Posted inଫୁରସତ

ସୂର୍ଯ୍ୟଙ୍କ ତୃତୀୟ ମନ୍ଦିର

ଓଡ଼ିଶାର ଉପାସନା ଧାରା ପ୍ରାଚୀନକାଳରୁ ସାଂସ୍କୃତିକ ସଂହତିର ମାଧ୍ୟମ ହୋଇ ରହିଆସିଛି। ଆମର ମହାଜନମାନେ ଶ୍ରୀବିଷ୍ଣୁଙ୍କର ଚାରି ଆୟୁଧକୁ ନେଇ ଚାରୋଟି କ୍ଷେତ୍ର କରିଥିଲେ। ଏହି ଚାରି କ୍ଷେତ୍ରରେ ବିଷ୍ଣୁ, ଶିବ, ଦେବୀ ଓ ସୂର୍ଯ୍ୟଙ୍କର ଉପାସନା ପ୍ରଚଳିତ ଥିଲା। ଚାରି କ୍ଷେତ୍ର ମଧ୍ୟ ‘ତୀର୍ଥ’ ରୂପେ ବିଦିତ ଥିଲା। ତୀର୍ଥରେ ଦେବଦେବୀ ଉପାସନା ପ୍ରଚଳିତ ଥିଲା। ଶଙ୍ଖକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ, ଚକ୍ରକ୍ଷେତ୍ର ଏକାମ୍ରରେ ଶ୍ରୀଲିଙ୍ଗରାଜ, ଗଦାକ୍ଷେତ୍ର ଯାଜପୁରରେ ଶ୍ରୀବରାହ ଓ ଦେବୀ ବିରଜା ଏବଂ ପଦ୍ମକ୍ଷେତ୍ର କୋଣାଦିତ୍ୟରେ ଶ୍ରୀସୂର୍ଯ୍ୟଙ୍କର ଉପାସନା ଥିଲା। ଚାରି ଆୟୁଧର ଯେପରି ଆଧ୍ୟାତ୍ମିକ ରହସ୍ୟ ଅଛି, ଚାରିକ୍ଷେତ୍ରର ମଧ୍ୟ ସେହିପରି ରହସ୍ୟମୟ ଐତିହ୍ୟ ଅଛି। ଚାରିକ୍ଷେତ୍ରର ତୀର୍ଥ ପରମ୍ପରା ଓ ଦେବଦେବୀଙ୍କ ଉପାସନା ସର୍ବଭାରତୀୟ ଶାସ୍ତ୍ରରେ ସ୍ଥାନ ପାଇଛି।
ଆମେ ଜାଣିଛେ, ପଦ୍ମକ୍ଷେତ୍ର ମୈତ୍ରେୟବନ କୋଣାଦିତ୍ୟରେ ଶାମ୍ବ ଆରାଧନା କରିଥିଲେ ଶ୍ରୀସୂର୍ଯ୍ୟଙ୍କୁ। ଏହିଠାରେ ପ୍ରଥମ ସୂର୍ଯ୍ୟମନ୍ଦିର ନିର୍ମାଣ କରାଇଥିଲେ ଶାମ୍ବ। ଐତିହ୍ୟ ଅଛି ଚନ୍ଦ୍ରଭାଗା ତୀର୍ଥରୁ ଶ୍ରୀସୂର୍ଯ୍ୟଙ୍କର ବିଗ୍ରହ ପାଇ ମନ୍ଦିରରେ ପୂଜା ବ୍ୟବସ୍ଥା କରିଥିଲେ। ଏଠି ବି ମନକୁ ସମ୍ଭାବନା ଆସେ ତୀର୍ଥରୁ ବିଗ୍ରହ ମିଳୁଥିବାରୁ ଆଗରୁ କ’ଣ ସୂର୍ଯ୍ୟ ଉପାସନା ଥିଲା! ଏହା ସମ୍ଭାବନା ମାତ୍ର। କୌଣସି ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଆମେ ଗଜପତି ଲାଙ୍ଗୁଳା ନରସିଂହ ଦେବଙ୍କ ନିର୍ମିତ ସୂର୍ଯ୍ୟମନ୍ଦିର ତୃତୀୟ ମନ୍ଦିର ବୋଲି କହିପାରିବା। ଶାମ୍ବଙ୍କ ନିର୍ମିତ ମନ୍ଦିର ପ୍ରଥମ ହୋଇଥିବା ବେଳେ କେଶରୀବଂଶ ରାଜତ୍ୱ ବେଳେ ଦ୍ୱିତୀୟ ମନ୍ଦିର ନିର୍ମିତ ହୋଇଥିଲା। ରାଜା ପୁରନ୍ଦର କେଶରୀ ପବିତ୍ର ତୀର୍ଥକ୍ଷେତ୍ରର ପ୍ରାଚୀନ ସୂର୍ଯ୍ୟମନ୍ଦିରଟି ଭାଙ୍ଗିପଡ଼ିଥିବା ଦେଖି ମନେହୁଏ ନୂତନ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଇଥିଲେ। ପୁରନ୍ଦର କେଶରୀଙ୍କ ନାମ ‘ବାୟାଚକଡ଼ା ପୋଥି’ରେ ସ୍ପଷ୍ଟ ଭାବରେ ଟିପ୍‌ପଣୀରେ ସ୍ଥାନ ପାଇଛି। ନେତି ନେତି ଚିନ୍ତାଧାରା ସମୟ ସମୟରେ ବାଟବଣା କରିଥାଏ। ରାଜା ପୁରନ୍ଦରଙ୍କୁ ଅନୁସନ୍ଧାନ ପରିସରକୁ ଆଣିବା ପରିବର୍ତ୍ତେ ଘରେ ‘ବାଇମହାନ୍ତି’ ପାଞ୍ଜି ସାଇତି ରଖିଥିବା ପରି କିଛି ଇତିହାସକାର ତାଙ୍କ ନାମକୁ ହିଁ ସ୍ବୀକାର କଲେ ନାହିଁ। ଠିକ୍‌ ଯେମିତି କିଛି ବାହାରିଆ ଆଲୋଚକ ସୂର୍ଯ୍ୟଙ୍କ ମୂଳ ସ୍ଥାନ ନିର୍ଣ୍ଣୟ କରିବାବେଳେ ‘ମୁଲତାନ’ରେ ପହଞ୍ଚି ଯାଇଛନ୍ତି। ଶାସ୍ତ୍ର କହୁଛି- ମୂଳସ୍ଥାନ ହେଉଛି କୋଣାଦିତ୍ୟ, ଓଡ଼ିଶାର କୋଣାଦିତ୍ୟ, କଳିଙ୍ଗର କୋଣାଦିତ୍ୟ, ଓଡ୍ର ରାଷ୍ଟ୍ରର କୋଣାଦିତ୍ୟ। ଅଥଚ ସେମାନଙ୍କୁ ‘ମୁଲତାନ’ ଶବ୍ଦଟି କାହିଁକି ବାସିଲା, ତା’ର ବିଧିବଦ୍ଧ ପ୍ରମାଣ ଆଜି ବି ଅନ୍ଧାର ଘରେ ବାଡ଼ି ବୁଲେଇବା ପରି ଚାଲିଛି।
ବାୟଚକଡ଼ା ପୋଥି (ପତ୍ର-୫୩)ରେ ସ୍ପଷ୍ଟ ଅଛି- ପୁରାତନ କାଳରେ ସୂର୍ଯ୍ୟକ୍ଷେତ୍ରରେ ‘ମହାଭାସ୍କର’ ମୂର୍ତ୍ତି ଉପାସିତ ହେଉଥିଲେ। ପୂଜିତ ମହାଭାସ୍କର ବିଗ୍ରହ ଶାମ୍ବ ପ୍ରତିଷ୍ଠା କରିଥିଲେ କି ରାଜା ପୁରନ୍ଦର କେଶରୀ ପ୍ରତିଷ୍ଠା କରିଥିଲେ ତାହା ନିର୍ଦ୍ଦିଷ୍ଟ ଭାବେ ସ୍ଥିର ହୋଇନାହିଁ। ‘ବାୟାଚକଡ଼ା’ରୁ ମିଳୁଛି ମହାଭାସ୍କର ବିଗ୍ରହଙ୍କ ଉଚ୍ଚତା ଥିଲା ୨ ହାତ ୮ ଆଙ୍ଗୁଳ। ବିଗ୍ରହ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥିଲେ। ନୂତନ ବିଗ୍ରହଙ୍କ ମାପ ଠିକ୍‌ ହୋଇଥିଲା ୫ ହାତ ୪ ଆଙ୍ଗୁଳ ହେବ। ଶ୍ରୀପଦ୍ମକେଶର ମନ୍ଦିରରେ ନୂତନ ବିଗ୍ରହ ପୂଜିତ ହେବେ, ପୁରାତନ ବିଗ୍ରହ ସମୁଦ୍ରରେ ବିସର୍ଜନ ହେବେ। ବିସର୍ଜନ କରିବେ ଶ୍ରୀନାରାୟଣ ମହାପାତ୍ର ଓ ତାଙ୍କ ସହଯୋଗୀ। ଏଥିପାଇଁ ବ୍ୟୟବରାଦ ବି ହୋଇଥିଲା।
ଏଥିରୁ ଆମେ ଏତିକି ଅନ୍ତତଃ ଜାଣୁଛେ ଗଜପତି ଲାଙ୍ଗୁଳା ନରସିଂହ ଦେବ ବିଶାଳ ଶ୍ରୀପଦ୍ମକେଶର ମନ୍ଦିର କୋଣାଦିତ୍ୟରେ ନିର୍ମାଣ କରାଇବା ପୂର୍ବରୁ ସୂର୍ଯ୍ୟଙ୍କର ଉପାସନା ପ୍ରଚଳିତ ଥିଲା। ଶ୍ରୀଜଗବନ୍ଧୁ ସିଂହଙ୍କ ଦ୍ୱାରା ‘ଜ୍ୟୋତିଷାର୍ଣ୍ଣବ’ ଗ୍ରନ୍ଥ ଚାରୋଟି ଭାଗରେ ସଙ୍କଳିତ ହୋଇଥିଲା। ପ୍ରଥମ ଭାଗରେ ଗ୍ରହମାନଙ୍କର ଜନ୍ମସ୍ଥାନ ରହିଛି-
ଉତ୍ପନୋଽର୍କ କଳିଙ୍ଗେଷୁ ଯମୁନାୟାଂଚ ଚନ୍ଦ୍ରମାଃ।
ଅଙ୍ଗାରକ ସ୍ତୂବନ୍ତ୍ୟାଞ୍ଚ ମାଗଧେଷୁ ହିମାଂଶୁଜଃ॥
ଏହାପରେ ଅନ୍ୟାନ୍ୟ ଗ୍ରହଙ୍କ ଜନ୍ମ ସ୍ଥାନ ଅଛି। ଗ୍ରହମାନଙ୍କ ଜନ୍ମସ୍ଥାନ ବର୍ଣ୍ଣନା ପଛରେ କିଛି ରହସ୍ୟ ଅଛି, ତେବେ ଏହି ଶ୍ଳୋକର ଅର୍ଥ ଓଡ଼ିଆ ଭାଷାରେ କବିତା ଆକାରରେ ଦିଆଯାଇଛି।
‘ରବିଙ୍କର ଜନ୍ମସ୍ଥାନ କଳିଙ୍ଗଦେଶରେ।
ଯମୁନାରେ ନିଶାକର ବୁଧ ମଗଧରେ।’
ତଥାପି କ’ଣ ଆମେ ଗ୍ରହଣ କରିବା ସୂର୍ଯ୍ୟଙ୍କର ମୂଳସ୍ଥାନ ମୁଲତାନ ବୋଲି!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri