ହୋଟେଲ ବ୍ୟବସାୟୀ ହଟହଟା

ଭୁବନ, ୬।୫:  ବର୍ଷେ କାଳ ସହିଥିଲେ କରୋନା କଷଣ। ବନ୍ଦ ହୋଇଯାଇଥିଲା ବ୍ୟବସାୟ। ହାତରୁ ଗଣିଥିଲେ ଘରଭଡ଼ା, କାରିଗରଙ୍କ ମଜୁରି, ବିଦ୍ୟୁତ୍‌ ବିଲ୍‌। କଟକଣା କୋହଳ ପରେ ଧାରକରଜ କରି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବା ବେଳେ ଦାଉ ସାଧିଛି ଦ୍ୱିତୀୟ ଲହର। ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ଶେଷ ଅସ୍ତ୍ର ଭାବେ ବୁଧବାରଠାରୁ ଲକ୍‌ଡାଉନ୍‌ ଲାଗୁ କରିଥିବା ବେଳେ ପ୍ରଥମ ଦିନରୁ ହଟହଟା ହୋଇଛନ୍ତି ହୋଟଲ ବ୍ୟବସାୟୀ। ଖାଦ୍ୟ ପାର୍ସଲରେ ନେବାକୁ ଗ୍ରାହକ ଅମଙ୍ଗ ହେବା ଏବଂ ମଧ୍ୟାହ୍ନ ୧୨ଟା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯିବା ପରେ ବ୍ୟାପକ ପରିମାଣର ରନ୍ଧା ଖାଦ୍ୟ ନଷ୍ଟ ହୋଇଯାଇଛି। ଆଗାମୀ ୧୯ ତାରିଖ ଯାଏ ଲକ୍‌ଡାଉନ୍‌ ଅବଧି ଥିବାବେଳେ ଦୈନିକ ଏଭଳି କ୍ଷତି ଭରଣା କରିବା ଅସମ୍ଭବ। ତେଣୁ କଟକଣା କୋହଳ ହେବା ଯାଏ ଦୋକାନ ବନ୍ଦ କରିବାକୁ ଯୋଜନା କରୁଛନ୍ତି ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ହୋଟେଲ ମାଲିକ।
ପ୍ରାଣଘାତୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରୁ ଧନଜୀବନକୁ ସୁରକ୍ଷିତ ରଖିବାକୁ ସାରା ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ୧୪ଦିନିଆ ଲକ୍‌ଡାଉନ୍‌। କଟକଣା ଭିତରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଜାରି ରହିବ। ହୋଟେଲରେ ଗ୍ରାହକଙ୍କ ସମାଗମ ଉପରେ ରୋକ୍‌ ଲଗାଯାଇଛି। କେବଳ ପାର୍ସଲ ଦିଆଯାଇପାରିବ ବୋଲି ନିୟମ କରାଯାଇଛି। ହେଲେ ସରକାରୀ ନିୟମ ବ୍ୟବସାୟରେ କଣ୍ଟା ସାଜିଥିବା ହୋଟେଲ ମାଲିକ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା, କଟକଣା ଭିତରେ ଦିନ ୧୨ଟା ଯାଏ କେବଳ ପାର୍ସଲ ଲାଗି ହୋଟେଲକୁ ଅନୁମତି ମିଳିଛି। ତଦନୁଯାୟୀ ସହରରେ ଅନେକ ହୋଟେଲ ଖୋଲିଥିଲା। ହେଲେ ମଧ୍ୟାହ୍ନ ୧୨ଟା ପରେ ସମଗ୍ର ସହର ଜନଶୂନ୍ୟ ହୋଇପଡ଼ିଥିଲା। ଜଣେ ବି ଗ୍ରାହକ ପାର୍ସଲ ନେବାକୁ ଆସି ନ ଥିଲେ। ତେଣୁ ରନ୍ଧାଯାଇଥିବା ଖାଦ୍ୟ ନଷ୍ଟ ହୋଇଗଲା। ଏଭଳି ସମସ୍ୟା ଲାଗି ରହିଲେ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିବ ବୋଲି ସେମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଭୁବନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର କୁହନ୍ତି, କରୋନାରେ ଧନଜୀବନ ସୁରକ୍ଷା କରିବା ପ୍ରଶାସନର ପ୍ରଥମ ଦାୟିତ୍ୱ। କୌଣସି ପରିସ୍ଥିତିରେ ସରକାରୀ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେବନାହିଁ। ପ୍ରଥମ ଦିନରେ ଜନସାଧାରଣଙ୍କୁ ଯଥାସାଧ୍ୟ ସଚେତନ କରିବାକୁ ଉଦ୍ୟମ କରାଯାଇଛି। ହେଲେ ଦ୍ୱିତୀୟ ଦିନଠାରୁ କଟକଣା କଡ଼ାକଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ହରଡ଼ଘଣାରେ ପଡ଼ିଛୁ
ଲକ୍‌ଡାଉନ୍‌ ପାଇଁ ହରଡ଼ଘଣାରେ ପଡ଼ିଛୁ। ପ୍ରଶାସନ ପକ୍ଷରୁ ଖାଦ୍ୟ ପାର୍ସଲ କରାଯାଇପାରିବ ବୋଲି କୁହାଯାଇଥିଲା। ହେଲେ ୧୨ଟା ପରେ ଅଞ୍ଚଳ ଜନଶୂନ୍ୟ ହୋଇପଡ଼ିବା ସହ କେହି ଗ୍ରାହକ ଆସି ନ ଥିଲେ। ତେଣୁ ତିଆରି ଖାଦ୍ୟ ନଷ୍ଟ ହୋଇଗଲା।
-ଦୁଷ୍ମନ୍ତ କୁମାର ପୃଷ୍ଟି, ହୋଟେଲ ମାଲିକ
ପସନ୍ଦ ଆସୁନି ପାର୍ସଲ ବ୍ୟବସ୍ଥା
ଗ୍ରାହକମାନେ ପାର୍ସଲ ବ୍ୟବସ୍ଥାକୁ ପସନ୍ଦ କରୁନାହାନ୍ତି। ଫଳରେ ହଜାର ହଜାର ଟଙ୍କା ବ୍ୟୟରେ ତିଆରି କରାଯାଇଥିବା ଖାଦ୍ୟ ନଷ୍ଟ ହୋଇଯାଇଛି। କୋଭିଡ୍‌ କଟକଣା ଭିତରେ ବସିକରି ଖାଇବା ଲାଗି ଅନୁମତି ମିଳିଲେ ସମସ୍ତେ ଉପକୃତ ହୋଇପାରନ୍ତେ।
-ମାନସ କୁମାର ସାହୁ, ହୋଟେଲ ମାଲିକ
ଦୋକାନ ଚଳାଇବା କଷ୍ଟକର
ଲକ୍‌ଡାଉନ୍‌ରେ ବ୍ୟବସାୟ ପ୍ରଭାବିତ ହେବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି। ଆଗାମୀ ଦୁଇ ସପ୍ତାହ ହୋଟେଲ ବନ୍ଦ ରହିଲେ ଦୋକାନ ଚଳାଇବା, କାରିଗରଙ୍କ ମଜୁରି ଦେବା, ବିଦ୍ୟୁତ୍‌ ଦେୟ ପୈଠ କରିବା କଷ୍ଟକର ହୋଇପଡ଼ିବ।
-କୃଷ୍ଣଚନ୍ଦ୍ର ବେହେରା, ହୋଟେଲ ମାଲିକ
ଫାଷ୍ଟଫୁଡ୍‌ ବ୍ୟବସାୟୀ ବେଶି ପ୍ରଭାବିତ
ସରକାରଙ୍କ ଲକ୍‌ଡାଉନ୍‌ରେ ଫାଷ୍ଟଫୁଡ୍‌ ବ୍ୟବସାୟୀ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଭଡ଼ା ନେଇ ଦୋକାନ କରିଥିବା ବ୍ୟବସାୟୀଙ୍କ ଭଡ଼ା ପଇସା କେମିତି ଉଠିବ ତାହା ଏବେ ଚିନ୍ତାର କାରଣ ସାଜିଛି। ତେଣୁ ଆସନ୍ତା ୧୫ଦିନ ପରିବାର ଚଳାଇବା ଲାଗି ଅନ୍ୟ କୌଣସି ବ୍ୟବସାୟ କରିବାକୁ ଯୋଜନା କରୁଛି।
-ପପୁ ସାହୁ, ଫାଷ୍ଟ ଫୁଡ୍‌ ଦୋକାନୀ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri