୧୦୦ କୋଟିରୁ ଅଧିକ ରୋଜଗାର କରିଛି ଏସବୁ ଅଭିନେତାଙ୍କ ଫିଲ୍ମ : ଆଜି ପର୍ଯ୍ୟନ୍ତ ମିଳିନି ଶ୍ରେଷ୍ଠ ଅଭିନେତା ପୁରସ୍କାର

ବଲିଉଡ ଫିଲ୍ମରେ ଜବରଦସ୍ତ ଅଭିନୟ କରିଥିବା ଅନେକ ଅଭିନେତା ଅଛନ୍ତି, ଯାହାଙ୍କୁ ଦର୍ଶକ ହୃଦୟରୁ ଭଲପାନ୍ତି। ଏହା ସହ ତାଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଅନେକ ପ୍ରକାରର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥାଏ। ତେବେ ବଲିଉଡ ପୁରସ୍କାର ବିଷୟରେ କହିବାକୁ ଗଲେ ଫିଲ୍ମ ଫେୟାର ପୁରସ୍କାର ସବୁଠୁ ବଡ଼ ବୋଲି ବିବେଚନା କରାଯାଏ। ରାଜ କପୁର, ଦିଲୀପ କୁମାର, ଅମିତାଭ ବଚ୍ଚନଙ୍କ ପରି ବଲିଉଡର ଅନେକ ବଡ ତାରକା ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଯଦିଓ ଅନେକ ବଲିଉଡ ଅଭିନେତାଙ୍କ ଫିଲ୍ମ ୧୦୦ କୋଟିରୁ ଅଧିକ ରୋଜଗାର କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳି ନାହିଁ।

ଅକ୍ଷୟ କୁମାର
ଖିଲାଡି କୁମାର ଇଣ୍ଡଷ୍ଟ୍ରିର ଏପରି ଅଭିନେତା, ଯିଏ ଆକ୍ସନ, କମେଡି, ରୋମାଣ୍ଟିକ ସମସ୍ତ ପ୍ରକାର ଫିଲ୍ମରେ ଅଭିନୟ କରିଛନ୍ତି। ହିରୋ ସହ ଅକ୍ଷୟ ଭିଲେନ ଭୂମିକାରେ ଫିଲ୍ମ କରି ଚର୍ଚ୍ଚାରେ ରହିଛନ୍ତି। ତେବେ ସେ ଅକ୍ଷୟ ଆଜି ପର୍ଯ୍ୟନ୍ତ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇନାହାନ୍ତି। ତେବେ ଏଥିପାଇଁ ତାଙ୍କୁ ଅନେକ ଥର ମନୋନୀତ କରାଯାଇଛି।

ଅଜୟ ଦେବଗନ

ଅଜୟ ବଲିଉଡର ସୁପରହିଟ ହିରୋମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କ ଅଭିନୟ ଯାଦୁରେ ଦର୍ଶକ ପାଗଳ ହୋଇଯାନ୍ତି। ଅଜୟ ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଦେଖାନ୍ତି। ଗୋଟିଏ ପଟେ ସେ ଆକ୍ସନ ଫିଲ୍ମ ସହିତ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ଅନ୍ୟ ପଟେ ‘ଗୋଲମାଲ’ କମେଡି ଫିଲି୍ମରେ ଲେକଙ୍କୁ ହସାନ୍ତି। ତାଙ୍କ ଫିଲ୍ମ ବହୁତ ହିଟ, କିନ୍ତୁ ସେ ମଧ୍ୟ ଆଜି ପର୍ଯ୍ୟନ୍ତ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ନାହନ୍ତି। ଯଦିଓ ଅଜୟ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି ।

ସଲମାନ ଖାଁ
ଲୋକଙ୍କ ହୃଦୟ ଉପରେ ରାଜ କରୁଥିବା ଦବଙ୍ଗ ହିରୋ କିମ୍ବା ସଲମାନଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ସଲମାନଙ୍କ ଫିଲ୍ମ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇନାହାନ୍ତି। ୧୯୮୯ ରେ, ସେ ‘ମୈନେ ପ୍ୟାର୍‌ କିୟା’ ପାଇଁ ଶ୍ରେଷ୍ଠ ଡେବ୍ୟୁ ପୁରସ୍କାର ପାଇଥିଲେ। ଏଥି ସହିତ ସେ ‘କୁଛ କୁଛ ହୋତା ହୈ ’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ପାଇଛନ୍ତି।

ସୁନୀଲ ଶେଟ୍ଟୀ

ବଲିଉଡର ଆନ୍ନା ସୁନୀଲ ଶେଟ୍ଟୀ ତାଙ୍କ ଅଭିନୟ ଦ୍ୱାରା ଲୋକଙ୍କୁ ପାଗଳ କରିଦେଇଥିଲେ। କେବଳ ଆକ୍ସନ ନୁହେଁ ଭିଲେନ ଏବଂ କମେଡି ଫିଲ୍ମରେ ଅଭିନୟ କରି ସୁନୀଲ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଶ୍ରେଷ୍ଠ ଭିଲେନ ପାଇଁ ସୁନୀଲ ନିଶ୍ଚିତ ଭାବରେ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri