସ୍ୟ ଆହତ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri