ପୌର ପ୍ରଶାସନ ପ୍ରସ୍ତୁତ

ଢେଙ୍କାନାଳ ଅଫିସ, ୫।୫ – ଡରାଉଛି କରୋନାର ଦ୍ୱିତୀୟ ଲହର। ବଢୁଥିବା ଦ୍ରୁତ ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌କୁ ଅସ୍ତ୍ର ଭାବେ ପ୍ରୟୋଗ କରିଛନ୍ତି ରାଜ୍ୟ ସରକାର। ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ୧୪ଦିନିଆ ତାଲାବନ୍ଦକୁ ବୁଦ୍ଧିଜୀବୀବର୍ଗ ସ୍ବାଗତ କରିଛନ୍ତି। ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ଅମାନିଆଙ୍କୁ ଜଗିବା, ଭିଡ଼ କମାଇବା ସହ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ନଜର ରଖିବା ସହରାଞ୍ଚଳ ପ୍ରଶାସନ ଲାଗି ଚ୍ୟାଲେଞ୍ଜ ପାଲଟିଥିବାବେଳେ ଏଥିଲାଗି ଅଣ୍ଟା ଭିଡ଼ିଛି ଢେଙ୍କାନାଳ ପୌରସଂସ୍ଥା।
ଢେଙ୍କାନାଳ ସହରାଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ପ୍ରତିହତ କରିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ ନିୟନ୍ତ୍ରଣକୁ ଆସୁନି କରୋନା। ଇତିମଧ୍ୟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପ୍ରଶାସନ ସଜାଗ ହୋଇଛି। ତାଲାବନ୍ଦ ଅବ୍ୟବହିତ ପୂର୍ବରୁ ଲକ୍‌ଡାଉନ୍‌ ସମ୍ପର୍କିତ ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଇଛି। ଏହାସତ୍ତ୍ୱେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ମଦ ଦୋକାନଗୁଡ଼ିକରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସୂଚନା ପାଇ ମଦ କାଉଣ୍ଟରଗୁଡ଼ିକରେ ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା। ଲକ୍‌ଡାଉନ୍‌ ସମୟରେ ଯେପରି ଜନସାଧାରଣଙ୍କ କୌଣସି ସମସ୍ୟା ନ ଉପୁଜେ, ସେଥିଲାଗି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ତଥାପି ଦୋକାନରେ ଅସମ୍ଭାଳ ଭିଡ଼ ବିପଦକୁ ଡାକରା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଅନ୍ୟପଟେ ଲକ୍‌ଡାଉନ୍‌ ପାଇଁ ରାସ୍ତାପାର୍ଶ୍ୱ ଦୋକାନୀ, ଫାଷ୍ଟଫୁଡ୍‌ ଏବଂ ହୋଟେଲ ବ୍ୟବସାୟୀ ଚିନ୍ତାରେ ପଡିଯାଇଛନ୍ତି। ମଧ୍ୟାହ୍ନ ପୂର୍ବରୁ ବ୍ୟବସାୟ ବନ୍ଦ କରିବା ଲାଗି ଜୋର୍‌ ଦିଆଯାଉଥିବାରୁ ସେମାନେ କିଭଳି ବ୍ୟବସାୟ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ସମସ୍ତଙ୍କ ପକ୍ଷ ଅନ୍‌ଲାଇନ୍‌ କାରବାର କରିବା ସମ୍ଭବପର ନ ଥିବାରୁ ଲକ୍‌ଡାଉନ୍‌ ହୋଟେଲ ବ୍ୟବସାୟ ଉପରେ ଚଡ଼କ ସଦୃଶ ବୋଲି ଅନେକେ ମତ ଦେଇଛନ୍ତି।
ଆଗରୁ ତାଲାବନ୍ଦ ହୋଇଥିଲେ ଭଲ ହୋଇଥାନ୍ତା
ବଢୁଥିବା କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ନିକଟରେ ଲକ୍‌ଡାଉନ୍‌ ଶେଷ ବିକଳ୍ପ ଥିଲା। ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏ କ୍ଷୀର, ଗ୍ରସେରି, ଆମିଷ, ପରିବା ଦୋକାନ ଖୋଲା ରହିବ। ଲକ୍‌ଡାଉନ ଘୋଷଣା ସ୍ବାଗତଯୋଗ୍ୟ। ତାଲାବନ୍ଦ ନିଷ୍ପତ୍ତି ଆଗରୁ ହୋଇଥିଲେ ଭଲ ହୁଅନ୍ତା।
-ଶରତ ଚନ୍ଦ୍ର ପାଢ଼ୀ, ଢେଙ୍କାନାଳ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ସଭାପତି
ଅସାବଧାନତା ବଢ଼ାଉଛି ସଂକ୍ରମଣ
ଲୋକମାନଙ୍କ ଖାମଖିଆଲ ନୀତି ଏବଂ ଅସାବଧାନରୁ ସଂକ୍ରମଣ ବଢୁଛି। ଜୀବନ ସୁରକ୍ଷା ଲାଗି ଲକ୍‌ଡାଉନ୍‌ ନିଷ୍ପତ୍ତି ଯଥାର୍ଥ। ଏହି ସମୟରେ ସର୍ବାଧିକ ପ୍ରଭାବିତ ନିମ୍ନ ଏବଂ ମଧ୍ୟବିତ୍ତ ଶ୍ରେଣୀ ପ୍ରତି ସରକାର ଦୃଷ୍ଟି ଦେବା ଜରୁରୀ। ସେହିପରି ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବଦଳରେ ମଣିଷ ପଣିଆ ଦେଖାଇବା ଉଚିତ।
-ସୁରେଶ ପ୍ରସାଦ ମିଶ୍ର, ଅଧ୍ୟାପକ
ନିୟମ ନ ମାନିଲେ ଜୀବନ ବିପନ୍ନ
କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍‌ଡାଉନ ସମ୍ପର୍କିତ ନୀତି ନିୟମକୁ ସମସ୍ତେ ମାନିବା ଉଚିତ। ଟିକାକରଣ, ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ରକ୍ଷା, ହାତ ଧୋଇବା, ପରିଷ୍କାର ପରିଚ୍ଛନ୍ନତା ଆଦି ବିଷୟକୁ ଗୁରୁତ୍ୱର ସହ ନ ମାନିଲେ ଜୀବନ ବିପନ୍ନ ହେବ।
-ବିରଞ୍ଚତ୍ ନାରାୟଣ ପାଣି, ସାମାଜିକ କର୍ମୀ

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri