କୋଭିଡ୍‌ ଚିନ୍ତା ବଢ଼ାଉଛନ୍ତି ଅମାନିଆ

ଖୋର୍ଦ୍ଧା ଅଫିସ,୨୭।୪: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସଂକ୍ରମଣ ରୋକିବା ଲାଗି ସରକାର ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ଶନି ଓ ରବିବାର ଶଟ୍‌ଡାଉନ, ମାସ୍କ ପରିଧାନ, ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉଛନ୍ତି। କୋଭିଡ୍‌ ନିୟମ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ କେତେଜଣ ଅମାନିଆ ଏହାକୁ ମାନିବାକୁ ନାରାଜ। ବିନା ମାସ୍କରେ ବୁଲିବା ସହ ଦୋକାନରେ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। କେବଳ ଜରିମାନାରୁ ବର୍ତ୍ତିବା ପାଇଁ ମାସ୍କକୁ କାନରେ ଝୁଲାଇ ଯାତାୟାତ କରୁଥିବା ଖୋର୍ଦ୍ଧା ସହରରେ ଦେଖିବାକୁ ମିଳିଛି। ଦୁଇଦିନ ଶଟ୍‌ଡାଉନ ପରେ ସୋମବାର ଖୋର୍ଦ୍ଧା ସହର ସ୍ବାଭାବିକ ହୋଇଥିଲା। ସକାଳ ୭ଟା ପରେ ରାତି ୮ଟା ପର୍ଯ୍ୟନ୍ତ ସହରର ପୁରୁଣା ବସ୍‌ଷ୍ଟାଣ୍ଡ, ଟ୍ରାଫିକ ଛକ, ମାରଓ୍ବାଡି ପଟି, ସମବାୟ ଛକ, କୋର୍ଟ ଛକ, ନୂଆବସ୍‌ଷ୍ଟାଣ୍ଡ ଛକ ଦୋକାନଗୁଡ଼ିକରେ ଲୋକଙ୍କ ଭିଡ଼ ଜମିଥିଲା। କେଉଁଠି ବି କୋଭିଡ୍‌କୁ ନେଇ ସଚେତନ ରହିଥିବା ପରି ଦେଖିବାକୁ ମିଳି ନି ଥିଲା। ବରିଷ୍ଠ ବୁଦ୍ଧିଜୀବୀ ପ୍ରଭାତ ମିଶ୍ର କହିଛନ୍ତି, କୋଭିଡ୍‌ର ଦ୍ୱିତୀୟ ଲହରରେ ସଂକ୍ରମଣ ବଢୁଛି। ସଚେତନତା ହିଁ ଏହାର ଏକମାତ୍ର ମାଧ୍ୟମ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ବାରମ୍ବାର କହୁଛନ୍ତି। ତଥାପି କେତେଜଣ ଅମାନିଆ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ସଂକ୍ରମଣ ନିୟନ୍ତ୍ରଣ ନେଇ ସମସ୍ତଙ୍କ ଦାୟିତ୍ୱ ରହିଛି।
ସମୀକ୍ଷା କରୁଛି ସିଏମ୍‌ସି, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛି ଆର୍‌ଆର୍‌ଟି ଟିମ୍‌
ଜିଲାପାଳ ସନତ ମହାନ୍ତି କହିଛନ୍ତି ଯେ, ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଂକ୍ରମଣ ରୋକିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲାର ସମସ୍ତ ସହର, ବ୍ଲକ, ପଞ୍ଚାୟତ ସ୍ତରରେ କୋଭିଡ୍‌ ପରିଚାଳନା କମିଟି(ସିଏମ୍‌ସି)ର ବୈଠକ ଆୟୋଜନ କରାଯାଇ କୋଭିଡ୍‌ ସମୀକ୍ଷା କରାଯାଉଛି। ଆର୍‌ଆର୍‌ଟି ଟିମ୍‌ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମେଡିସିନ କିଟ୍‌ ଦେବା ସହ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝୁଛନ୍ତି। ପ୍ରତି ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜରିଆରେ ଭର୍ଚୁଆଲରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ଆଲୋଚନା କରାଯାଉଛି। ସେମାନଙ୍କ ସମସ୍ୟା ତ୍ୱରିତ ସମାଧାନ ପ୍ରତି ଗୁରୁତ୍ୱ ଦିଆଯାଉଛି। ପ୍ରବାସୀଙ୍କ ଉପରେ କଡ଼ା ନଜର ରହିଛି। କୋଭିଡ୍‌ ଟେଷ୍ଟ ଏବଂ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ମେ’ ୧ରୁ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କ ଟିକାକରଣ ଆରମ୍ଭ ହେବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଝାମୁଝରୀ ଓ କୁଦିଆରୀରେ କୋଭିଡ୍‌ କେୟାର ସେଣ୍ଟର ଖୋଲିବା ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri