ଶିକାର ପାଇଁ ସୁଯୋଗ ଦେଲେ

ଭୁବନେଶ୍ୱର,୨୬।୪ (ବ୍ୟୁରୋ): ବାରମ୍ବାର ଚଢ଼ାଉ ହେଉଛି। ବିପୁଳ ପରିମାଣର ଛାଲ, ଦାନ୍ତ, ନଖ ଆଦି ବନ୍ୟପ୍ରାଣୀ ସାମଗ୍ରୀ ଜବତ ହେଉଛି। ଜୀବନ୍ତ ବ୍ରଜକାପ୍ତା ଚାଲାଣ ମଧ୍ୟ ଧରାପଡୁଛି। ହେଲେ ଯେତେ ଧରିଲେ ବି ସେତେ ଚୋରା ଚାଲାଣ ହେଉଛି। ଏଥିରୁ ଜଣାପଡୁଛି ବିଭିନ୍ନ ବନାଞ୍ଚଳରେ ବେଧଡ଼କ ଶିକାର ଚାଲୁଛି। ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱ ବନ ବିଭାଗ ହାତରେ ରହିଛି। ଏପଟେ ତଦନ୍ତ କରି ଶିକାରୀ ଓ ଚାଲାଣକାରୀଙ୍କୁ ଧରିବା କ୍ଷମତା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ରହିଛି। ହେଲେ ତଦନ୍ତ ଓ ସୁରକ୍ଷା ଢିଲା କାରଣରୁ ଶିକାରୀ ଓ ଚୋରା ଚାଲାଣକାରୀଙ୍କୁ ସୁଯୋଗ ମିଳୁଛି। ଫଳରେ ରାଜ୍ୟର ବନ୍ୟପ୍ରାଣୀ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି। କିଛିଦିନ ତଳେ ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲାରୁ ବାଘ ଛାଲ, ହାତୀଦାନ୍ତ ଓ ଜୀବନ୍ତ ବଜ୍ରକାପ୍ତା ଧରା ହୋଇଥିବାବେଳେ ଶନିବାର ପୁଣିଥରେ ନୟାଗଡ଼ ଅଞ୍ଚଳରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ନୟାଗଡ଼ ଜିଲା ଗଣିଆ-ଛାମୁଣ୍ଡିଆ ରାସ୍ତାର ମହାନଦୀ ପଠା ମା’ କଳାପାଟ ମନ୍ଦିର ନିକଟରେ ଏହାକୁ ବିକ୍ରି ପାଇଁ ଡିଲ୍‌ ଚାଲିଥିବାବେଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ) ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ନୟାଗଡ଼ ଗଣିଆ ଥାନା ଅନ୍ତର୍ଗତ ବେଠିଆସାହିର ବିମ୍ବାଧର ତରାଇ ଓ କଟକ ଜିଲା ନରସିଂହପୁର ଅଞ୍ଚଳର ରମେଶ ପ୍ରତିହାରୀ। ଉଭୟଙ୍କ ବିରୋଧରେ ମାମଲା (ନଂ.୧୬/୨୧) ରୁଜୁ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଛି। ଜବତ ହାତୀଦାନ୍ତ ଓ ବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ୱାଇଲ୍ଡ ଲାଇଫକୁ ପଠାଯିବ। ଏଥିସହ ର଼୍ୟାକେଟ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ସହ ଗିରଫ ପାଇଁ ଅଧିକ ତଦନ୍ତ ଚଳାଇଛି ଏସ୍‌ଟିଏଫ୍‌।
ନୟାଗଡ଼ ଜିଲାରେ ବନ୍ୟଜନ୍ତୁ ଶିକାର କରାଯାଇ ହାତୀ ଦାନ୍ତ ଓ ବାଘ ଛାଲ ବିକ୍ରି କରାଯାଉଥିବା ନେଇ ଏସ୍‌ଟିଏଫକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରଠାରୁ ଏସ୍‌ଟିଏଫ ଘଟଣା ଉପରେ ନଜର ରଖିଥିଲା। ଶନିବାର ୨ଜଣ ବ୍ୟବସାୟୀ ବାଘ ଛାଲ ଓ ହାତୀଦାନ୍ତ ବିକ୍ରି କରିବାକୁ ଡିଲ୍‌ କରୁଥିବା ନେଇ ଏସ୍‌ଟିଏଫ ସୂଚନା ପାଇଥିଲା। ଏହା ପରେ ଏସ୍‌ଟିଏଫର ଏକ ଟିମ୍‌ ଘଟଣା ସ୍ଥଳରେ ଚଢ଼ାଉ କରି ଉଭୟ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ କେଉଁମାନେ ଏହି ସବୁ ସାମଗ୍ରୀ ଯୋଗାଉଛନ୍ତି ସେନେଇ ଏସ୍‌ଟିଏଫ୍‌ ପକ୍ଷରୁ ତଦନ୍ତ ଚାଲିଛି।

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri