ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ

ତୁଷାରକାନ୍ତ

ତା୦୩ା୦୪ା୨୦୨୧ରିଖରେ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା ଅନ୍ତର୍ଗତ ଟେକୁଲଗୁଡମର ପାହାଡ଼ରୁ ସୁରକ୍ଷାକର୍ମୀଙ୍କ ଉପରେ ନକ୍ସଲଙ୍କ ଆକ୍ରମଣ ଆରମ୍ଭ ହୋଇ ପାହାଡ଼ ତଳ ଅଞ୍ଚଳରେ ଶେଷ ହୋଇଥିଲା, ଯେଉଁଥିରେ ୨୨ ଜଣ ଅର୍ଦ୍ଧ-ସାମରିକ ବାହିନୀ ସୁରକ୍ଷା କର୍ମୀ ଶହୀଦ ହୋଇଥିଲେ। ଅବଶ୍ୟ, କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଯୁଦ୍ଧ ବା ଅନ୍ୟ କୌଣସି ମୁକାବିଲାରେ ମୃତ ସାମରିକ ବା ଅଣ-ସାମରିକ ବାହିନୀର ଯବାନମାନଙ୍କୁ ‘ଶହୀଦ ଉପାଧି’ରେ ଭୂଷିତ କରାଯିବାର ସରକାରୀ ନିୟମ ନାହିଁ।
ସୃଷ୍ଟି ଆରମ୍ଭରୁ ‘ଜମି ପାଇଁ ନାଟ’ ଚାଲିଆସିଛି। କିଏ, ‘ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ’ କହିଲା ବେଳକୁ ଆଉ କେହି କହୁଛନ୍ତି ‘ଆମେ ଅଲବତ ନେବୁ’। ଓଡ଼ିଶା ସାହିତ୍ୟ ଜଗତର ଅନ୍ୟତମ ଉଜ୍ଜ୍ୱଳ ନକ୍ଷତ୍ର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଅମରକୃତି ‘ମାଟିର ମଣିଷ’ର ବରଜୁ ସିନା ଗପରେ ନିଜ ସାନଭାଇ ‘ଛକଡ଼ି’ ପାଇଁ ସବୁ ଛାଡ଼ି ଦେଇ ପଳାଇଥିଲେ, କିନ୍ତୁ ବାସ୍ତବିକ ଜୀବନରେ ସେପରି ହୁଏ ନାହିଁ।
‘ଆମେ ଚାଷୀ, ମୂଲିଆ, ଶ୍ରମିକ ଓ ଗରିବଙ୍କ ପାଇଁ ସଂଘର୍ଷରତ’ ବୋଲି ଦାବି କରୁଥିବା ବାମପନ୍ଥୀମାନେ ୧୯୪୬ରୁ ୧୯୫୧ ମସିହାଯାଏ ଛଅବର୍ଷ କାଳ ସେତେବେଳେ ମାଡ୍ରାସ୍‌ ପ୍ରେସିଡେନ୍ସି ଅଧୀନରେ ଥିବା ତେଲଙ୍ଗାନା ଓ ବିଦାର ଜିଲାରେ ‘ଜମି ଚଷୁଛନ୍ତି ଯିଏ-ଜମିର ମାଲିକ ହେବେ ସିଏ’ ଦାବିରେ ଆନ୍ଦୋଳନ କରିଥିଲେ। ଏହା ପରେ ବିନୋବାଜୀ ‘ଭୂଦାନ ଆନ୍ଦୋଳନ’ ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗ ପ୍ରଦେଶର ଦାର୍ଜିଲିଂ ଜିଲାର ସିଲିଗୁଡ଼ି ସବ୍‌-ଡିଭିଜନ ଅନ୍ତର୍ଗତ ନକ୍ସଲବାରୀ ପଞ୍ଚାୟତର ବେଙ୍ଗାଇ-ଜୋତ ଗଁାରେ ତା.୨୫ା୦୫ା୧୯୬୭ରିଖରେ ‘ଫସଲ ଉପରେ ଆମର ଅଧିକାର’ କହୁଥିବା ଚାଷୀଙ୍କ ଉପରକୁ ପୋଲିସ ଗୁଳି ଚଳାଇବାରୁ ୯ଜଣ ଚାଷୀ ଓ ୨ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରୁ ଉଗ୍ର ବାମପନ୍ଥୀମାନେ ଆରମ୍ଭ କରିଥିଲେ ‘ନକ୍ସଲବାରୀ ଆନ୍ଦୋଳନ’।
ସେଇ ବାମପନ୍ଥୀମାନଙ୍କ ଭିତରୁ କିଛି ପଶ୍ଚିମବଙ୍ଗର ଶାସନରେ ଥିବାବେଳେ, ପୂର୍ବ-ମେଦିନାପୁର ଜିଲାର ନନ୍ଦିଗ୍ରାମ ଚାଷୀମାନେ ‘ଶିଳ୍ପ ପାଇଁ ଜମି ଦେବେ ନାହିଁ’ ବୋଲି ଜିଦ୍‌ ଧରନ୍ତେ, ତା.୧୪ା୦୩ା୨୦୦୭ରିଖରେ, ସେହି ବାମପନ୍ଥୀ ସରକାରଙ୍କ ପୋଲିସ ଗୁଳିରେ ୧୪ ଜଣ ମରିଥିଲେ ଓ ୧୦୦ ଜଣ ନିଖୋଜ ହୋଇଥିଲେ। ସେହି ଜମିକୁ ଇଣ୍ଡୋନେସିଆର ‘ସଲିମ୍‌ ଶିଳ୍ପସଂସ୍ଥା’କୁ ଦିଆଯିବାର ଥିଲା, ଯେଉଁ ଶିଳ୍ପସଂସ୍ଥାର ପୂର୍ବତନ ମାଲିକ ଇଣ୍ଡୋନେସିଆରେ ଲକ୍ଷ ଲକ୍ଷ କମ୍ୟୁନିଷ୍ଟଙ୍କ ହତ୍ୟାର ଆୟୁଧ ଥିଲେ।
କିଛିବର୍ଷ ତଳେ ଏବେ ଭୀମା-କୋରେଗାଓଁ ଘଟଣାରେ ଅଭିଯୁକ୍ତ ଭାରଭାର ରାଓ ଓଡ଼ିଶା ପ୍ରାନ୍ତର ଭୁବନେଶ୍ୱରର ‘ରାଷ୍ଟ୍ରଭାଷା ପ୍ରଚାର ସମିତି ପଡ଼ିଆ’ରେ ଅନୁଷ୍ଠିତ ଏକ ସଭାରେ ଯୋଗ ଦେଇଥିଲେ। ତା’ ପୂର୍ବରୁ ଏକ ଅନୁଶୀଳନରୁ ଜଣାପଡ଼ିଥିଲା ଯେ ‘ତତ୍କାଳୀନ ବ୍ୟବସ୍ଥାରେ ମ୍ରିୟମାଣ ହୋଇ ବହୁ ସହରୀ ସ୍ବାର୍ଥପର ଲୋକେ ବି ନକ୍ସଲ ଆନ୍ଦୋଳନ ପ୍ରତି ସମବେଦନା ରଖିଥିଲେ, ଯାହା ନକ୍ସଲମାନଙ୍କ ଅଯଥା ହିଂସା ଯୋଗୁ ପୁଣି ମିଳେଇ ଯାଇଥିଲା’। ସେଇ ବାବଦରେ ତାଙ୍କୁ ଜଣେ ପଚାରନ୍ତେ ସେ କିଛି ଉତ୍ତର ଦେଇନଥିଲେ।
ପୋଲିସମାନେ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରୁନଥିବାର ବାସ୍ତବିକତାରେ ମ୍ରିୟମାଣ ହୋଇ ପ୍ରକାଶ ସିଂ ନାମକ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସୁପ୍ରିମ୍‌କୋର୍ଟରେ ‘ପୋଲିସ ସଂସ୍କାର’ ପାଇଁ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ତା.୨୨ା୧୨ା୨୦୦୬ରିଖରେ ସୁପ୍ରିମ୍‌କୋର୍ଟଙ୍କ ତରଫରୁ ଏକ ୭ ଦଫା ନିୟମାବଳୀ ପ୍ରସ୍ତୁତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହା ଗତ ପନ୍ଦର ବର୍ଷ ଧରି ବନ୍ଦ ଲଫାପାରେ ରହିଛି। ଅବଶ୍ୟ ତାହା କାର୍ଯ୍ୟକାରୀ ହୋଇଥିଲେ ଯେ ଅବସ୍ଥାରେ ବିଶେଷ କିଛି ପରିବର୍ତ୍ତନ ହୋଇଥାଆନ୍ତା ଓ ବିନା ନିର୍ଦ୍ଦେଶରେ ବି କରି ହୁଅନ୍ତା ନାହିଁ, ତାହା ଅଲଗା କଥା।
ସେଇ ପ୍ରକାଶ ସିଂହଙ୍କ ସହ ଏକ ସାକ୍ଷାତ୍‌କାରTimes of India ନାମକ ଏକ ସର୍ବଭାରତୀୟ ଇଂଲିଶ୍‌ ଭାଷାର ସମ୍ବାଦପତ୍ରର ତା.୦୪ା୧୨ା୨୦୧୮ରିଖର ସଂସ୍କରଣରେ ପ୍ରକାଶିତ ହୋଇଥିଲା। ସେହି ସାକ୍ଷାତ୍‌କାରରେ, ତାଙ୍କ ପ୍ରତି ‘ସରକାରଙ୍କ ବିଫଳତା ନକ୍ସଲବାଦର ଜନ୍ମଦାତା କି, ଜନ୍ମ ନେବାର ସୂଚନା କି’ ରୂପକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ଏପରି ମତାମତ ସମ୍ପୂର୍ଣ୍ଣ ରୂପେ ସ୍ପୃହଣୀୟ ନୁହେଁ, କିନ୍ତୁ ଏହା ବି ସତ୍ୟ ଯେ ଶାସକ ଓ ପ୍ରଶାସକମାନେ ସଠିକ ଭାବରେ କାମ କରୁ ନ ଥିବାରୁ ଏହାର ସୃଷ୍ଟି ହୋଇଛି। ରାଜନୈତିକ ଗୁଣ୍ଡା, ଜବରଦସ୍ତ ଚାନ୍ଦା ଆଦାୟକାରୀ ଓ ଲୁଟେରା ଶକ୍ତିମାନେ ଏହି ଆନ୍ଦୋଳନରେ ପଶିଯାଇଛନ୍ତି। ତଥାପି ବି, ବର୍ତ୍ତମାନର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭରସା ରଖୁନଥିବା କିଛି ସମର୍ପିତ ଲୋକଙ୍କ ଦ୍ୱାରା ଏହି ଆନ୍ଦୋଳନ ଚାଲିଛି। ସରକାର ‘ସହରୀ ନକ୍ସଲ’ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ସହରର ଅନ୍ୟାନ୍ୟ ଦୁଷ୍ଟବ୍ରଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ପରିତାପର ବିଷୟ। ସେହି ସହରୀ ଦୁଷ୍ଟବ୍ରଣମାନଙ୍କ ଭିତରେ ଅଛନ୍ତି ଜଙ୍ଗଲୀପଶୁଙ୍କ ଭଳି ବ୍ୟବହାର କରୁଥିବା (rapacious) ରାଜନେତା, ଯିଏ କି ଦେଶର ରକ୍ତକୁ ଶୋଷୁଛନ୍ତି, ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ (Bureaucrats) ଯେଉଁମାନେ ନିଜ ପାଇଁ ଅମାପ ସମ୍ପତ୍ତି ସୃଷ୍ଟି କରୁଛନ୍ତି ଏବଂ ଦୁର୍ନୀତିଗ୍ରସ୍ତ ପୋଲିସ ବ୍ୟକ୍ତିସମୂହ, ଯେଉଁମାନଙ୍କର ଅପରାଧୀମାନଙ୍କ ସହ ଯୋଗସୂତ୍ର ରହିଛି। ଏମାନେ ମଧ୍ୟ ଅର୍ବାନ ନକ୍ସଲଙ୍କ ଭଳି ‘ଗଣତନ୍ତ୍ର ପ୍ରତି ବିପଦ’।
‘ସୂଚ୍ୟଗ୍ର ମେଦିନୀ’ ପାଇଁ ଲଢ଼େଇର କ’ଣ ସତରେ ଅନ୍ତ ଅଛି?
ମୋ: ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri