ଓଭରହେଡ୍‌ ଟାଙ୍କି ଅଛି, ମିଳୁନି ପାଣି

ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା କୁହାଯାଉଛି। ହେଲେ ସମସ୍ତ ଟାଙ୍କି କେବଳ କାଗଜକଲମରେ କାର୍ଯ୍ୟକ୍ଷମ ବୋଲି ସାଧାରଣରେ ଅଭିଯୋଗ ହେଉଛି। ପ୍ରାୟତଃ କେଉଁଠି ପମ୍ପ ଖରାପ ତ ଅନ୍ୟ କେଉଁଠି ଗଁାର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ପାଣିଟାଙ୍କି। ସେହିପରି କେଉଁଠି ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ପାଇପ୍‌ଗୁଡ଼ିକ ଫାଟି ଯାଉଥିବା ଦେଖିବାକୁ ମିଳିଛି। ଫଳରେ ଜଳ ଯୋଗାଣ ସ୍ବାଭାବିକ ହୋଇପାରୁ ନାହିଁ।
ପ୍ରକାଶ ଯେ, ଭଦ୍ରକ ପୌରାଞ୍ଚଳ ଚରମ୍ପାଠାରେ ୫ବର୍ଷ ପୂର୍ବେ ଏକ ଓଭରହେଡ୍‌ ଟାଙ୍କି ଓ ଭୂତଳ ଟାଙ୍କି ପୃଥକ୍‌ ପୃଥକ୍‌ ଭାବେ ନିର୍ମାଣ କରାଯାଇଥିଲା। ବିଦ୍ୟୁତ୍‌ ସଂଯୋଗ ନ ରହିଲେ ମଧ୍ୟ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଉପଭୋକ୍ତାଙ୍କୁ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ଲକ୍ଷ୍ୟ ଥିଲା। କିନ୍ତୁ ନିର୍ମାଣ ଦିନଠାରୁ ଗୋଟିଏ ଦିନ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଏହି ଦୁଇ ପାଣିଟାଙ୍କି କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ସ୍ଥାନୀୟ ଅଧିବାସୀ ନଳିନୀ ଦାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ବହୁବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି।
ସେହିପରି ବନ୍ତ ବ୍ଲକରେ ୨୦, ଭଣ୍ଡାରିପୋଖରୀରେ ୧୯, ବାସୁଦେବପୁରରେ ୨୪, ଭଦ୍ରକରେ ୨୦, ଚାନ୍ଦବାଲିରେ ୩୮, ଧାମନଗରରେ ୨୨, ତିହିଡ଼ିରେ ୪୧, ଚାନ୍ଦବାଲି ଏନ୍‌ଏସିରେ ଗୋଟିଏ ଓ ଭଦ୍ରକ ପୌରପାଳିକାରେ ଗୋଟିଏ ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା କୁହାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ସମୟରେ ୩ ଫୁଟ ତଳେ ପାଇପ୍‌ ବିଛାଇବା ପରିବର୍ତ୍ତେ ମାତ୍ର ୧ ଫୁଟ ତଳେ ବିଛାଯାଉଥିବାରୁ ଅଳ୍ପଦିନରେ ପାଇପ୍‌ଗୁଡ଼ିକ ଫାଟି ଯାଉଥିବା ଜଣାପଡ଼ିଛି। ଜିଲାରେ ୪୯.୩୨ ପ୍ରତିଶତ ଘରକୁ ପାଇପ୍‌ ପାଣି, ୧୬୩୪ଟି ସ୍କୁଲ ମଧ୍ୟରୁ ୧୧୦୫ ଓ ୧୨୪୨ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୬୪ ଟିକୁ ପାଇପ୍‌ ଲାଇନ ସଂଯୋଗ ହୋଇଛି। ବାରମ୍ବାର ବିଭିନ୍ନ ସମସ୍ୟା କାରଣରୁ ପାଣି ପାଇବାରେ ସମସ୍ୟା ସୃଷ୍ଟି ହେଉଛି। ଚାନ୍ଦବାଲି ବ୍ଲକର ୫ଟି, ଭଦ୍ରକର ୩, ଧାମନଗରର ୨ ଓ ତିହିଡ଼ିର ଗୋଟିଏ ଏହିଭଳି ମୋଟ ୧୧ ପଞ୍ଚାୟତର ୨୮୪ ଗଁା ସମ୍ପୂର୍ଣ୍ଣ ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ସରକାରୀ ରେକର୍ଡ କହୁଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ଭୂତଳ ଜଳସ୍ତର କମିବାରୁ ଏହିସବୁ ପ୍ରକଳ୍ପ ଅଚଳ ହୋଇପଡୁଥିବା ଅଭିଯୋଗ ହେଉଛି। ଅନେକ ପ୍ରକଳ୍ପ ବନ୍ଦ ପଡ଼ିଛି। ବନ୍ତ ବ୍ଲକର ଗୋପୀନାଥପୁର, ମହାନ୍ତିପଡ଼ା ଭଳି ଗଁାର ଓଭରହେଡ୍‌ ଟାଙ୍କି ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଭଳି ସମସ୍ୟା ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ରାମକୃଷ୍ଣ ମିଶ୍ରଙ୍କୁ ପଚାରିବାରୁ କହିଛନ୍ତି, ଅଗ୍ରାଧିକାର ଭିତ୍ତିରେ ସୁଧାର ଅଣାଯାଉଛି। ଏହାବ୍ୟତୀତ ଓଭରହେଡ୍‌ ଟାଙ୍କି ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟ ତଦାରଖ ହୁଏ। ଏଣୁ ନିମ୍ନମାନର କାର୍ଯ୍ୟ ହୋଇନାହିଁ। ଭଦ୍ରକ ଜନସ୍ବାସ୍ଥ୍ୟ ବିଭାଗ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ଯେନା ଚରମ୍ପା ଓଭରହେଡ୍‌ ଟାଙ୍କି ସମସ୍ୟା କଥା ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ସୁଧାର ଅଣାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri